19.1 C
Bhubaneswar
Sunday, November 24, 2024
Homeଦେଶ ବିଦେଶସୀମା ଟପିଲା ବର୍ବରତା: ଶବକୁ ହେଲିକପ୍ଟରରେ ଝୁଲାଇ ସହର ବୁଲୁଛନ୍ତି ତାଲିବାନୀ

ସୀମା ଟପିଲା ବର୍ବରତା: ଶବକୁ ହେଲିକପ୍ଟରରେ ଝୁଲାଇ ସହର ବୁଲୁଛନ୍ତି ତାଲିବାନୀ

ନୂଆଦିଲ୍ଳୀ : ଆଫଗାନିସ୍ତାନରେ ତାଲିବାନ କବଜା କରିବା ପରେ ଶୋଷଣର ଶିକାର ହେଉଛନ୍ତି ସାଧାରଣ ଆଫଗାନୀ ନାଗରିକ । କେଉଁଠି ମହିଳାଙ୍କୁ ଦୁଷ୍କର୍ମ ତ କେଉଁଠି ହତ୍ୟା କରାଯାଉଛି । ହଜାର ହଜାର ଆଫଗାନୀ ନାଗରିକ ଦେଶ ଛାଡି ପଳାଉଥସିବା ବେଳେ ଏକ ଛାତିଥରାଇ ଦେବା ଭଳି ଭିଡ଼ିଓ ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯିବା ପରେ ଆମେରିକୀୟ ଚପରରେ ଏକ ଦଉଡିରେ ଓଳାଇ ସହର ପରିକ୍ରମା କରିଛନ୍ତି ତାଲିବାନୀ ଆତଙ୍କୀ । ଏକ ଆମେରିକୀୟ ବ୍ଲାକ ହକ ଚପରରେ ଏହି ଆତଙ୍କୀମାନେ ଜଣେ ବ୍ୟକ୍ତିଙ୍କୁ ଲଟକାଇ କାନ୍ଦାହାର ପ୍ରଦେଶ ପରିକ୍ରମା କରିଥିଲେ । ତେବେ ଏହି ବ୍ୟକ୍ତି ଜଣକ ଜୀବନ୍ତ କି ମୃତ ତାହା ସ୍ପଷ୍ଟ ହୋଇନାହିଁ । ଭୂମିରୁ ଏହି ଭିଡିଓଟି ଶୁଟିଂ କରାଯାଇଥିବାରୁ ଲଟକିଥିବା ବ୍ୟକ୍ତି ଜଣକ ଜୀବନ୍ତ କି ମୃତ ତାହା ସ୍ପଷ୍ଟ ହୋଇନାହିଁ । ଆମେରିକୀୟ ସାମ୍ବାଦିକ ଲିଜ ହ୍ୱିଲର ଏହି ଭିଡିଓ ଶେୟାର କରିବା ସହିତ ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ନିନ୍ଦା କରିଛନ୍ତି । ଅନ୍ୟୁନ ୭ଟି ବ୍ଲାକ ହକ ଚପର ଆଫଗାନିସ୍ତାନରେ ରହିଥିବା ଜଣାପଡିଛି । ସେହିପରି ବିଗତ ୨୦ ବର୍ଷ ମଧ୍ୟରେ ଆମେରିକୀୟ ସେନା ରଖିଥିବା ସମସ୍ତ ଅସ୍ତ୍ରଶସ୍ତ୍ର ବର୍ତ୍ତମାନ ତାଲିବାନ ନିଜ ଅଧୀନକୁ ନେଇ ଯାଇଛି ।

ସୂଚନାଯୋଗ୍ୟ, ଗତ ୨୦୦୧ରେ ଆଫଗାନିସ୍ତାନ ଉପରେ ଆମେରିକାର ଆକ୍ରମଣ ସହ ଆରମ୍ଭ ହୋଇଥିବା ଏହି ଯୁଦ୍ଧ ଦୀର୍ଘ ୨୦ ବର୍ଷ ପରେ ଶେଷ ହୋଇଛି । ଏହି ୨୦ ବର୍ଷରେ ଆଫଗାନିସ୍ତାନ ମାଟିରେ ମୋଟ ୨୪୦୦ ଆମେରିକୀୟ ସୈନ୍ୟ ଓ ୩୮୪୬ ଆମେରିକୀୟ ମିଲିଟାରି କଣ୍ଟ୍ରାକ୍ଟର ନିହତ ହୋଇଛନ୍ତି । ଏହି ଯୁଦ୍ଧ ପାଇଁ ଆମେରିକା ପ୍ରାୟ ୨.୩ ଟ୍ରିଲିୟନ ଡଲାର ବ୍ୟୟ କରିଛି । କିନ୍ତୁ ଏହି ଯୁଦ୍ଧରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ଆଫଗାନିସ୍ତାନ । ଗତ ୨୦ ବର୍ଷରେ ପ୍ରାୟ ୬୬ ହଜାର ଆଫଗାନ ସେନା ଓ ପୋଲିସ କର୍ମଚାରୀ ପ୍ରାଣ ହରାଇଛନ୍ତି । କେବଳ ଏତିକି ନୁହେଁ, ୪୭,୨୪୫ ଆଫଗାନ ନାଗରିକ ପ୍ରାଣ ହରାଇଛନ୍ତି । ଅନ୍ୟପକ୍ଷରେ ଏହି ଯୁଦ୍ଧରେ ପ୍ରାୟ ୨ ହଜାର ଆତଙ୍କବାଦୀ ପ୍ରାଣ ହରାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking