31.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଦେଶରେ  ୩୭ ଜିଲ୍ଲାରେ ସଂକ୍ରମଣ ହାର ବଢ଼ୁଛି

ଦେଶରେ  ୩୭ ଜିଲ୍ଲାରେ ସଂକ୍ରମଣ ହାର ବଢ଼ୁଛି

ନୂଆଦିଲ୍ଲୀ: ଦେଶରେ କୋଭିଡ୍ ଜନିତ ଦୈନିକ ସଂକ୍ରମଣ ହ୍ରାସ ପାଉଥିବାବେଳେ ୩୭ଟି ଜିଲ୍ଲାରେ ସଂକ୍ରମଣ ହାର କ୍ରମଶଃ ବୃଦ୍ଧି ପାଉଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି ଯେ ଗତ ସପ୍ତାହରେ ଦେଶର ନୂଆ ସଂକ୍ରମିତଙ୍କ ମଧ୍ୟରୁ କେବଳ ୫୧.୫୧ ପ୍ରତିଶତ କେରଳରୁ ଚିହ୍ନଟ ହୋଇଛନ୍ତି । କେରଳର ୧୧ଟି ଜିଲ୍ଲା ବର୍ତ୍ତମାନ କୋଭିଡ୍ ହଟ୍‌ସ୍ପଟ୍‌ଭାବେ ପରିଗଣିତ ହେଉଛି । ଅନ୍ୟ ୮ଟି ରାଜ୍ୟରେ ଦୈନିକ ସଂକ୍ରମଣ ୧୦ ହଜାରରୁ ୧ ଲକ୍ଷ ମଧ୍ୟରେ ସୀମିତ ରହୁଥିବା ସେ କହିଛନ୍ତି ।

ବର୍ତ୍ତମାନ ଦେଶର ମୋଟ ସକ୍ରିୟ ରୋଗୀଙ୍କ ମଧ୍ୟରୁ କେରଳରେ ସର୍ବାଧିକ ୪୩.୭୭ ପ୍ରତିଶତ ଥିବାବେଳେ ଏହାପଛକୁ ମହାରାଷ୍ଟ୍ର (୧.୪୮ ପ୍ରତିଶତ), କର୍ଣ୍ଣାଟକ (୬.୦୧ ପ୍ରତିଶତ), ତାମିଲନାଡୁ (୫.୨୬ ପ୍ରତିଶତ) ଓ ଆନ୍ଧ୍ରପ୍ରଦେଶ (୫.୦୩ ପ୍ରତିଶତ) ରହିଛନ୍ତି । କେରଳର ୧୧ଟି ଜିଲ୍ଲା (ମାଲାପୁରମ, ଏର୍ଣ୍ଣାକୁଲମ, ତ୍ରିସୁର, କୋଜିକୋଡ, ପାଲାକାଡ୍‌, କୋଲ୍ଲାମ, କନ୍ନୁର, କସରାଗଡ, ୱାୟନାଦ୍‌, ପଥନମଥିଟ୍ଟା, ଇଡୁକି) ବ୍ୟତୀତ ତାମିଲନାଡୁର ୭ (କୋଏମ୍ବାଟୁର, ଚେନ୍ନାଇ, ଇରୋଡ, ଚେଙ୍ଗଲପଟ୍ଟୁ, ଥିରୁଭାଲୁର, ପୁଦୁକୋଟ୍ଟାଇ, ଆରିୟାଲୁର), ହିମାଚଳ ପ୍ରଦେଶର ୬ (ହମିରପୁର, କାଙ୍ଗ୍ରା, ବିଲାସପୁର, ଚାମ୍ବା, ମଣ୍ଡି, ସିମଳା), କର୍ଣ୍ଣାଟକର ୫ (କୋଡାଗୁ, ଉତ୍ତର କନ୍ନଡ, ଛାମାରାଜାନଗର, ଦକ୍ଷିଣ କନ୍ନଡ, ଉଡୁପି), ଆନ୍ଧ୍ରପ୍ରଦେଶ (ଶ୍ରୀକାକୁଲମ, ଇଷ୍ଟ୍ ଗୋଦାବରୀ) , ମହାରାଷ୍ଟ (ସୋଲାପୁର, ବିଡ୍‌) , ପଶ୍ଚିମବଙ୍ଗର (ନର୍ଥ ୨୪ ପ୍ରଗଣା, ନଦିଆ) ୨ ଲେଖାଏଁ ଏବଂ ମେଘାଳୟ (ୱେଷ୍ଟ ଖାସି ହିଲ୍‌ସ), ମିଜୋରାମର (ସାଇହା) ଗୋଟିଏ ଲେଖାଏଁ ଜିଲ୍ଲାରେ ସଂକ୍ରମଣ ହାର କ୍ରମଶଃ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking