20.1 C
Bhubaneswar
Monday, November 25, 2024
Homeଦେଶ ବିଦେଶପାକିସ୍ତାନର ୨୦ ସହରରେ ବିଶୁଦ୍ଧ ପାନୀୟଜଳ ମିଳୁନାହିଁ

ପାକିସ୍ତାନର ୨୦ ସହରରେ ବିଶୁଦ୍ଧ ପାନୀୟଜଳ ମିଳୁନାହିଁ

ଇସଲାମାବାଦ: ପାକିସ୍ତାନର ୨୦ଟି ପ୍ରମୁଖ ସହରରେ ବିଶୁଦ୍ଧ ପାନୀୟ ଜଳ ମିଳୁନାହିଁ । ଏକଥା ଖୋଦ୍ ଇମ୍ରାନ ଖାନ୍‌ଙ୍କ ସରକାର ନ୍ୟାସନାଲ ଆସେମ୍ବ୍ଲିରେ ସ୍ୱୀକାର କରିଛନ୍ତି । ଏହି ସହରକୁ ବିଭିନ୍ନ ସୂତ୍ରରୁ ମିଳୁଥିବା ୫୦ ପ୍ରତିଶତରୁ ଊର୍ଦ୍ଧ୍ୱ ପାନୀୟଜଳ ଦୂଷିତ ବୋଲି ଆସେମ୍ବ୍ଲିରେ ପାକ୍ ବିଜ୍ଞାନ ଓ କାରିଗରୀ କୌଶଳ ମନ୍ତ୍ରୀ ସିବ୍‌ଲି ଫରାଜ୍ ସୂଚନା ଦେଇଛନ୍ତି । ପାକିସ୍ତାନ ଜଳସମ୍ପଦ ବିଭାଗ ପକ୍ଷରୁ କରାଯାଇଥିବା ସର୍ଭେ ରିପୋର୍ଟକୁ ଆଧାର କରି ମନ୍ତ୍ରୀ ଉପରୋକ୍ତ ସୂଚନା ଦେଇଛନ୍ତି । କେବଳ ସିଆଲକୋଟ୍ ଓ ଗୁଜରାଟ୍ ସହରରେ ୧୦୦ ପ୍ରତିଶତ ବିଶୁଦ୍ଧ ପାନୀୟଜଳ ଉପଲବ୍ଧ ହେଉଥିବା କୁହାଯାଇଛି ।

୧୯୪୭ ପରଠାରୁ ପାକିସ୍ତାନରେ ଜଳଯୋଗାଣ ୪୦୦ ପ୍ରତିଶତ ହ୍ରାସ ପାଇଛି ବୋଲି ଡନ୍ ସମ୍ବାଦପତ୍ରରେ ରିପୋର୍ଟ ପ୍ରକାଶିତ ହୋଇଛି । ୧୯୫୭ରେ ପାକିସ୍ତାନରେ ମୁଣ୍ଡପିଛା ଜଳ ୫୬୦୦ ଘନ ମିଟର ଥିବାବେଳେ ୨୦୨୧ରେ ଏହା ୧୦୩୮ ଘନ ମିଟରକୁ ହ୍ରାସ ପାଇଛି ବୋଲି ନ୍ୟାସନାଲ ହେଲଥ୍ ସର୍ଭିସେସ୍ ସଚିବ ସୂଚନା ଦେଇଛନ୍ତି । ପାକିସ୍ତାନ ବିଶ୍ୱର ପଞ୍ଚମ ଜନବହୁଳ ରାଷ୍ଟ୍ର । ଏହି ପରିପ୍ରେକ୍ଷୀରେ ୨୦୨୫ ସୁଦ୍ଧା ପାକିସ୍ତାନରେ ଜଳ ସଙ୍କଟ ବିରାଟ ସମସ୍ୟା ସୃଷ୍ଟି କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ପୁନଶ୍ଚ ଜଳାଭାବ ଯୋଗୁଁ ପାକିସ୍ତାନରେ ଖାଦ୍ୟ ଉତ୍ପାଦନ ମଧ୍ୟ ବାଧାପ୍ରାପ୍ତ ହେଉଛି । ସ୍ୱଳ୍ପ ବର୍ଷା ଯୋଗୁଁ ଦେଶର ଅଧିକାଂଶ ନଦୀ ଶୁଖିଯାଉଥିବାବେଳେ ଆଗାମୀ ଦିନରେ ଦୁର୍ଭିକ୍ଷ ଦେଖାଦେଇପାରେ ବୋଲି ପାକିସ୍ତାନୀ ଟିଭି ଚାନେଲ ଜିଓ ନ୍ୟୁଜ୍ ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking