20.1 C
Bhubaneswar
Monday, November 25, 2024
Homeଓଡିଶାମାଟ୍ରିକ ପରୀକ୍ଷାରୁ ବଞ୍ଚିତ ୩ ଛାତ୍ରଛାତ୍ରୀ

ମାଟ୍ରିକ ପରୀକ୍ଷାରୁ ବଞ୍ଚିତ ୩ ଛାତ୍ରଛାତ୍ରୀ

ଭବାନୀପାଟଣା: ମାଟ୍ରିକ ପରିକ୍ଷା ଫଳାଫଳକୁ ନେଇ ସାରାରାଜ୍ୟରେ ସମାଲୋଚନା ହୋଇଥିବା ବେଳେ ଏବେ ପୁଣି ବିଦ୍ୟାଳୟ କାର୍ଯ୍ୟରତ ଶିକ୍ଷକଙ୍କ ତ୍ରୁଟି ଯୋଗୁଁ ୩ଛାତ୍ରଛାତ୍ରୀ ପରୀକ୍ଷା ଦେବାରୁ ବାଦ ପଡିଥିବା ଘଟଣା ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ଫର୍ମ ଫିଲ୍‌ଅପ୍ କରିଥିଲେ ମଧ୍ୟ ଆଡ଼ମିଟ କାର୍ଡ ଆସିନଥିବା ଜଣାପଡିଛି । ଯାହା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଆଶାଆଶଙ୍କା ଭିତରେ ଠେଲି ହୋଇଯାଇଛି । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ପର୍ଲା ସ୍ଥିତ ସରକାରୀ ଅନନ୍ତ ପ୍ରସାଦ ଦାସ ଉଚ୍ଚ ବିଦ୍ୟାଳୟରେ ଏଭଳି ଘଟଣା ଘଟିଥିବା ଜଣାପଡିଛି । ଏହି ବିଦ୍ୟାଳୟରେ ସପ୍ଲିମେଣ୍ଟାରି ପରୀକ୍ଷା ପାଇଁ ୪ଜଣ ଛାତ୍ରଛାତ୍ରୀ ଫର୍ମ ଫିଲ୍‌ଅପ୍ କରିଥିଲେ । ୩ଜଣ ରେଗୁଲାର ହୋଇଥିବା ବେଳେ ଜଣେ ଏକ୍ସ ରେଗୁଲାର ବୋଲି ଜଣାପଡିଛି । ତେବେ ଏକ୍ସ ରେଗୁଲାର ଛାତ୍ର ମନୀଷ ଦାସଙ୍କ ଆଡମିଟ୍ କାର୍ଡ ଆସିଥିବା ବେଳେ ରେଗୁଲାରର ମୋହିତ ବୋଡ଼କିଆ, ଠନ ସୁନ୍ଦର ମଶ୍ରା ଓ ଟିକେମଣି ସୁନାନୀଙ୍କ ଆଡମିଟ୍ କାର୍ଡ ଆସି ନ ଥିବା ଅଭିଯୋଗ ହୋଇଛି । ଯାହା ତିନି ଛାତ୍ରଛାତ୍ରୀ ପରୀକ୍ଷା ଦେବାରୁ ବଞ୍ଚିତ ହେଇଛନ୍ତି । ଏହି ବିଷୟ ପ୍ରଘଟ ହେବାପରେ କାର୍ଯ୍ୟରତ ଶିକ୍ଷକଙ୍କ ଅବହେଳା ନୀତିକୁ ଘୋର ନିନ୍ଦା କରାଯାଇଛି । ଛାତ୍ରଛାତ୍ରୀଙ୍କ ଅବିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା ଦେଖାଯିବା ସହ ପିଲା ଙ୍କ ଜୀବନ ସହ ଖେଳଖେଳିବା ନେଇ ଉତ୍ତେଜନା ପ୍ରକାଶ ପାଇଛି । ସୂଚନା ଯେ ,ନିୟମ ଅନୁଯାୟୀ ବୋର୍ଡ କର୍ତ୍ତୃପକ୍ଷ ପରୀକ୍ଷା ହେବା ୮/୧୦ ଆଗରୁ ପ୍ରତ୍ୟେକ ସ୍କୁଲ ମାନଙ୍କୁ ଆଡମିଟ କାର୍ଡ ସହ ପରୀକ୍ଷା ସୂଚୀ ଯୋଗାଇଥାନ୍ତି । ଏହା ପୂର୍ବରୁ ପରୀକ୍ଷା ସେଣ୍ଟର ନିର୍ଦ୍ଧାରିତ କରାଯାଇଥାଏ । ତେବେ ପ୍ରଧାନ ଶିକ୍ଷକଙ୍କ ତତ୍ତ୍ୱାବଧାନରେ ଫର୍ମଫିଲପ ହେଇଥିଲେ ମଧ୍ୟ କେଉଁ ପରିସ୍ଥିତିରେ ତ୍ରୁଟି ଦେଖା ଦେଲା ତାହା ଏବେ ତଦନ୍ତ ସାପେକ୍ଷ । ଏନେଇ ଧର୍ମଗଡ଼ ବ୍ଲକ ଶିକ୍ଷା ଅଧିକାରୀ ବାଞ୍ଛାନିଧି ପୁରୋହିତଙ୍କୁ ପଚାରିବାରୁ ତାହା ପ୍ରଧାନଶିକ୍ଷକଙ୍କ ତ୍ରୁଟି ପୂର୍ଣ୍ଣତା ଯୋଗୁଁ ଏଭଳି ହୋଇଥିବା ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking