ନୂଆଦିଲ୍ଲୀ: ଚାଷୀଙ୍କ ଖାତାକୁ ଗଲା ପିଏମ କିଷାନ ନବମ କିସ୍ତି ଟଙ୍କା । ବଟନ ଟିପି ଟଙ୍କା ହସ୍ତାନ୍ତର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶର ୯ କୋଟି ୭୫ ଲକ୍ଷ ଚାଷୀଙ୍କ ଖାତାକୁ ଟଙ୍କା ଯାଇଚି । ଚାଷୀ ପିଛା ୨ ହଜାର ଲେଖାଏଁ ମୋଟ ୧୯୫୦୦ କୋଟି ପ୍ରଦାନ କରାଯାଇଛି । ପିଏମ କିଷାନ ଯୋଜନାରେ ଚାଷୀଙ୍କୁ ମିଳୁଛି ବାର୍ଷିକ ୬ ହଜାର ଟଙ୍କା ।
୯.୭୫ କୋଟି କୃଷି ପରିବାରର ହିତାଧିକାରୀଙ୍କୁ ଏହା ଜରିଆରେ ୧୯,୫୦୦ କୋଟିରୁ ଅଧିକ ଅର୍ଥ ଟ୍ରାନ୍ସଫର କରାଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କୃଷକ ହିତାଧିକାରୀମାନଙ୍କ ସହିତ ଆଲୋଚନା କରିବା ସଂଗେ ସଂଗେ ଦେଶକୁ ସମ୍ବୋଧିତ କରିଛନ୍ତି ।
ଉଲ୍ଲେଖ୍ୟଯୋଗ୍ୟ ପିଏମ୍-କିଷାନ ଯୋଜନା ଅଧିନରେ କୃଷକ ପରିବାରର ଯୋଗ୍ୟ ହିତାଧିକାରୀମାନଙ୍କୁ ପ୍ରତି ବର୍ଷ ୬୦୦୦ ଟଙ୍କା କରି ପ୍ରଦାନ କରାଯାଇଥାଏ । ପ୍ରତ୍ୟେକ ସମାନ ୪ମାସିଆ ତିନିଟି କିସ୍ତିରେ ୨୦୦୦ ଟଙ୍କା କରି ଦିଆଯାଏ । ଏହି ଅର୍ଥ ସିଧାସଳଖ ହିତାଧିକାରୀମାନଙ୍କ ବ୍ୟାଙ୍କ୍ ଆକାଉଂଟକୁ ପଠାଯାଇଥାଏ । ଏହି ଯୋଜନାରେ ୧.୩୮ ଲକ୍ଷ କୋଟି ଟଙ୍କାରୁ ଅଧିକ ସମ୍ମାନ ରାଶି କୃଷକ ପରିବାରଗୁଡିକୁ ପଠାଯାଇଛି । ଏହି ଅବସରରେ କେନ୍ଦ୍ର କୃଷି ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ ।