ଭୁବନେଶ୍ୱର : ରାଜଧାନୀରେ ଦିନକୁ ଦିନ ଅପରାଧ ସଂଖ୍ୟା ବଢି ଚାଲିଛି । କିଏ ପଇସା ପାଇଁ ମଣିଷ ମାରୁଛି ତ କିଏ ଲୁଟପାତ୍ କରୁଛି । ପୋଲିସ ପକ୍ଷରୁ ଯେତେ ପ୍ରକାର ଚେଷ୍ଟା କରାଗଲେ ବି ହାତ ଖାଲି । ଏହି ପରିପ୍ରେକ୍ଷୀରେ ସାମାନ୍ୟ ବଚସାରୁ ରାଜଧାନୀ ଭୁବନେଶ୍ୱରରେ ହୋଇଛି ବୀଭତ୍ସ ହତ୍ୟାକାଣ୍ଡ ଘଟିଯାଇଛି । ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ଯୁବକଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଖଣ୍ଡଗିରି ଥାନା ରଘୁନାଥ ନଗରରେ ସାମାନ୍ୟ ବଚସାରୁ ହୋଇଛି ଏହି ହତ୍ୟାକାଣ୍ଡ । ମୃତକ ଜଣକ ସେହି ଅଞ୍ଚଳର ସନାତନ ରାଉତ ବୋଲି ଜଣାପଡିଛି । ଏହି ହତ୍ୟାକାଣ୍ଡରେ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ମୁଖ୍ୟ ଅଭିଯୁକ୍ତ ଏବେ ଫେରାର ଥିବା ସୂଚନା ମିଳିଛି । ସନା ରଘୁନାଥନଗରରେ ଚୋରା ମଦ ବିକ୍ରିର ବିରୋଧ କରୁଥିଲେ । ଏହି କାରଣରୁ ତାଙ୍କ ଉପରେ ଆକ୍ରୋଶ ରଖି ତାଙ୍କୁ କିଛି ଦୁର୍ବୁତ୍ତ ହତ୍ୟା କରିଥିବା ପୋଲିସକୁ ସୂଚନା ମିଳିଛି । ଘଟଣାକୁ ନେଇ ଖଣ୍ଡଗିରି ଥାନା ପୋଲିସ ଛାନଭିନ୍ ଜାରି ରଖିଛି ।