ନୂଆଦିଲ୍ଲୀ: ପଶ୍ଚିମବଙ୍ଗର କୁଚବିହାରରେ ଭାରତ-ବାଂଲାଦେଶ ସୀମାରେ ବିଳମ୍ବିତ ରାତିରେ ଦୁଇ ଆତଙ୍କୀ ପଶିବାକୁ ଚେଷ୍ଟା କରୁଥିଲେ । ହେଲେ ବିଏସଏଫ୍ ଯବାନ ମାନେ ସେମାନଙ୍କ ଯୋଜନାକୁ ପଣ୍ଡ କରିଛନ୍ତି । ବାଂଲାଦେଶ ପଟରୁ ଭାରତୀୟ ସୀମାରେ ପଶିବାକୁ ଚେଷ୍ଟା କରୁଥିବା ଦୁଇଜଣ ଆତଙ୍କୀଙ୍କୁ ବିଏସଏଫ୍ ଯବାନ ମାନେ ଗୁଳି କରିଛନ୍ତି । ତେବେ ସୋମବାର ବିଏସଏଫ୍ ଯବାନ ମାନଙ୍କ ପକ୍ଷରୁ ବୟାନ ଜାରି ହୋଇଛି ।ସୂଚନା ଅନୁଯାୟୀ, ଚାଙ୍ଗଡ଼ାବାନ୍ଧା ଚେକ୍ ପୋଷ୍ଟ ପାଖରେ ଆତଙ୍କ ମାନଙ୍କ ଗତିବିଧି ଦେଖିବାକୁ ପାଇଥିଲେ । ଏହାପରେ ଯବାନ ମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଉକ୍ତ ଆତଙ୍କୀ ମାନେ ମଧ୍ୟ ପାଲଟା ଗୁଳି ଚଳାଇଥିଲେ । ଆଉ ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ୧୮ରୁ ୨୦ ଜଣ ବାଂଲାଦେଶୀ ଆତଙ୍କୀ ଭାରତୀୟ ସୀମାରେ ପଶିବାକୁ ଚେଷ୍ଟା କରୁଥିଲେ । ଏହି ସମୟରେ ଯବାନ ମାନେ ସୀମାରେ ଆଲଟର୍ ରହିଥିଲେ ଆତଙ୍କମାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଆତଙ୍କମାନେ ମଧ୍ୟ ଓଲଟା ଆକ୍ରମଣ କରିଥିଲେ । ଏଥିରେ ଦୁଇ ଜଣଙ୍କ ଠାରେ ଗୁଳି ବାଜିଥିଲା । ଗୁଳି ଚାଳନା ପରେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି ।