27.1 C
Bhubaneswar
Thursday, April 25, 2024
Homeଓଡିଶାତେଲ ନଦୀ ସେତୁ ଅସୁରକ୍ଷିତ ପାଇଁ ଯାତ୍ରୀ ହଟ ହଟା

ତେଲ ନଦୀ ସେତୁ ଅସୁରକ୍ଷିତ ପାଇଁ ଯାତ୍ରୀ ହଟ ହଟା

ସୁବର୍ଣ୍ଣପୁର : ଓଡିଶାର ସବୁଠୁ ମଜବୁତ ଭାବେ ନିର୍ମାଣ ଓ ରାଜା ରାଜୁଡା ସମୟର ସର୍ବ ପୁରାତନ ବ୍ରିଜ ମଧ୍ୟରେ ସୋନପୁର -ମନମୁଣ୍ଡା ତେଲ ନଦୀ ବ୍ରିଜ ଟି ଏକ ଉଦାହରଣ ଅଟେ l 1970 ମସିହା ରେ ଓଡିଶା ର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ରାଜେନ୍ଦ୍ର ନାରାୟଣ ସିଂହ ଦେଓ ଏହା ର ଭିତ୍ତିପ୍ରସ୍ଥର ସ୍ଥାପନ କରିଥିବା ବେଳେ 1973 ମସିହା ରେ ମହାମାନ୍ୟ ରାଜ୍ୟପାଳ ଶ୍ରୀଯୁକ୍ତ ବି -ଡ଼ି ଜଟ୍ୱି ଏଇ ବ୍ରିଜ ର ଶୁଭ ଉଦଘାଟନ କରିଥିବା ଜଣା ଯାଏ l ପ୍ରତ୍ୟହ ହଜାର ହଜାର ଗାଡି ମୋଟର ଓ ଯାତ୍ରୀ ଯିବା ଆସିବା କରୁଥିବା ଏଇ ସ୍ମରଣୀୟ ବ୍ରିଜ ଟି କିନ୍ତୁ ଦୀର୍ଘ ଛଅ ସାତ ବର୍ଷ ପୂର୍ବରୁ ଘୋର ଅବହେଳିତ ହୋଇ ପଡିଛି l ଏଇ ବ୍ରିଜ ର ଉଭୟ ପାର୍ଶ୍ଵ ରେ ଖାଲ ଢିପ ସହ ପ୍ରଚୁର ବାଲି ଗୋଡି ଜମି ପାଣି ଡ୍ରେନାଇଜ ହେlଇ ନ ପାରି ବ୍ରିଜ ମଝିରେ ମଧ୍ୟ ଅନେକ ଫାଟ ଓ ଗାତ ସୃଷ୍ଟି ହୋଇ ଲୁହା ଛଡ଼ ଉପର କୁ ଟେକି ହୋଇଥିବା ଏବଂ ବ୍ରିଜ ଟି ଆସ୍ତେ ଆସ୍ତେ ଜରାଜୀର୍ଣ୍ଣ ଅବସ୍ଥା କୁ ଗତି କରୁଥିବା ଦେଖିବାକୁ ମିଳିଛି l

ଫଳରେ କି ବର୍ଷା ଦିନ ଏ ବ୍ରିଜ ଟି ସୋନପୁର ମନମୁଣ୍ଡା ଅଞ୍ଚଳ ର ସବୁ ଗାଈଗୋରୁ ଙ୍କ ଗୋଠ ଓ ଥଇଥାନ କେନ୍ଦ୍ର ପାଲଟିଛି ଏବଂ ଲୋକେ ପ୍ରତି ଦିନ ଛୋଟ ବଡ଼ ଅନେକ ଦୁର୍ଘଟଣାର ଶିକାର ହେଉଛନ୍ତି l ଗାଈ ଗୋରୁ ଙ୍କ ପାଇଁ ଏବେ ଘଣ୍ଟା ଘଣ୍ଟା ଯାନ ବାହାନ ଏପରିକି ରୋଗୀ ସେବା ଆମ୍ବୁଲାନ୍ସ ଗୁଡିକ ବି ଅଟକି ଯାଉଛି l ଆଉ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି l ହେଲେ ସାତ ଆଠ ବର୍ଷ ଭିତରେ ବ୍ରିଜ ରେ ଥରେ ମାତ୍ର ଏନ -ଏଚ ପକ୍ଷରୁ ଖାଲ ମାନଙ୍କ ରେ କିଛି ଟା ପିଚୁ ଢାଳି ଥିବା ଦେଖିବାକୁ ମିଳିଛି l ହେଲେ କାଗଜ କଲମ ରେ ତାହା କେତେ ଥର ମରାମତି ହୋଇଛି ଖୋଲ ତlଡ଼ କଲେ ଜଣା ପଡିବ l ରାଜ୍ୟ ର ଶହ ଶହ ଭି- ଆଇ -ପି, ମନ୍ତ୍ରୀ ଯନ୍ତ୍ରୀ ପୁଣି ପ୍ରତ୍ୟହ ଏପଟେ ଭୁବନେଶ୍ୱର ଯିବା ଆସିବl କରୁ ଛନ୍ତି l ହେଲେ ଏଇ ତେଲନଦୀ ବ୍ରିଜ ଆଉ ମହାନଦୀ ରୁ ତେଲନଦୀ ଯାଏ ନିର୍ମାଣ ହେବାକୁ ଥିବା ଏନ -ଏଚ ରାସ୍ତା ପ୍ରଶସ୍ତି କରଣ ର ଅବସ୍ଥା ଓ ଘୋର ଅବ୍ୟବସ୍ଥା ଉପରେ କଣ କାହାରି ନଜର ପଡୁନି କି ବୋଲି ଉଭୟ ଜ଼ିଲ୍ଲା ର ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି l ଓ ବ୍ରିଜ ର ମରାମତି ସହ ଅଟକି ଥିବା ବାଇପାସ ଫୋରୱେ ନୂତନ ରାସ୍ତା ନିର୍ମାଣ କାର୍ଯ୍ୟ କୁ ତ୍ୱରାନ୍ୱିତ କରିବାକୁ ଦାବି କରିଛନ୍ତି l

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking