32.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶଦେଶରେ ଚିନ୍ତା ବଢ଼ାଉଛି ମହାରାଷ୍ଟ୍ର ଓ କେରଳ

ଦେଶରେ ଚିନ୍ତା ବଢ଼ାଉଛି ମହାରାଷ୍ଟ୍ର ଓ କେରଳ

ନୂଆଦିଲ୍ଲୀ : ଦେଶରେ ବର୍ତ୍ତମାନ ଦୈନିକ ଯେତିକି ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି ସେମାନଙ୍କ ମଧ୍ୟରୁ ୫୦ ପ୍ରତିଶତକରୁ ଅଧିକ କେବଳ ମହାରାଷ୍ଟ୍ର ଓ କେରଳରୁ ହିଁ ଚିହ୍ନଟ ହେଉଛନ୍ତି । ଏଥିସହିତ ଦେଶର ୯୦ ଜିଲ୍ଲାରେ ୮୦ ପ୍ରତିଶତରୁ ଅଧିକ ନୂଆ ମାମଲା ରହିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ନୂଆଦିଲ୍ଲୀରେ ଶୁକ୍ରବାର ସାମ୍ବାଦିକଙ୍କୁ ସୂଚନା ଦେଇ ନୀତି ଆୟୋଗର ସ୍ୱାସ୍ଥ୍ର ସଚିବ ଡ. ଭି.କେ ପଲ୍ କହିଛନ୍ତି ଯେ, ଦେଶରୁ କରୋନାର ଦ୍ୱିତୀୟ ଲହର ଏପର୍ଯ୍ୟନ୍ତ ଯାଇନାହିଁ । ବ୍ରିଟେନ୍‌, ଋଷ୍ ଓ ବାଂଲାଦେଶରେ ସଂକ୍ରମଣ ପୁଣି ବଢ଼ିଛି । ତେଣୁ ଆମ ସମସ୍ତଙ୍କୁ କୋଭିଡ୍ ମାର୍ଗ ଦର୍ଶିକା ଓ କଟକଣା ମାନିବାକୁ ପଡ଼ିବ ।

କେରଳ ଓ ମହାରାଷ୍ଟ୍ର ସରକାର କଟକଣା କୋହଳ କରିବା ପରେ ସେଠରେ ପୁଣି ସଂକ୍ରମଣ ବଢ଼ିବା ଆରମ୍ଭ କରିଛି । ଦେଶରେ ଚିହ୍ନଟ ହୋଇଥିବା ମୋଟ ନୂଆ ମାମଲା ମଧ୍ୟରୁ ମହାରାଷ୍ଟ୍ରରୁ ୨୧ ଓ କେରଳରୁ ୩୨ ପ୍ରତିଶତ ରହିଛି। ୯୦ଟି ଜିଲ୍ଲାରୁ ୮୦ ପ୍ରତିଶତରୁ ଅଧିକ ନୂଆ ସଂକ୍ରମିତ ରହିଛନ୍ତି । ଏହି ୯୦ଟି ଜିଲ୍ଲା ଦେଶର ୧୫ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରେ ରହିଛି । ସେହିଭଳି ୧୭ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୬୬ଟି ଜିଲ୍ଲାରେ ସାପ୍ତାହିକ କୋଭିଡ୍ ପିଜିଟିଭ୍ ରେଟ୍‌(ଟିପିଆର୍‌)୧୦ ପ୍ରତିଶତରୁ ଅଧିକ ରହିଛି ।

କେନ୍ଦ୍ରଶାସିତ ମନ୍ତଣାଳୟ ତଥ୍ୟ ଅନୁସାରେ ଦେଶରେ ୯ତାରିଖ ସୁଦ୍ଧା ୪୩ହଜାର ୩୯୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ୯୧୧ଜଣଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ମୋଟ୍ ମ୍ୟତ୍ୟୁ ସଂଖ୍ୟା ୪,୦୫,୯୩୯ରେ ପହଞ୍ଚିଛି । ଅନ୍ୟପକ୍ଷରେ ୪୪,୪୫୯ ଜଣ ଆକ୍ରାନ୍ତ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । ଫଳରେ ମୋଟ୍ ଆରୋଗ୍ୟ ସଂଖ୍ୟା ୨,୯୮,୮୮,୨୮୪କୁ ବୃଦ୍ଧି ପାଇଛି । ଦେଶରେ ଏଷବ ସକ୍ରିୟ ରୋଗୀଙ୍‌କ ସଂଖ୍ୟା ୪,୫୮,୭୨୭ । ଆସିଏମ୍‌ଆର୍ ତଥ୍ୟ ଅନୁସାରେ ଦେଶରେ ଏପର୍ଯ୍ୟନ୍ତ ମୋଟ୍ ୪୨,୭୦.୧୬,୬୦୫ ନମୂନା ପରୀକ୍ଷା କରାଗଲାଣି । ସେଥିରୁ ୯ତାରିଖ ସୁଦ୍ଧା ୧୭,୯୦,୭୦୮ଟି ନମୂନା ପରୀକ୍ଷା କରାଯାଇଛି ।

ଓଡ଼ିଶାରେ ଦୈନିକ ସଂକ୍ରମଣର ଚିନ୍ତା ବଢ଼ାଉଛି ଉପକୂଳ ଅଞ୍ଚଳ । ରାଜ୍ୟରେ ୬୪ ଦିନି ହେବ ଲକ୍‌ଡାଉନ୍ ଜାରି ରହିଥିଲେ ବି ସମ୍ପୁର୍ଣ୍ଣ ନିୟନ୍ତଣକୁ ଆସିପାରୁନି କରୋନା । ବିଶେଷ କରି ଉପକୂଳ ଓଡ଼ିଶଶରେ କରୋନା ସଂକ୍ରଣ ନ୍ରିନ୍ତଣକୁ ଆଣିବା ପ୍ରଶାସନ ପାଇଁ କାଠିକର ପାଠ ହୋଇଛି । ପଶ୍ଚ ିମ ଓଡ଼ିଶାରେ ସଂକ୍ରମଣ ହ୍ରାସ ରାଜ୍ୟର ଚିତ୍ରକୁ କମ୍ ଦର୍ଶାଉଛି । କେନ୍ଦ୍ର ସରକାରଙ୍କ ଟିମ୍ ଆସି ରାଜ୍ୟରେ ଅନୁଧ୍ୟାନ କରୁଛନ୍ତି । ୯ତାରିଖରେ ୨୩୩୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେଥିମଧ୍ୟରୁ ୧୩୪୨ ସଙ୍ଗରୋଧରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ମାମଲା ୯୯୨ ରହିଛି । ଅନୁଗୁଳ-୬୪, ବାେଲେଶ୍ୱର-୧୬୪, ବରଗଡ଼-୧୭, ଭଦ୍ରକ-୧୨୧, ବଲାଙ୍ଗର-୬, ବୌଦ୍ଧ-୧୩, କଟକ-୩୭୧, ଦେବଗଡ଼-୫, ଢ଼ୋନାଳ -୩୪, ଗଜପତି-୨,ଗଞ୍ଜାମ-୬, ଜଗତସିଂହପୁର-୧୦୧, ଯାଜପୁର-୧୭୯, ଝାରସୁଗୁଡ଼ା-୬, କଳାହାଣ୍ଡି-୯, କନ୍ଧମାଳ-୨୯, କେନ୍ଦ୍ରାପଡ଼ା-୧୯୬, କେନ୍ଦୁଝର-୫୧,ଖୋର୍ଦ୍ଧା -୩୮୦,କୋରାପୁଟ-୧୯, ମାଲକାନଗିରି -୧୩, ମୟୁରଭଞ୍ଜ-୧୦୪, ନବରଙ୍ଗପୁର – ୭, ନୟାଗଡ଼-୯୪, ନୂଆପଡ଼ା-୩, ପୁରୀ-୧୦୬, ରାୟଗଡ଼ା-୩୮, ସମ୍ବଲପୁର-୨୧, ସୋନପୁର-୧୨, ସୁନ୍ଦରଗଡ଼-୮୭, ଷ୍ଟେ୍‌ପୁଲ୍‌-୭୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ଓଡ଼ିଶାରେ ୯ଲକ୍ଷ ୩୭ ହଜାର ୪୭୦ରେ ପହଞ୍ଚିଛି । ଓଡ଼ିଶାରେ ସୁସ୍ଥ ସଂଖ୍ୟା ୯ଲକ୍ଷ ୬ ହଜାର ୫୧୯ ରହିଥିବା ବେଳେ ୨୬ ହଜାର ୩୬୪ଜଣ ଆକ୍ରାନ୍ତ ଚିକିତ୍ସିତ ଅବସ୍ଥାରେ ଅଛନ୍ତି ।

ବର୍ତ୍ତମାନ ଓଡ଼ିଶାରେ ଖୋର୍ଦ୍ଧା, କଟକ, ବାଲେଶ୍ୱର, ଯାଜପୁର, ଭଦ୍ରକ ଏହି ସବୁ ଜିଲ୍ଲାରେ କରୋନା ତା’ର କାୟା ମେଲାଇବାରେ ଲାଗିଛି। କରୋନା ସଂକ୍ରମଣ ଓଡ଼ିଶାରେ ଆୟତ୍ତରେ ଥିବଲାବେଳେ କିନ୍ତୁ ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍ । ଓଡ଼ିଶାରେ ୯ତାରିଖରେ ୫୮ଜଣ ସଂକ୍ରମିତଙ୍କ ଚିହ୍ନଟ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ୧୧, ବରଗଡ଼, ପୁରୀରୁ ୭ଜଣ ଲେଖାଏ, ଗଞ୍ଜାମ ଓ ସୁନ୍ଦରଗଡ଼ରୁ ୬, ସମ୍ବଲପୁରରୁ ୪, କେନ୍ଦ୍ରାପଡ଼ାରୁ ୩, କଟକ, ଢ଼େଙ୍କାନାଳ, କେନ୍ଦୁଝର, ନୟାଗଡ଼ରୁ ୨ଜଣ ଲେଖାଏଁ, ଅନୁଗୁଳ, ଗଜପତି, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, ମୟୁରଭଞ୍ଜରୁ ଜଣେ ଲେଖାଏ ମୃତ୍ୟୁ ବରଣ କରିଛନ୍ତି । ଏହାକୁ ମିଶାଇ ଓଡ଼ିଶ।।ରେ ମୋଟ୍ ମୃତ୍ୟୁ ସଂଖ୍ୟା ୪୫୩୪କୁ ବୃଦ୍ଧି ପାଇଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking