19.1 C
Bhubaneswar
Friday, November 22, 2024
Homeକରୋନା ଓଡିଶାମୃତ୍ୟୁପୂର୍ବରୁ ଡାକ୍ତରଙ୍କ ଟୁଇଟ୍‌, ‘କରୋନା ମୃତକଙ୍କ ଶବ ସଂରକ୍ଷିତ ରଖାଯାଉ’

ମୃତ୍ୟୁପୂର୍ବରୁ ଡାକ୍ତରଙ୍କ ଟୁଇଟ୍‌, ‘କରୋନା ମୃତକଙ୍କ ଶବ ସଂରକ୍ଷିତ ରଖାଯାଉ’

ଭୁବନେଶ୍ୱର : ଜୀବନରେ ଅନ୍ତିମ ସମୟରେ ଜଣେ ଡାକ୍ତର ସମାନ କଥାକୁ ନିଜ ଟ୍ୱିଟରେ ଲେଖି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ରାଜ୍ୟର ବରିଷ୍ଠ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ପ୍ରଭାତ ନଳିନୀଙ୍କ କରୋନାରେ ଦେହାନ୍ତ ହୋଇଯାଇଛି । ତେବେ କରୋନାକୁ ନେଇ ସେ କରିଥିବା ଶେଷ ଟୁଇଟ ଏବେ ଚର୍ଚ୍ଚାରେ ରହିଛି । ଟୁଇଟରେ ସେ ଲେଖିଛନ୍ତି ଯେ, କରୋନାରେ ପ୍ରାଣ ହରାଇଥିବା ଲୋକଙ୍କ ମୃତଦେହକୁ ଜଳାଇ ନଦେଇ ଗବେଷଣା କରିବା ପାