20.1 C
Bhubaneswar
Monday, November 25, 2024
Homeଓଡିଶାରାସ୍ତା ନିର୍ମାଣ ନହେଲେ ଭୋଟ ବର୍ଜନ ସହ ବ୍ଲକ କାର୍ଯ୍ୟାଳୟ ଘେରିବେ ଚେତାବନୀ ଦେଲେ ୭ଖଣ୍ଡ...

ରାସ୍ତା ନିର୍ମାଣ ନହେଲେ ଭୋଟ ବର୍ଜନ ସହ ବ୍ଲକ କାର୍ଯ୍ୟାଳୟ ଘେରିବେ ଚେତାବନୀ ଦେଲେ ୭ଖଣ୍ଡ ଗ୍ରାମବାସୀ

ବୈପାରିଗୁଡା : କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଦୋରାଗୁଡ଼ା ଗ୍ରାମପଞ୍ଚାୟତର ୭ଖଣ୍ଡ ଗ୍ରାମକୁ ସ୍ୱାଧୀନତାର ୭୨ବର୍ଷ ପରେ ମଧ୍ୟ ପ୍ରଶାସନ ତରଫରୁ ରାସ୍ତା ଖଣ୍ଡିଏ ହୋଇପାରିଲା ନାହିଁ ।ଫଳରେ ନିର୍ବାଚନ ଆଉ ମାତ୍ର କିଛି ମାସ ଥିବା ବେଳେ, ରାଜ୍ୟ ସରକାର ତୁରନ୍ତ ରାସ୍ତା ତିଆରି କରନ୍ତୁ, ନଚେତ୍‌ ଦୋରାଗୁଡ଼ା ଗ୍ରାମପଞ୍ଚାୟତର ଏହି ୭ଖଣ୍ଡ ଗ୍ରାମବାସୀ ଅର୍ଥାତ ୧ହଜାରରୁ ଉର୍ଦ୍ଧ୍ୱ ଭୋଟର ଭୋଟ ବର୍ଜନ କରିବା ସକାଶେ ଧମକ ଦେବା ସହ ବ୍ଲକ କାର୍ଯ୍ୟାଳୟ ଘେରାଉ କରିବା ପାଇଁ ଚେତାବନୀ ଦେଇଛନ୍ତି । ଏହି ଗ୍ରାମପଞ୍ଚାୟତ ଅଧିନରେ ଯାଇଥିବା ଡୁମୁରିଗୁଡ଼ା ଠାରୁ ଭାୟା ସାପଗୁଡ଼ା ଦେଇ ସଂଯୋଗ କରୁଥିବା କୋଲାର ପଞ୍ଚାୟତର ରାମପୁର ଗ୍ରାମର ରାସ୍ତା କଥା ଆଦୌ ନକହିବା ଭଲ ।ଏହି ରାସ୍ତା ଉପରେ ନିର୍ଭର କରନ୍ତି ପ୍ରାୟ ୨ଶହ ରୁ ଉର୍ଦ୍ଧ୍ବ ପରିବାର ଅର୍ଥାତ ୧ହଜାର ରୁ ଉର୍ଦ୍ଧ୍ବ ଗ୍ରାମବାସୀ ।ଏହି ରାସ୍ତା ଉପରେ ଡୁମୁରିଗୁଡ଼ା, କୁଦାଲଗୁଡା, ପାଣ୍ଡ୍ରିଗୁଡ଼ା, କଲୋନୀଗୁଡା, ସାପଗୁଡ଼ା, ଗୁଣ୍ଡଲିଆଗୁଡ଼ା, କେନ୍ଦୁଗୁଡ଼ା ଭଳି ଅନେକ ଗାଁକୁ ବର୍ତ୍ତମାନ ସୁଧା ରାସ୍ତା ହୋଇ ପାରିନାହିଁ ଏବଂ ଏହି ଗ୍ରାମ ଗୁଡ଼ିକ ବର୍ଷାଦିନ ଆସିବା ମାତ୍ରେକେ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଥାନ୍ତି ।ଗାଁ ମାନଙ୍କୁ ରାସ୍ତା ନଥିବା କାରଣରୁ ଗର୍ଭବତୀ ମହିଳାଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ରୋଗୀ ଓ ଗାଁର ଛାତ୍ରଛାତ୍ରୀମାନେ ବୈପାରିଗୁଡା ବ୍ଲକ ସଦର ମହକୁମାକୁ ଯିବା ଆସିବା ସକାଶେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ।

ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ସ୍କୁଲ ଏବଂ କଲେଜ ପିଲା ଯାତାୟତ କରିଥାନ୍ତି ଏବଂ ଗୁଣ୍ଡଲିଆଗୁଡ଼ା ଠାରେ ମଧ୍ୟ ଗୋଟିଏ ସେବାଶ୍ରମ ବିଦ୍ୟାଳୟ ରହିଛି ବର୍ଷାଦିନେ ପିଲାମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତେ କିନ୍ତୁ କରୋନା ମହାମାରୀ ଯୋଗୁଁ ବିଦ୍ୟାଳୟଟି ଛୁଟି ଥିବା ଫଳରେ ପିଲାମାନେ ଆଳ୍ପକେ ବର୍ତ୍ତିଯାଇଛନ୍ତି । ବିଶେଷ କରି ଡୁମୁରିଗୁଡ଼ା ଛକ ଠାରୁ ରାମପୁର ଛକ ପର୍ଯ୍ୟନ୍ତ ପ୍ରାୟ ୩କିଲୋମିଟର ରାସ୍ତା ଅବସ୍ଥା ଶୋଚନୀୟ ହୋଇଥିବା କାରଣରୁ ୭ଖଣ୍ଡ ଗାଁର ୧ହଜାରରୁ ଉର୍ଦ୍ଧ୍ୱ ଜନସାଧାରଣ ସବୁବେଳେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତିି ।ରାସ୍ତାରେ ଚାଲିକି ଯିବା ଏତେ କଷ୍ଟ ହେଉଛି ଯେ, ଏହି ଗାଁକୁ ଦୁଇ ଚକିଆ ଯାନ କିମ୍ବା ୪ଚକିଆ ଯାନ ହେଉ ଅବା ଆମୁଲାନ୍‌ସ କିପରି ବା ଆସିବ, ରୋଗୀ ଓ ଗର୍ଭବତୀଙ୍କ ପାଇଁ କେବଳ ଆଶା ଦିଦିଙ୍କୁ ଦିଆଯାଇଥିବା ଷ୍ଟ୍ରେଚର କିମ୍ବା ଲୋକଙ୍କ ଖଟିଆ ହିଁ ସାହା ଭରଷା ।ରୋଗୀଙ୍କୁ ଶବ ଭଳି ଷ୍ଟ୍ରେଚରରେ ହେଉ କି ଖଟିଆରେ ଡୁମୁରିଗୁଡ଼ା ଛକ କିମ୍ବା ସାପଗୁଡ଼ା ଛକ ପର୍ଯ୍ୟନ୍ତ ବୋହି କି ନିଆଯାଉଛି ବୋଲି ଗ୍ରାମବାସୀ ଦୁଃଖର ସହ ପ୍ରକାଶ କରିଛନ୍ତି ।

ଗାଁରେ ଯଦି ଏକାଥରକେ ଦୁଇଜଣ ରୋଗୀ ହୋଇଯାଆନ୍ତି, ତା’ହେଲେ ଷ୍ଟ୍ରେଚର୍‌ ଟିଏ ବି ମିଳି ପାରେ ନାହିଁ ।ପରେ ଖଟଟିକୁ କାଉଡି କରି ବୋହି ନେବା ବ୍ୟତୀତ ଅନ୍ୟ ଉପାୟ ନଥାଏ । ଏମାନଙ୍କ ପାଇଁ ଆମ୍ବୁଲାନ୍ସ ସାତସପନ ।ଆଗକୁ ପଞ୍ଚାୟତ ନିର୍ବାଚନ ରହିଛି ।ତେଣୁ ଏହି ପଞ୍ଚାୟତର ୭ଖଣ୍ଡ ଗ୍ରାମର ୧ହଜାର ରୁ ଉର୍ଦ୍ଧ୍ବ ଗ୍ରାମବାସୀ ରାସ୍ତା କାମ ନହେଲେ ଭୋଟ ବର୍ଜନ କରିବା ସହ ବ୍ଲକ କାର୍ଯ୍ୟାଳୟ କୁ ଘେରାଉ କରିବେ ବୋଲି ୭ଖଣ୍ଡ ଗ୍ରାମର ଗ୍ରାମବାସୀ ଗୋବିନ୍ଦ ଚନ୍ଦ୍ର ସ୍ୱାଇଁ, ସିଙ୍ଘ କାଣ୍ଡିକି, ମଙ୍ଗଳା ପୂଜାରୀ, ରଘୁନାଥ ନାୟକ, ମନ ପାଲିଗୁଡ଼ିଆ, ସନିଆ ନାୟକ, ପୂର୍ଣ୍ଣଚନ୍ଦ୍ର ନାୟକ, ଶ୍ୟାମ ସୁନ୍ଦର କୁସପାରିଆ, ପୂର୍ଣ୍ଣଚନ୍ଦ୍ର ଗାଦବା, ପଦ୍ମା ଗାଦବା, ରାଧିକା ନାୟକ, ସୁବର୍ଣ୍ଣ କାଣ୍ଡିକି, ତୁଳସା କାଣ୍ଡିକି, ସୁନାମଣୀ କାଣ୍ଡିକି, ଭୁବନ ନାୟକ, ଅଭି କାକଲପଡ଼ିଆ ପ୍ରମୁଖ ଧମକ ଦେବା ସହ ଚେତାବନୀ ମଧ୍ୟ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking