ଭୁବନେଶ୍ୱର: ପୁନର୍ଗଠନ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି । ୧୦ ଜଣ ସଦସ୍ୟଙ୍କୁ ମନୋନୀତ କରିଛନ୍ତି ରାଜ୍ୟ ସରକାର । ବରିଷ୍ଠ ଆଇନଜୀବି ଅଶୋକ ମହାପାତ୍ର ଏଥିରେ ସଦସ୍ୟ ହୋଇଛନ୍ତି । ମୁକ୍ତିମଣ୍ଡପକୁ ଅଶୋକ ମହାପାତ୍ର ପ୍ରତିନିଧିତ୍ୱ କରିବେ । ପୂଜାପଣ୍ଡା ନିଯୋଗ ସେବାୟତ ମାଧବ ପୂଜାପଣ୍ଡା ସଦସ୍ୟ ରହିଛନ୍ତି । ସେହିଭଳି ପୁଷ୍ପାଳକ ନିଯୋଗ ସେବାୟତ ଜଗନ୍ନାଥ କରବ ି ସଦସ୍ୟ ରହିଛନ୍ତି । ପ୍ରତିହାରୀ ନିଯୋଗ ସେବାୟତ ମାଧବ ଚନ୍ଦ୍ର ମହାପାତ୍ର ସଦସ୍ୟ ରହିଛନ୍ତି । ସୁଆର ମହାସୁଆର ନିଯୋଗ ସେବାୟକ ଅନନ୍ତ ତିଆଡି, ଦଇତାପତି ନିଯୋଗ ସେବାୟତ ଦୁର୍ଗାପ୍ରସାଦ ଦାସମହାପାତ୍ର, ରାଦାବଲ୍ଲଭ ମଠ ମହନ୍ତ ରାମକୃଷ୍ଣ ଦାସ ବି ସଦସ୍ୟ ରହିଛନ୍ତି । ବିଭିନ୍ନ ଧର୍ମାନୁଷ୍ଠାନ ଓ ମଠର ପ୍ରତିନିଧିତ୍ୱ କରିବେ ରାମକୃଷ୍ଣ ଦାସ । ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି । ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଶରତ ଚନ୍ଦ୍ର ଭଦ୍ରା ମଧ୍ୟ ସଦସ୍ୟ ଭାବରେ ମନୋନୀତ ହୋଇଛନ୍ତି ।