23.1 C
Bhubaneswar
Friday, November 22, 2024
Homeଓଡିଶାକୋରେଇ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ,ସଭାପତି ଙ୍କ କୋରେଇ ବିଜେପି କୁ ସମାଲୋଚନା    ...

କୋରେଇ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ,ସଭାପତି ଙ୍କ କୋରେଇ ବିଜେପି କୁ ସମାଲୋଚନା      

ଯାଜପୁର (ଓଏନଏ ) : ଯୁବ କଂଗ୍ରେସ, କୋରେଇ ତରଫରୁ ଲିଖିତ ପ୍ରେସ ବିବୃତି ରେ ଅଭିଯୋଗ କରିଛନ୍ତି ଯେ କୋରେଇ ବ୍ଲକ ବିଜେପି ଦାଖଲ ରେ ରହିଛି l ବ୍ଲକର ଅଧକ୍ଷା ଅଛନ୍ତି ବିଜେପି ଦଳ ର ବ୍ଲକ ର ଦୃନୀତି ଓ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ର ମହା ଦୃନୀତି ରେ ବିଜେପି ସମ୍ପୃକ୍ତ ଅଛନ୍ତି l ବୋଲି କୋରେଇ ନିର୍ବାଚନ ମଣ୍ଡଳୀ ର ଯୁବ କଂଗ୍ରେସ ନେତା ଅଭିଯୋଗ ଆଣିଛନ୍ତି ବ୍ଲକ ର ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଓମହା ଦୃନୀତି ବିରୁଦ୍ଧରେ ବିଜେପି ଆନ୍ଦୋଳନ କରିବା ଧାରଣା ହସାସ୍ପଦ ନିଜ ଦଳ ସମ୍ପୃକ୍ତ ଥାଇ ଅନ୍ୟକୁ ଦୋଷ ଦେବା ଠାକୁର ଘରେ କିଏ ନା କଦଳୀ ଖାଇନାହଁ କହିବା ସରଦୁସ୍ୟ.l ଆଗକୁ ଆସୁଛି ପଂଚାୟତ ନିର୍ବାଚନ l ପଂଚାୟତ ନିର୍ବାଚନ କୁ ଦୃଷ୍ଟି ରେ ରଖି ସମସ୍ତ ଦୁର୍ନୀତି ଅନୀତି ରେ ସମ୍ପୃକ୍ତି ଥିବା ବିଜେପି ଲୋକ ଦେଖାଣିଆ କୋରେଇ ବ୍ଲକ ସମୁଖରେ ବିକ୍ଷୋଭ କରିବା ହାସ୍ୟାସ୍ପଦ I କୋରେଇ ବ୍ଲକ ଶାସନ କ୍ଷମତା ବିଜେପି ହାତରେ, ଅନେକ ପଂଚାୟତ ସରପଂଚ ଓ ସମିତି ସଭ୍ୟ ବିଜେପି ହାତରେ, ସରକାରୀ ଯୋଜନା କାର୍ଯ୍ୟକାରୀ ସହ ତଦାରଖ କରିବା ପଂଚାୟତ ପ୍ରତିନିଧି ଓ ବ୍ଲକ ଏବଂ ଜିଲ୍ଲା ପ୍ରଶାସନ ଙ୍କ ହାତରେ I କଂଗ୍ରେସ ଦଳ କୋରେଇ ବାସୀ ଙ୍କ ମୌଳିକ ସୁବିଧା ଓ ଦୁର୍ନୀତି, ଅନୀତି କୁ ନେଇ ଲିଖିତ ଅଭିଯୋଗ ବିଭିନ୍ନ ସମୟରେ ବ୍ଲକ ପ୍ରଶାସନ ଓ ଜିଲ୍ଲାପାଳ, ଯାଜପୁର ଙ୍କ ନିକଟରେ ଦାବି ଜଣାଇଥିଲେ ମଧ୍ୟ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ନେବାର ନଜରକୁ ଆସିନାହିଁ I ରାଜ୍ୟ ଶାସନ କ୍ଷମତାରେ ଥିବା ବିଜେଡି ଓ ବ୍ଲକ କ୍ଷମତାରେ ଥିବା ବିଜେପି ମୁଦ୍ରା ର ଦୁଇ ପାର୍ଶ୍ୱ ପରି ମିଳିମିଶି ବ୍ଲକ ପ୍ରଶାସନ କୁ ହାତ କରି ବ୍ଲକ କ୍ଷମତାରେ ଥିବା ସମସ୍ତ ସରକାରୀ ଯୋଜନା ମନରେଗା, ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା, ମୋ ଖାତା, ରାସ୍ତାଘାଟ, ରାସନ କାର୍ଡ ଦୁର୍ନୀତି, ଜବ କାର୍ଡ ଦୁର୍ନୀତି ଭଳି ଅନେକ କାର୍ଯ୍ୟ ରେ ଦୁର୍ନୀତି ର ଗନ୍ଧ ସ୍ପଷ୍ଟ ବାରି ହେଉଛି ଯାହାବି ତଦନ୍ତ ସାପେକ୍ଷ I ଉଭୟ ଦଳ ନେତା କର୍ମୀ ଙ୍କ ଭାଗ ବଣ୍ଟା ରେ ଯୁବ ମୋର୍ଚା ବିଜେପି ବାଦ ପଡ଼ିଥିବାରୁ ଲୋକ ଦେଖାଣିଆ ବିକ୍ଷୋଭ କରୁଛି ବୋଲି ଯୁବ କଂଗ୍ରେସ ଅନୁଭବ କରୁଛି I କାରଣ ଆବାସ ଗୃହ , ଗ୍ରାମାଞ୍ଚଳ ରାସ୍ତା ଘାଟ ଭଳି ଅନେକ କାର୍ଯ୍ୟ ରେ ଉକ୍ତ ଅଂଚଳ ର ହିତାଧିକାରୀ ମାନଙ୍କୁ ପଚାରି ବୁଝିନେଲେ ପ୍ରକୃତ ଦୁର୍ନୀତି ଜଣାପଡୁଛି I ଦୀର୍ଘ ୪ ବର୍ଷ ରୁ ଊର୍ଦ୍ଧ୍ୱ ହେବ ବିଜେପି ବ୍ଲକ ଶାସନ କ୍ଷମତା ରେ ରହି ସମସ୍ତ କାର୍ଯ୍ୟ ର ଫାଇଲ ରେ ବିରୋଧ ନକରି ଚେୟାରମ୍ୟାନ ଦସ୍ତଖତ କରିଥିବା କାର୍ଯ୍ୟ ର ତଦନ୍ତ ପରିସର ଭୁକ୍ତ କରିବା ପାଇଁ ବିଜେପି ଜିଲ୍ଲାପାଳ ଙ୍କ ପାଖରେ ଦାବି ଜଣାଇବ କି ? ଆମ୍ଭେ ପ୍ରଶ୍ନ କରୁଅଛୁ I

ଏଣୁ ଏଥିପ୍ରତି ଦୃଷ୍ଟି ଦେବାକୁ ଆମ୍ଭେ ଜିଲ୍ଲା ପ୍ରଶାସନ କୁ ଅନୁରୋଧ କରୁଛୁ, ନଚେତ

ଆଗାମୀ ଦିନରେ ଯୁବ କଂଗ୍ରେସ ଏହାକୁ ପ୍ରତିବାଦ କରି ରାଜା ରାସ୍ତା କୁ ଓଲ୍ହାଇବ I ବୋଲି ଯୁବ କଂଗ୍ରେସ ସଭାପତି ପ୍ରିୟବ୍ରତସାହୁ ଏକ ପ୍ରେସ ବିଜ୍ଞପ୍ତି ର ପ୍ରକାଶ କରିଛନ୍ତି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking