18.1 C
Bhubaneswar
Sunday, November 17, 2024
Homeଓଡିଶାଓଡିଶା ମୁଖ୍ୟ ସଚିବଙ୍କୁ ଭେଟିଲେ ନବୀନ ଜିନ୍ଦଲ

ଓଡିଶା ମୁଖ୍ୟ ସଚିବଙ୍କୁ ଭେଟିଲେ ନବୀନ ଜିନ୍ଦଲ

ଭୁବନେଶ୍ବର : ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡ (ଜେଏସପିଏଲ) ର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ ଓଡିଶାର ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ସାକ୍ଷାତ କରି କମ୍ପାନୀର ଅନୁଗୁଳ ଇସ୍ପାତ କାରଖାନାର କ୍ଷମତା ବାର୍ଷିକ 25.2 ନିୟୁତ ଟନକୁ ସମ୍ପ୍ରସାରଣ କରିବା ନିମନ୍ତେ ଅନୁମୋଦନ ପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଶ୍ରୀ ଜିନ୍ଦଲ ଓଡିଶା ଇସ୍ପାତ ଓ ଖଣି ସଚିବ ଶ୍ରୀ ଦେଓରଂଜନ କୁମାର ସିଂଙ୍କୁ ମଧ୍ୟ୍ୟ ସାକ୍ଷାତ କରିଥିଲେ।

ଶ୍ରୀ ଜିନ୍ଦଲ ଅନୁଗୁଳ ଇସ୍ପାତ କାରଖାନାର କ୍ଷମତାକୁ 2030 ସୁଦ୍ଧା ବାର୍ଷିକ 6 ନିୟୁତ ଟନରୁ 25.2 ନିୟୁତ ଟନକୁ ବୃଦ୍ଧି କରିବାକୁ ଜେଏସପିଏଲର ଯୋଜନା ସମ୍ପର୍କରେ ଅଵଗତ କରିଥିଲେ | ଏହି କ୍ଷମତା ସମ୍ପ୍ରସାରଣ ପରେ ଅନୁଗୁଳ କାରଖାନା ବିଶ୍ଵର ସର୍ବବୃହତ ଇସ୍ପାତ କାରଖାନା ହେବ |

ଗତ ମାସରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡିଶାର ରାଜ୍ୟ ହାଇ ଲେବଲ କ୍ଲିୟରାନ୍ସ ଅଥରଟି ଜେଏସପିଏଲର ଅନୁଗୁଳ ଷ୍ଟିଲ ପ୍ଲାଣ୍ଟର ପ୍ରସ୍ତାବିତ ସମ୍ପ୍ରସାରଣକୁ ଅନୁମୋଦନ କରିଥଲେ ।

ଶ୍ରୀ ଜିନ୍ଦଲଙ୍କ ସହ ଜେଏସପିଏଲର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭି.ଆର ଶର୍ମା, ନିର୍ଦ୍ଦେଶକ (ଅର୍ଥ) ଶ୍ରୀ ଏନ.କେ ମିଶ୍ର, ଶ୍ରୀ ମନୀଷ ଖରବନ୍ଦା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ସାକ୍ଷାତ ପରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି ଶ୍ରୀ ଜିନ୍ଦଲ ରାଜ୍ୟରେ ଭାଲ୍ୟୁ ଆଡିସନ ଇଣ୍ଡଷ୍ଟ୍ରିଙ୍କ ସ୍ଵାର୍ଥର ସୁରକ୍ଷା ନିମନ୍ତେ ଓଡ଼ିଶା ସରକାରଙ୍କ ଶିଳ୍ପ ଅନୁକୂଳ ନୀତି ଉପରେ ବିଶ୍ଵାସ ପ୍ରକାଶ କରିବା ସହିତ ରାଜ୍ୟରେ ଥିବା ଶିଳ୍ପ ନିମନ୍ତେ କଞ୍ଚାମାଲ ଯୋଗାଣ ସୁନିଶ୍ଚିତ କରିବା ନିମନ୍ତେ ସରକାରଙ୍କ ପ୍ରିଏମ୍ପସନ ନୀତିକୁ ପ୍ରଶଂସା କରିଥିଲେ । ସ୍ଵଛତା ସହିତ ତ୍ବରାନ୍ବିତ ପ୍ରକ୍ରିୟାରେ ଲୁହାପଥର ବ୍ଲକଗୁଡିକର ନିଲାମ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମକୁ ପ୍ରଶଂସା ସେ କରିଥଲେ।

