ମୟୂରଭଞ୍ଜ- ଆଜି ଶେଷ ହେଲା ରାଜ୍ୟ ମୁକ୍ତ ବିଦ୍ୟାଳୟ ପକ୍ଷରୁ ଅନୁଷ୍ଠିତ ବୋର୍ଡ ପରୀକ୍ଷା। ମାତ୍ର ପରୀକ୍ଷାକୁନେଇ ଚର୍ଚ୍ଚାରେ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ଅନ୍ତର୍ଗତ ବିନୋଦବିହାରୀ ଉଚ୍ଚ ବିଦ୍ୟାଳୟ। ଆଉ ବିବାଦ ଘେରୋରେ ଅତିରିକ୍ତଦାୟିତ୍ବରେ ଥିବା ପ୍ରଧାନଶିକ୍ଷକ ନିତ୍ୟାନନ୍ଦ ଘଡେଇ। ତାହାପୁଣି ମହାମାରୀ କରୋନା ପରିସ୍ଥିତି ଯୋଗୁଁ ରାଜ୍ୟ ସରକାର ଶିକ୍ଷାର୍ଥୀଙ୍କ ପରୀକ୍ଷା ଫିସ ଛାଡ଼ ଘୋଷଣା କରିଥିବା ବେଳେ ଫାଇଦାଖୋର ଅର୍ଥଲୋଭି ପ୍ରଧାନଶିକ୍ଷକ ଦାୟିତ୍ୱରେ ଥିବା ଶିକ୍ଷକ ନିତ୍ୟାନନ୍ଦ ଘଡେଇ ୮ଶହ ଟଙ୍କା ଦାବିକରି ପରୀକ୍ଷାର୍ଥୀଙ୍କ ଠାରୁ ନେଇଥିବା ଭଳି ସାଙ୍ଘାତିକ ଅଭିଯୋଗ ହୋଇଛି। ଆଉ ବୋର୍ଡ ପରୀକ୍ଷା ଫର୍ମ ଫିଲାଫ ପାଇଁ ଆଠଶାହ ଟଙ୍କା ଲାଗିବ ବୋଲି ରୋକଠୋକ କହୁଥିବା ଅଡିଓ ଆମ ହାତରେ ଲାଗିଛି। ଯାହା ଏକ ବଳିଷ୍ଠ ପ୍ରମାଣ। ସେହିପରି ଫର୍ମ ଫିଲଫ ସମୟରେ ପରୀକ୍ଷାର୍ଥୀଙ୍କ ଦସ୍ତଖତ ଜରୁରୀ ଥିବା ବେଳେ ଯେକେହି ସେହିଭଳି ମାରିଦେଲେ ଚଳେଇ ନେବେ ବୋଲି କହୁଛନ୍ତି ଦାୟିତ୍ବରେ ଥିବା ପ୍ରଧାନଶିକ୍ଷକ ନିତ୍ୟାନନ୍ଦ ଘଡେଇ।
ଅନ୍ୟପଟେ ଫର୍ମ ଫିଲାଫ ପରେ ପରୀକ୍ଷା କେନ୍ଦ୍ରରେ କପି ଯୋଗାଇ ପାସ କରାଇ ଦେବାର ନିର୍ଭର ପ୍ରତିଶୃତି ଦେଇଥିଲେ। ସେଣ୍ଟରରେ ସବୁପ୍ରକାର ଫେସିଲିଟି ଯୋଗାଇ ଦେବା ବାବଦରେ ପରୀକ୍ଷାର୍ଥୀଙ୍କ ଠାରୁ ୧୫ ଶହରୁ ୨ହଜାର ଟଙ୍କା ଲେଖାଏଁ ଆଦାୟ କରିଥିବା ଭଳି ବିବାଦୀୟ ଘଟଣା ସାମ୍ନାକୁ ଆସିଛି। ତେବେ ରାସଗୋବିନ୍ଦପୁର ବିନୋଦ ବିହାରୀ ଉଚ୍ଚ ବିଦ୍ୟାଳୟରେ ଖୋଲା ଯାଇଥିବା ରାଜ୍ୟ ମୁକ୍ତ ବିଦ୍ୟାଳୟ କେନ୍ଦ୍ରର ପାରକ୍ଷାର୍ଥୀ ମାନେ ମୋରଡ଼ା ବ୍ଲକ ଅଧୀନରେ ହୋଇଥିବା ମୋରଡ଼ା ସରକାରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ, ହରପ୍ରସାଦ ଶିକ୍ଷାନିକେତନ ନୂଆଗାଁ ପରୀକ୍ଷା ସେଣ୍ଟରରେ ପରୀକ୍ଷା ଦେଉଥିଲେ ପରୀକ୍ଷାର୍ଥୀ। କିନ୍ତୁ ସେଣ୍ଟର ପକ୍ଷରୁ କୌଣସି ପ୍ରକାର ସୁବିଧା ସୁଯୋଗ ନ ପାଇ ଅସନ୍ତୁଷ୍ଟ ହେବା ସହିତ ପରୀକ୍ଷାର୍ଥୀଙ୍କ ଅଭିଭାବକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶପାଇ ସ୍ଥାନୀୟ ଲୋକ ଏବଂ କିଛି ଶିକ୍ଷକଙ୍କ ମଧ୍ୟରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଆଉ ଠିକ ଏହି ସମୟରେ ସେଣ୍ଟର ପରିଦର୍ଶନରେ ଆସିଥିଲେ ଜିଲ୍ଲା ଶିକ୍ଷା ଅଧିକାରୀ। ସବୁ ଘଟଣା ପଡିଥିଲା ତାଙ୍କ ଆଖିରେ। ସ୍କୁଲ ଛାଡି ବିବାଦୀୟସ୍ଥଳରେ ମାମଲତକାର କରୁଥିଲେ ଦାୟିତ୍ବରେ ଥିବା ପ୍ରଧାନଶିକ୍ଷକ ନିତ୍ୟାନନ୍ଦ ଘଡେଇ। ପରେ ଜିଲ୍ଲା ଶିକ୍ଷା ଅଧିକାରୀ ସ୍କୁଲ ପରିଦର୍ଶନରେ ଯାଇ ଦାୟିତ୍ବରେ ଅନୁପସ୍ଥିତି ଥିବା ଦର୍ଶାଇ ପ୍ରଧାନଶିକ୍ଷକ ନିତ୍ୟାନନ୍ଦ ଘଡେଇଙ୍କୁ ନିଲମ୍ବିତ କରିଛନ୍ତି। ମାତ୍ର ପ୍ରକୃତ ଘଟଣାକୁ ଅଣଦେଖା କରିବାକୁନେଇ ସ୍ଥାନୀୟ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି।
ଅନ୍ୟପଟେ ସଂପୃକ୍ତ ପ୍ରଧାନଶିକ୍ଷକ ଶ୍ରୀ ଘଡେଇ ସ୍କୁଲର ବିଭିନ୍ନ ଅନିୟମିତତା କାର୍ଯ୍ୟରେ ଜଡ଼ିତ ଥିବା ଅଭିଯୋଗ ହୋଇଛି। ଏମିତି କି ରାଜ୍ୟ ସରକାରଙ୍କ ଶିକ୍ଷାବିଭାଗ ବେଆଇନ ଘୋଷଣା କରିଥିବା ସତ୍ତ୍ୱେ ସ୍କୁଲ ପରିସରରେ ଗ୍ରୁପ ଟିଉସନ କରନ୍ତି ବୋଲି ଅଭିଯୋଗ କରି କହିଛନ୍ତି ବର୍ତ୍ତମାନ ଏବଂ ପୂର୍ବତନ ଛାତ୍ର ସହିତ ଅଭିଭାବକ।
ତେବେ ନିଲମ୍ବନ ଆଦେଶ ପ୍ରଚାର ପରେ ସ୍ଥାନୀୟ ଅଞ୍ଚଳରେ ଆନନ୍ଦ ପ୍ରକାଶ ପାଇଥିଲେ ମଧ୍ୟ ଏହା ଯଥେଷ୍ଟ ନୁହେଁ ବରଂ ତାଙ୍କୁ ଗିରଫ କରାଯିବା ସହିତ ଚାକିରୀରୁ ବହିଷ୍କୃତ କରାଯିବା ଉଚିତ। ନଚେତ ସରକାରୀ ଆଇନ ଉପରୁ ଲୋକଙ୍କ ବିଶ୍ୱାସ ତୁଟି ଯିବା ସହିତ କେବଳ ଘୋଷଣା କରି କାର୍ଯ୍ୟକାରୀ କରନ୍ତି ନି ସରକାର ବୋଲି ପ୍ରମାଣିତ ହେବ।