28.1 C
Bhubaneswar
Friday, November 22, 2024
Homeଓଡିଶାଭିନ୍ନକ୍ଷମ ହୋଇ ମଧ୍ୟ ହାର ମାନିନି ନିଲା, ହେଲେ ସରକାରୀ ସାହାଯ୍ୟକୁ ଅପେକ୍ଷା

ଭିନ୍ନକ୍ଷମ ହୋଇ ମଧ୍ୟ ହାର ମାନିନି ନିଲା, ହେଲେ ସରକାରୀ ସାହାଯ୍ୟକୁ ଅପେକ୍ଷା

ମାଲକାନଗିରି : ଭିନ୍ନକ୍ଷମ ହୋଇ ମଧ୍ୟ ହାର ମାନିନି ଆଦିବାସୀ ପୁଅ ନିଲା l ନିଜେ ଭିନ୍ନକ୍ଷମ ହୋଇ ନିଜ ପେଟ ପାଇଁ ଗାଁ ଗାଁ ବୁଲି କରେ ସବୁ କାମ l ଆମେ କହୁଛୁ ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକର କାନ୍ଦାପଲ୍ଲୀ ପଞ୍ଚାୟତର ଉଦୟଗିରି ଗ୍ରାମରେ ରହୁଥିବା ନିଲା ମାଡକାମୀଙ୍କ ହୃଦୟ ବିଦାରିତ କରୁଥିବା କରୁଣ କାହାଣୀ l ପିଲା ବେଳରୁ ବିକଳାଙ୍ଗ ଛାତି ଫୁଲି ରହିଥିବା ସହ ପିଠି ମଧ୍ୟ ଫୁଲି ରହିଥିବା ଜଣାପଡ଼ିଛି l ନିଲାର ବାପା ମା ନ ଥିବା ବେଳେ ନିଲା ଗରିବ ହୋଇଥିବାରୁ ବଡ଼ କଷ୍ଟରେ କଟୁଛି ତାଙ୍କ ଜୀବନ l ସରକାରୀ ଯୋଜନାରୁ ଗୋଟିଏ ଇନ୍ଦ୍ରାବାସ ଘରଟିଏ ମଧ୍ୟ ମିଳିପାରି ନାହିଁ, ଯାହାଫଳରେ ଗୋଟିଏ କୁଡ଼ିଆ ଘରେ ନିଜ ସ୍ତ୍ରୀ ସହ ରହୁଥିବା ସହ ବୁଲିବୁଲି କୁଲିକାମ କରେ ନିଲା l ନୀଳାଙ୍କ କହିବା ଅନୁସାରେ ଅଧିକ ସମୟ କାମ କଲେ କଷ୍ଟ ଅନୁଭବ କରନ୍ତି l ବିକଳାଙ୍ଗ ହୋଇ ମଧ୍ୟ ଗାଡ଼ି ଚଳାଇବା ସହ ଗାଁ ଗାଁ ବୁଲି କୁଲି ମଜୁରିଆ କାମ କରି ଯାହା ଅର୍ଥ ଉପାର୍ଜନା କରେ ତାହାକୁ ପରିବାର ଚଳାଇବାରେ ଖର୍ଚ୍ଚ ହୋଇଯାଏ l କରୋନା ମହାମାରୀରେ ନିଲା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ୍ନ ହୋଇଥିବା କହିଛନ୍ତି l କିଛି ସରକାରୀ ସହାୟତା ଓ ଗୋଟିଏ ଇନ୍ଦ୍ରାବାସ ଯୋଜନାରେ ଘର ଟିଏ ପାଇଁ ଗଣମାଧ୍ୟମ ଆଗରେ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି ନିଲା l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking