ଭୁବନେଶ୍ୱର: ମାଟ୍ରିକ ରେଜଲ୍ଟ ଅସନ୍ତୋଷ ନେଇ ବୋର୍ଡ ସଭାପତି ପ୍ରତିକ୍ରିୟା ଦେଇ କହିଛନ୍ତି, ମାଟ୍ରିକ ନମ୍ବର ମୂଲ୍ୟାୟନରେ କୌଣସି ତ୍ରୁଟି ହୋଇନାହିଁ । ସ୍କୁଲମାନଙ୍କରୁ ଯାହା ନମ୍ବର ଆସିଥିଲା ତର୍ଜମା କରି ଦିଆଯାଇଛି । ୨ଟି ପରୀକ୍ଷା ଓ ୪ ବର୍ଷର ପରଫରମାନ୍ସ ଦେଖି ନମ୍ବର ଦିଆଯାଇଛି । କିଛି ସ୍କୁଲ ଅଧିକ ନମ୍ବର ଦେଇଥିଲେ, ତର୍ଜମା କରି ନମ୍ବର ଦେଇଛୁ । ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଅଫଲାଇନରେ ପରୀକ୍ଷା ଦେଇପାରିବେ । କିଛି ସ୍କୁଲର ନମ୍ବର ପରେ ବଢିବା ନେଇ ସ୍ପଷ୍ଟୀକରଣରେ କହିଛନ୍ତି, ଯାହା ହୋଇଛି ନିୟମ ଅନୁସାରେ ହୋଇଛି ।
ସୂଚନାଯୋଗ୍ୟ , ମାଟ୍ରିକ ରେଜଲ୍ଟକୁ ନେଇ ତାତିଲେ ଛାତ୍ରଛାତ୍ରୀ ଓ ଅଭିଭାବକ। ଫଳାଫଳରେ ଅସନ୍ତୋଷ ପ୍ରକାଶ କରି ରାଜ୍ୟର ବିଭିନ୍ନ ସ୍ଥାନରେ ମାଟ୍ରିକ୍ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ପ୍ରତିବାଦ କରିଛନ୍ତି। କଟକ କଲେଜ ଛକ ସରସ୍ୱତୀ ଶିଶୁ ମନ୍ଦିରରେ ଶିକ୍ଷକଙ୍କୁ ଘେରିଛନ୍ତି ଶତାଧିକ ଛାତ୍ରଛାତ୍ରୀ ଓ ଅଭିଭାବକ। ବୋର୍ଡ ଦେଇଥିବା ନମ୍ବରରେ ତ୍ରୁଟି ଥିବା ଦର୍ଶାଇ ଶିକ୍ଷକଙ୍କୁ ଘେରିଛନ୍ତି ପିଲାମାନେ।