24.1 C
Bhubaneswar
Friday, November 29, 2024
Homeଓଡିଶାରୋଗୀ ମୃତ୍ୟୁ ନେଇ ରାସ୍ତାରୋକ

ରୋଗୀ ମୃତ୍ୟୁ ନେଇ ରାସ୍ତାରୋକ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଆର୍‌.ଉଦୟଗିରି ଥାନା ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଅଭାବରୁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ଉତ୍ୟକ୍ତ ଲୋକ ବ୍ରହ୍ମପୁର ଠାରୁ ପାରଳାଖେମୁଣ୍ଡି ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି । ସୂଚନା ଅନୁଯାୟୀ,  ଆର୍‌.ଉଦୟଗିରି ଖ୍ରୀଷ୍ଟିୟାନ ସାହି ବାସିନ୍ଦା ରାଜେନ୍ଦ୍ର ଜେନା ଶୌଚାଳୟରେ ପଡିଯିବା ଫଳରେ ମେଡିକାଲକୁ ଆସିଥିଲେ । ସେଠାରେ ବହୁତ ସମୟ ଅପେକ୍ଷା କରିବା ପରେ ମଧ୍ୟ କୌଣସି ଡାକ୍ତର ତାଙ୍କୁ ଚିକିତ୍ସା କରିବାକୁ ଆସିନଥିଲେ । ଚିକିତ୍ସା ଅବହେଳାର କାରଣ ପଚାରିବାରୁ ଜଣାପଡିଲା ଯେ ଏଠି ଦାୟିତ୍ୱ ନିର୍ବାହ କରୁଥିବା ୬ ଜଣ ଡାକ୍ତର ମଧ୍ୟରୁ କେହି ମଧ୍ୟ ମେଡିକାଲରେ ନାହାନ୍ତି । ଏଥିରୁ ୩ ଜଣ ପିଜି ପରୀକ୍ଷା ଦେବାପାଇଁ ଯାଇଥିବା ବେଳେ ଜଣେ ପାରଳାଖେମୁଣ୍ଡିରେ କୋଭିଡ୍ ଡ୍ୟୁଟି କରୁଛନ୍ତି ।

ଆଉ ଦୁଇଜଣଙ୍କ ମଧ୍ୟରୁ କେହି ନାହାନ୍ତି । ମେଡିକାଲର ଏଭଳି ପରିସ୍ଥିତ ଦେଖି ରୋଗୀଙ୍କୁ ଆଣିଥିବା ସମ୍ପର୍କୀୟମାନେ ବିରକ୍ତ ହୋଇଥିଲେ । ପ୍ରାୟ ତିନି ଘଣ୍ଟା ଅପେକ୍ଷା ପରେ ଡାକ୍ତର ସୁଧାଂଶୁ ଶେଖର ପଣ୍ଡା ଆସି କହିଲେ ଯେ ରୋଗୀ ରାଜେନ୍ଦ୍ର ଜେନାଙ୍କ ଘରେ ହିଁ ମୃତ୍ୟୁ ହୋଇଛି । ଏହା ଶୁଣି ଲୋକେ ରାଗିଯାଇ ପାରଳାଖେମୁଣ୍ଡିକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଅବରୋଧ କରିଥିଲେ । ଉତ୍ତ୍ୟକ୍ତ ଲୋକେ ରାଜେନ୍ଦ୍ର ଜେନାଙ୍କ ପରିବାକୁ ୧୦ ଲକ୍ଷ ଟଙ୍କା ଦେବା ପାଇଁ ସରକାରଙ୍କ ପାଖରେ ଦାବି କରିଥିଲେ । ଜିଲ୍ଲାପାଳ ନଆସିଲେ ରାସ୍ତାରୋକ ହଟିବ ନାହିଁ ବୋଲି ରୋକଠୋକ ମନାକରି ଦେଇଥିଲେ । ଆର୍‌.ଉଦୟଗିରି ବିଡିଓ ପ୍ରଦୀପ କୁମାର ନାୟକ ଘଟଣା ସ୍ଥଳରେ ପହଞ୍ôଚ ଲୋକଙ୍କୁ ବୁଝାସୁଝା କରି ରାଜେନ୍ଦ୍ର ଜେନାଙ୍କ ପରିବାରକୁ ଅନ୍ତିମ ସଂସ୍କାର ନିମନ୍ତେ ୨୦ହଜାର ଟଙ୍କା ସହାୟତା କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ସେଥିରୁ ୧୦ ହଜାର ଟଙ୍କା ନଗଦ ରାଶି ପ୍ରଦାନ କରିଥିବା ବେଳେ ଆଉ ବଳକାରାଶି ସୋମବାର ଦିନ ଦେବା ପାଇଁ କହିଥିଲେ । ଏହାପରେ ଉତ୍ୟକ୍ତ ଲୋକଙ୍କୁ ବହୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking