ଭୁବନେଶ୍ୱର : ଚିଟ୍ଫଣ୍ଡ ଠକେଇରେ ପୂର୍ବତନ ବିଧାୟକ ଗିରଫ । ଆନ୍ଧ୍ରପ୍ରଦେଶରୁ ପୂର୍ବତନ ବିଧାୟକ ଏମ୍.ଭି ପ୍ରସାଦ ଗିରଫ । ବିଶାଖାପାଟଣା ପଶ୍ଚିମ ଜୋନ୍ର ବିଧାୟକ ଥିଲେ ଏମ୍.ଭି ପ୍ରସାଦ । ବିଶାଖାପାଟଣାରୁ ଗିରଫ କଲା ଓଡ଼ିଶା ସିଆଇଡି । ଘରେ ଚଢ଼ଉ କରି ଜବତ କରିଛି ପ୍ରାୟ ୪୫ଲକ୍ଷ ଟଙ୍କା । ଏମ୍.ଭି ପ୍ରସାଦଙ୍କ ଥିଲା ୱେଲ୍ଫେର୍ ଗ୍ରୁପ୍ ଅଫ୍ କମ୍ପାନୀ । ୱେଲ୍ଫେର୍ ଗ୍ରୁପ୍ ଅଫ୍ କମ୍ପାନୀ ଠକିଛି ୧୨୦୦ କୋଟି ଟଙ୍କା । ଓଡ଼ିଶା, ଆନ୍ଧ୍ର ଓ ଛତିଶଗଡ଼ରୁ ଠକିଥିବା ଅଭିଯୋଗ ହୋଇଛି । ୨୦୦୧ରେ ଏହି କମ୍ପାନି ବିଭିନ୍ନ ଅଞ୍ଚଳରେ ଶାଖା ଖୋଲି ଲୋକଙ୍କଠୁ ଟଙ୍କା ଆଦାୟ କରିଥିଲା। ତେବେ ପରେ ଏହି କମ୍ପାନି ଲୋକଙ୍କୁ ଟଙ୍କା ଫେରାଇ ନଥିବା ଅଭିଯୋଗ ରହିଛି। ଏପରିକି ଓଡ଼ିଶାର ବିଭିନ୍ନ ଥାନାରେ ଏମ୍ଭି ପ୍ରସାଦଙ୍କ ନାଁରେ ମାମଲା ଥିବା ଜଣାପଡିଛି। ଗତକାଲି ଓଡ଼ିଶା ସିଆଇଡି ଟିମ୍ ବିଶାଖାପାଟଣା ଘରେ ଚଢ଼ଉ କରିଥିଲା।