20.1 C
Bhubaneswar
Monday, November 25, 2024
Homeଓଡିଶାରାଜ୍ୟରେ ଖସୁଛି ସଂକ୍ରମଣ ; ଆଜି ୮୮୬ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଖସୁଛି ସଂକ୍ରମଣ ; ଆଜି ୮୮୬ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଥିଲେ ହେଁ ଆଶଙ୍କା ହଟିନାହିଁ । ତେଣୁ ଏହାକୁ ନଜରରେ ରଖି ବିଏମସି ପକ୍ଷରୁ ରାଜଧାନୀ ଭୁବନେଶ୍ୱରର ସମସ୍ତ ସରକାରୀ ଓ ବେସରକାରୀ ଅଫିସକୁ ତାଗିଦ୍ କରାଯାଇଛି । ପୂର୍ବରୁ କିଛିଦିନ ଧରି ରାଜ୍ୟରେ ସଂକ୍ରମଣ ୨ ହଜାର ଉପରକୁ ଉଠିବା ପରେ ତଳକୁ ଖସିଥିଲା । ଗତ ୧୮ ଦିନ ହେଲା ସଂକ୍ରମଣ ୨ ହଜାର ତଳେ ରହୁଥିବା ଦେଖାଯାଉଛି । ପଶ୍ଚିମ ଓଡ଼ିଶା ତୁଳନାରେ ଉପକୂଳ ଅଞ୍ଚଳରେ ସଂକ୍ରମଣ ହ୍ରାସ ପାଇଁ ଅଧିକ ସମୟ ଲାଗୁଥିବା ଦେଖାଯାଉଛି । ହେଲେ ଏହାରି ମଧ୍ୟରେ ରାଜ୍ୟରେ ଗତ ୨୪ ଘଂଟାରେ ସଂକ୍ରମଣ ହାର ଖସିଛି ଫଳ ସ୍ବରୁପ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୮୮୬ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୫୧୨ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩୭୪ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫୩, କଟକରୁ ୮୧, ବାଲେଶ୍ୱରରୁ ୬୨, ଯାଜପୁରରୁ ୬୦, ଜଗତସିଂହପୁରରୁ ୫୪ ଓ ପୁରୀରୁ ଚିହ୍ନଟ ହୋଇଛନ୍ତି ୫୩ ସଂକ୍ରମିତ । ୧୧ ଜିଲ୍ଲାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୧୦ରୁ ୫୦ ଭିତରେ ରହିଛି । ସେହିପରି ୧୨ ଜିଲ୍ଲାରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ୧୦ ଭିତରେ ରହିଛି । ବଲାଙ୍ଗିର ଓ ନୂଆପଡ଼ା ଜିଲ୍ଲାରୁ ଆଜି କେହି ସଂକ୍ରମିତ ହୋଇ ନାହାନ୍ତି ।

ରାଜ୍ୟରେ ୨୪ ଘଣ୍ଟାରେ ୬୬ହଜାର ୬୩ କୋଭିଡ୍ ଟେଷ୍ଟ ହୋଇଛି । ପଜିଟିଭ୍ ହାର ରହିଛ ୧.୩୪ ପ୍ରତିଶତ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୯ଲକ୍ଷ ୮୭ହଜାର ୯୫୬କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୯ଲକ୍ଷ ୬୯ହଜାର ୯୧୬ ସଂକ୍ରମିତ । ଏବେ ରାଜ୍ୟରେ ୧୧ହଜାର ୪୮୬ ଆକ୍ଟିଭ୍ କେସ୍ ରହିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking