ମୁମ୍ବାଇ: ସାମ୍ନାକୁ ଆସିଛନ୍ତି ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଆଉ ଜଣେ ଡୁପ୍ଳିକେଟ୍ । ହସ, ଠାଣି, ଆଉ ତାଙ୍କ ନୀଳ ନୟନା ଆଖି ପୁରାପୁରି ଐଶ୍ୱର୍ଯ୍ୟାଙ୍କ ଭଳି । କେବଳ ସେତିକି ନୁହେଁ ଆକ୍ଟିଂରେ ବି ସେ ମାହିର ।
ଐଶ୍ୱର୍ଯ୍ୟାଙ୍କ ଭଳି ଦେଖାଯାଉଥିବା ଏହି ସୁନ୍ଦରୀ ଜଣକ ହେଲେ ଅସିତା ସିଂ ରାଠୋର । ଅସିତା ପାଖାପାଖି ଐଶ୍ୱର୍ଯ୍ୟାଙ୍କ ଭଳି ଦେଖାଯାଆନ୍ତି । ଏଥିପାଇଁ ସେ ସୋଶାଲ ମିଡିଆରେ ଏବେ ବେଶ୍ ପପୁଲାର । ସେ ପ୍ରାୟତଃ ନିଜ ଭିଡିଓ ଏବଂ ଫଟୋ ଇନ୍ଷ୍ଟାଗ୍ରାମରେ ସେଆର କରନ୍ତି । ଏହି ଭିଡିଓରେ ସେ ଅଧିକାଂଶ ଫିଲ୍ମର ଗୀତ ଏବଂ ଡାଏଲଗର ଲିପ-ସିଙ୍କ କରୁଥିବା ଦେଖିବାକୁ ମିଳେ ।
କେବଳ ସେତିକି ନୁହେଁ ତାଙ୍କର ଢ଼େର ଫଲୋଅର୍ସ ମଧ୍ୟ ଅଛନ୍ତି । ଏହା ବ୍ୟତୀତ ଅସିତା ପ୍ରାୟତଃ ସଲମାନଙ୍କ ଭଳି ଦେଖାଯାଉଥିବା ବିକ୍ରମ ସିଂହ ରାଜପୁତଙ୍କ ସହ ରିଲ୍ ଭିଡିଓ ମଧ୍ୟ ତିଆରି କରନ୍ତି । ନିକଟରେ ସେ ସଲମାନଙ୍କ ସୁପରହିଟ୍ ଫିଲ୍ମ ‘ମେନେ ପ୍ୟାର୍ କିୟା’ର ଗୀତ ‘ଆଜା ସାମ୍ ହୋନେ ଆଇ’ରେ ରିଲ ଭିଡିଓ ତିଆରି କରିଥିଲେ । ଏହି ଭିଡିଓଟି ବେଶ୍ ଭାଇରାଲ ହୋଇଥିଲା । ଏହାକୁ ସଲମାନ ଏବଂ ଐଶ୍ୱର୍ଯ୍ୟାଙ୍କ ପ୍ରଶଂସକମାନେ ମଧ୍ୟ ବହୁତ ପସନ୍ଦ କରିଥିଲେ ।
ସୂଚନା ମୁତାବକ, ଅସିତାଙ୍କ ପୂର୍ବରୁ ମଧ୍ୟ ୟୁଏଏସ୍ରେ ରହୁଥିବା ପାକିସ୍ତାନୀ ଝିଅ ଆମନା ଇମରାନ୍, ମାନସି ନାୟକ, ମାହଲାଘା ଝାବେରୀ ଏବଂ ଅମୁଜ ଅମୃତା ଭଳି କେତେକ ଯୁବତୀ ଐଶ୍ୱର୍ଯ୍ୟାଙ୍କ ଡପ୍ଲୁକେଟ୍ ହୋଇଥିବା ଯୋଗୁଁ ପପୁଲାର ହୋଇସାରିଛନ୍ତି । ଅସିତା ମଧ୍ୟ ଏବେ ଏହି ତାଲିକାରେ ସାମିଲ ହୋଇଛନ୍ତି । ସେ ମଧ୍ୟ ଧୀରେ ଧୀରେ ପପୁଲାର ହେବାକୁ ଲାଗିଲେଣି । ସୋସିଆଲ ମିଡିଆରେ ତାଙ୍କର ଏବେପର୍ଯ୍ୟନ୍ତ ୨୩ ହଜାରରୁ ଅଧିକ ଫଲୋଅର୍ସ ହୋଇ ସାରିଲେଣି ।