19.1 C
Bhubaneswar
Saturday, November 23, 2024
Homeଖେଳସ୍ୱର୍ଣ୍ଣ ଜିତି ଅଲମ୍ପିକ୍ସରେ ଇତିହାସ ରଚିଲେ ନୀରଜ ଚୋପ୍ରା

ସ୍ୱର୍ଣ୍ଣ ଜିତି ଅଲମ୍ପିକ୍ସରେ ଇତିହାସ ରଚିଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ: ଜାଭେଲିନ ଥ୍ରୋ ଫାଇନାଲରେ ଭାରତର ଭାଲା ଥ୍ରୋ କରୁଥିବା ଆଥଲେଟ ନୀରଜ ଚୋପ୍ରା ସ୍ୱର୍ଣ୍ଣ ପଦକ ନିଜ ନାମରେ କରିନେଇଛନ୍ତି । ଅଲମ୍ପିକରେ ଏମିତି କରିଥିବା ଦ୍ୱିତୀୟ ଭାରତୀୟ ବନି ଯାଇଛନ୍ତି ନୀରଜ । ନୀରଜ ପ୍ରଥମ ଥ୍ରୋ ରେ ୮୭.୦୩ ମିଟର ଦୂରକୁ ଭାଲା ଫିଙ୍ଗିଥିଲେ । ନୀରଜଙ୍କ ଠାରୁ ସମସ୍ତେ ସ୍ୱର୍ଣ୍ଣ ଆଶା କରୁଥିଲେ । ଅନ୍ୟପଟେ ଜର୍ମାନୀର ଜୋହାନଓ ବେଟର ନିଜର ପ୍ରଥମ ପ୍ରୟାସରେ ୮୨.୫୨ ମିଟର ଥ୍ରୋ କରିଥିଲେ । ପାକିସ୍ତାନର ଅରଶଦ ନଦୀମ ପ୍ରଥମ ପ୍ରୟାସରେ ୮୨.୪୦ ମିଟର ଥ୍ରୋ କରିଥିଲେ । ଏବେ ନୀରଜ ଟପ୍ ରେ ଅଛନ୍ତି । ଦ୍ୱିତୀୟ ପ୍ରୟାସରେ ବି ନୀରଜ କମାଲ କରିଥିଲେ ଓ ସେ ଦ୍ୱିତୀୟ ପ୍ରୟାସରେ ୮୭.୫୮ ମିଟର ଦୂର ଭାଲା ଥ୍ରୋ କରିଥିଲେ । ତୃତୀୟ ପ୍ରସାୟରେ ନୀରଜ ୭୬.୭୯ ମିଟର ଦୂର ଥ୍ରୋ କରିଥିଲେ । ତିନି ପ୍ରୟାସ ପରେ ଭାରତର ନୀରଜ ଚୋପ୍ରା ଟପରେ ଥିଲେ । ପାକିସ୍ତାନର ନଦୀମ ୪ର୍ଥ ସ୍ଥାନରେ ଅଛନ୍ତି । ନୀରଜ ଚୋପ୍ରାଙ୍କ ୪ର୍ଥ ଥ୍ରୋ ଫାଉଲ ରହିଛି । ୫ମ ଚେଷ୍ଟା ବି ନୀରଜଙ୍କ ଫାଉଲ ରହିଥିଲା ।
ଅନ୍ୟପଟେ ସ୍ୱର୍ଣ୍ଣ ଜିତି ଗର୍ବିତ କରିଥିବା ନୀରଜଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟୁଛି । ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ନୀରଜଙ୍କ ସଫଳତା ଯୁବକଙ୍କୁ ଉତ୍ସାହିତ କରିବ ବୋଲି ରାଷ୍ଟ୍ରପତି କହିଛନ୍ତି ।  ଅବିଶ୍ୱସନୀୟ ସଫଳତା ବୋଲି କହିଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ । ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ନୀରଜଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ନୀରଜ ଯେଉଁ ଇତିହାସ ରଚିଲେ ତାହା ସ୍ମାରଣୀୟ ହୋଇ ରହିବ ବୋଲି ମୋଦି କହିଛନ୍ତି ।
ଅଲମ୍ପିକ ସ୍ୱର୍ଣ୍ଣ ବିଜୟୀ ନୀରଜ ଚୋପ୍ରାଙ୍କ ଭୁବନେଶ୍ୱର ଲିଙ୍କ ରହିଛି । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ନୀରଜ ଅଭ୍ୟାସ କରିଥିଲେ । ନୀରଜଙ୍କ ସହ ପୂରା ଜାଭେଲିନ ଟିମ କଳିଙ୍ଗ ଷ୍ଟାଡିୟମରେ ଥିଲେ । କଳିଙ୍ଗ ଷ୍ଟାଡିୟମରେ କିଛି ଦିନ ପାଇଁ ନୀରଜ କ୍ୟାମ୍ପ କରିଥିଲେ । ନୀରଜଙ୍କ କଳିଙ୍ଗ ଷ୍ଟାଡିୟମ ଲିଙ୍କ ନେଇ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି କ୍ରୀଡା ସଚିବ ଆର. ଭୀନିଲକ୍ରିଷ୍ଣା  ା

ନୀରଜ ଚୋପ୍ରା ହରିୟାଣାର ଏକ ଗରିବ ପରିବାରରେ ୨୪ ଡିସେମ୍ବର ୧୯୯୭ରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ପାଖରେ ଭାଲା କିଣିବା ପାଇଁ ପଇସା ବି ନଥିଲା । ଭାରତୀୟ ଟ୍ରାକ ଓ ଫିଲ୍ଡ ଆଥଲେଟରେ ଭାଲା ଫିଙ୍ଗୁଥିବା ଖେଳାଳୀ ହେଉଛନ୍ତି ନୀରଜ । ନୀରଜ ୮୭.୫୮ ମିଟର ଭାଲା ଫିଙ୍ଗି ଟୋକିଓ ଅଲମ୍ପିକ ୨୦୨୦ରେ ଗୋଲ୍ଡ ମେଡାଲ ଜିତି ଇତିହାସ ରଚିଛନ୍ତି । ଅଂଜୁ ବବି ଜର୍ଜଙ୍କ ପରେ ବିଶ୍ୱ ଚାମ୍ପିୟନସିପ ସ୍ତରରେ ଆଥଲେଟିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ସେ ଦ୍ୱିତୀୟ ଭାରତୀୟ । ବାୟଡଗୋସଜ, ପୋଲାଣ୍ଡରେ ଆୟୋଜିତ ୨୦୧୬ ଆଇଏଏଏଫ ୟୁ୨୦ ବିଶ୍ୱ ଚାମ୍ପିୟନସିପରେ ସେ ଏହି ଉପଲବ୍ଧି ହାସଲ କରିଥିଲେ । ଏହି ପଦକ ସହିତ ସେ ବିଶ୍ୱ ଜୁନିୟର ରେକର୍ଡ ବି କରିଥିଲେ । ୨୦୨୧ ଟୋକିଓ ଅଲମ୍ପିକରେ ଗୋଲ୍ଡ ମେଡାଲ ବିଜେତା ୨୦୧୬ର ଦକ୍ଷିଣ ଏସିଆଇ  ଖେଳରେ ସେ ଭାରତୀୟ ରାଷ୍ଟ୍ରୀୟ ରେକର୍ଡ ବରାବର କରି ୮୨.୨୩ ମିଟର ଯାଏଁ ଭାଲା ଫିଙ୍ଗି ସ୍ୱର୍ଣ୍ଣ ପଦକ ଜିତିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking