କୋରାପୁଟ : ମଣ୍ଡି ଅବ୍ୟବ୍ୟବସ୍ଥାକୁ ନେଇ ଆଜି ବିଜେପି ଓ ଚାଷୀ ସଂଘଠନ ମିଳିତଭାବେ ୨ ଘଣ୍ଟିଆ ଚକାଜାମ ଆନ୍ଦୋଳନ କରିଥିଲେ । ଜିଲ୍ଲା ସଭାପତି ସୁମନ୍ତ ପ୍ରଧାନଙ୍କ ନେତୃତ୍ବରେ ଜୟପୁର ଆମ୍ବାଗୁଡା ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରି ଧାରଣାରେ ବସିଥିଲେ ବଜେପି କର୍ମୀ। ରାସ୍ତାର ଉଭୟ ପାର୍ଶ୍ୱରେ ଶହ ସହ ଗାଡି ଅଟକି ରହିଥିଲା। ପ୍ରବଳ ବର୍ଷା ସ୍ଵତ୍ତ୍ୱେ ଧାରଣରୁ ଉଠି ନଥିଲେ ବିଜେପି କର୍ମୀମାନେ। ସେମାନଙ୍କର ଦାବି- ଚଳିତ ବର୍ଷ ମଣ୍ଡିରେ ଟୋକନ୍ ଅନୁସାରେ ଚାଷୀଙ୍କ ଧାନ ଉଠାଯାଇ ନାହିଁ। ଟୋକନ୍ ର ଅବଧି ସରିଗଲା, ଟାର୍ଗେଟ ମଧ୍ୟ ପୁରଣ ହୋଇଗଲା ହେଲେ ମଣ୍ଡିରେ ହଜାର ହଜାର କୁଇଣ୍ଟାଲ ଧାନ ପଡ଼ିରହିଛି । ତେଣୁ ମଣ୍ଡିରୁ ସମ୍ପୂର୍ଣ ଧାନ ନ ଉଠିବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛି ବଜେପି । ଘଟଣାସ୍ଥଳରେ ପୋଲିସ ପ୍ରଶାସନ ସମେତ ଜିଲ୍ଲା ଯୋଗାଣ ଅଧିକାରୀ ମଧ୍ୟ ପହଞ୍ଚିବା ପରେ ଚାଷୀ ଓ ବିଜେପି କର୍ମୀ ସେମାନଙ୍କର ଦାବି ଉପସ୍ଥାପନ କରିଥିଲେ।