ୟୁଏଇରେ ଆୟୋଜିତ ହେବ ଟି୨୦ ବିଶ୍ୱ କପ୍‌

ନୂଆଦିଲ୍ଲୀ: ଟି୨୦ ବିଶ୍ୱ କପ୍ ର ଆୟୋଜନ ୟୁଏଇରେ ହେବ । ଆଜି ଏହାର ଆଧିକାରିକ ଭାବରେ ଘୋଷଣା କରାଯାଇଛି । କରୋନା ମହାମାରୀକୁ ନେଇ ପୂର୍ବରୁ ହିଁ ଦେଶରେ ଏହାର ଆୟୋଜନ ନେଇ ସନ୍ଦେହ ଥିଲା । ଏହାରି ମଧ୍ୟରେ ବିସିସିଆଇ ଆଇସିସିକୁ ଏ ସଂକ୍ରାନ୍ତରେ ଆଧିକାରିକ ଭାବରେ ସୂଚନା ପ୍ରଦାନ କରିଛି । ଟୁର୍ଣ୍ଣାମେଣ୍ଟର ଆୟୋଜନ ଅକ୍ଟୋବର-ନଭେମ୍ବରରେ ହୋଇପାରେ । ଟି୨୦ ବିଶ୍ୱ କପ୍ ପୂର୍ବରୁ ଆଇପିଏଲର ଅବଶିଷ୍ଟ ୩୧ ମୁକାବିଲା ବି ୟୁଏଇରେ ହେବାର ଅଛି । ବୋର୍ଡର ସଚିବ ଜୟ ଶାହ ଟୁର୍ଣ୍ଣାମେଣ୍ଟକୁ ସିଫ୍ଟ କରାଯିବା ବିଷୟରେ ସୂଚନା ଦେଇଛନ୍ତି । ଜୟ ଶାହା କହିଛନ୍ତି, ଆମେ ଆଇସିସିକୁ ଆଜି ଆଧିକାରିକ ଭାବରେ ଟି୨୦ ବିଶ୍ୱ କପ୍ ୟୁଏଇରେ ସିଫ୍ଟ କରାଯିବା ବାବଦରେ ସୂଚନା ଦେଇଛୁ । ଟୁର୍ଣ୍ଣାମେଣ୍ଟ ଉପରେ ଫଇସଲା ଆଇସିସି ନେବ ।  କାରଣ କରୋନାର ତୃତୀୟ ଲହରର ଆଶଙ୍କା ମଧ୍ୟରେ ଟୁର୍ଣ୍ଣାମେଣ୍ଟର ଆୟୋଜନ ଭାରତରେ କରିବା ସମ୍ଭବପର ନୁହେଁ ।

LEAVE A REPLY

Please enter your comment!
Please enter your name here