ଆଗାମୀ ନିଲାମରେ ଅଂଶଗ୍ରହଣ ସମ୍ପର୍କରେ ଜେଏସପିଏଲର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭି.ଆର ଶର୍ମା ଗଣମାଧ୍ୟମକୁ କହିଛନ୍ତି ଯେ, “ଓଡିଶାରେ ଲୁହାପଥର ଖଣିର ନିଲାମରେ ଜେଏସପିଏଲ ଅଂଶଗ୍ରହଣ କରିବ। ନିଲାମର ଫଳାଫଳ ଯାହାବି ହେଉ, ଆମେ ନିଶ୍ଚିତ ଯେ ରାଜ୍ୟ ସରକାର ଓଡିଶାରେ ଥିବ ଶିଳ୍ପ ଗୁଡିକକୁ କଞ୍ଚାମାଲ ସୁରକ୍ଷା ଦେବା ସହିତ ଏହାର ପ୍ରି-ଏମ୍ପିସନ୍ ଯୋଜନାରେ ରାଜ୍ୟ ମଧ୍ୟରେ ଖଣିଜ ସଂପଦର ଭାଲ୍ୟୁ ଆଡିସନକୁ ପ୍ରୋତ୍ସାହିତ କରିବା ଜାରି ରଖିବେ” ।

ବର୍ତ୍ତମାନ, ଓଡ଼ିଶାରେ 45,000 କୋଟିରୁ ଅଧିକ ପୁଞ୍ଜି ବିନିଯୋଗ ସହିତ ଜେଏସପିଏଲ ଲୌହ ଏବଂ ଇସ୍ପାତ କ୍ଷେତ୍ରରେ ରାଜ୍ୟର ସବୁଠାରୁ ବଡ ପୁଞ୍ଜି ନିବେଶକ |

କମ୍ପାନୀ ଅନୁଗୁଳରେ ବାର୍ଷିକ 6 ନିୟୁତ ଟନ କ୍ଷମତା ବିଶିଷ୍ଟ ଇସ୍ପାତ କାରଖାନା, ଯାହାକି ଓଡିଶାର ବୃହତ୍ତମ ଏବଂ ବଡ଼ବିଲରେ ବାର୍ଷିକ 9 ନିୟୁତ ଟନ କ୍ଷମତା ବିଶିଷ୍ଟ ଭାରତର ସର୍ବବୃହତ ପେଲେଟ ପ୍ଲାଣ୍ଟ ସ୍ଥାପନ କରିଛି।

ଆସନ୍ତା ଦଶ ବର୍ଷ ମଧ୍ୟରେ କମ୍ପାନୀ ରାଜ୍ୟରେ ଏହାର ପୁଞ୍ଜି ବିନିଯୋଗକୁ 1,00,000 କୋଟି ଟଙ୍କାରୁ ଅଧିକ କରିବ। ଉକ୍ତ ସମ୍ପ୍ରସାରଣ ରାଜ୍ୟରେ ବିପୁଳ ଆର୍ଥିକ କାର୍ଯ୍ୟକଳାପ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି |

ନିକଟରେ ବେସରକାରୀ କ୍ଷେତ୍ର ବର୍ଗରେ ଓଡିଶା ଏବଂ ଛତିଶଗଡର ସର୍ବାଧିକ ଜିଏସଟି ପ୍ରଦାନକାରୀ ହୋଇଥିବାରୁ ଜେଏସପିଏଲକୁ ଭାରତ ସରକାର ପକ୍ଷରୁ ସମ୍ମାନିତ କରାଯାଇଥିଲା ।

ଏହି ଅବସରରେ ଜେଏସପିଏଲର ଇଭିପି (କର୍ପୋରେଟ ଆଫେୟାର୍ସ) ଶ୍ରୀ ବିଭୂ ପ୍ରସାଦ ମିଶ୍ର, ଭିପି ଶ୍ରୀ ଆଶିଷ ପାଣ୍ଡେ ଏବଂ ପ୍ରେସିଡେଣ୍ଟ (ସିଏସଆର ଏବଂ ସଷ୍ଟେନେବିଲିଟି) ଶ୍ରୀ ପ୍ରଶାନ୍ତ ହୋତା ମଧ୍ୟ ଉପସ୍ଥିତ ଥିଲେ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking