ମୁମ୍ବାଇ: ବୁଧବାର ଆୟକର ବିଭାଗ ପକ୍ଷରୁ ବଲିଉଡ୍ ଅଭିନେତା ସୋନୁ ସୁଦ୍ଙ୍କ ମୁମ୍ବାଇସ୍ଥିତ ବାସଭବନ ଓ ଲକ୍ଷ୍ନୌସ୍ଥିତ କମ୍ପାନୀ ସମେତ ୬ଟି ସ୍ଥାନରେ ଚଢଉ କରାଯାଇଥିବା ଜଣାପଡିଛି । ତେବେ ଚଢଉ ସମୟରେ କ’ଣ ଜବତ କରାଯାଇଛି, ସେ ସମ୍ପର୍କରେ ଆୟକର ବିଭାଗ ପକ୍ଷରୁ କୌଣସିି ସୂଚନା ପ୍ରଦାନ କରାଯାଇନାହିଁ । ନିକଟରେ ସୋନୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଥିବାବେଳେ ତାଙ୍କୁ ଦିଲ୍ଲୀ ସ୍କୁଲ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଏକ ସରକାରୀ କାର୍ଯ୍ୟକ୍ରମର ବ୍ରାଣ୍ଡ୍ ଆମ୍ବାସଡର ନିଯୁକ୍ତ କରାଯାଇଛି ।
ତେବେ ଆଗାମୀ ଦିନରେ ସେ ଆପ୍ରେ ଯୋଗଦେବାର କୌଣସି ସମ୍ଭାବନା ନାହିଁ ବୋଲି ସୋନୁ ସ୍ପଷ୍ଟ କରିଛନ୍ତି । କୋଭିଡ୍ ସମୟରେ ଲକ୍ଷାଧିକ ଲୋକଙ୍କୁ ସହାୟତା କରି ସୋନୁ ବେଶ ଲୋକପ୍ର୍ରିୟତା ଅର୍ଜନ କରିଥିବାବେଳେ ଏଭଳି ଚଢଉକୁ ତାଙ୍କ ପ୍ରଶଂସକମାନେ ତୀବ୍ର ସମାଲୋଚନା କରିଛନ୍ତି । ଏଭଳି ଚଢଉକୁ ଆପ୍ ପକ୍ଷରୁ ନିନ୍ଦା କରାଯାଇଥିବାବେଳେ ବିଜେପି କିନ୍ତୁ ଏହାପଛରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ରହିନଥିବା କହିଛି ।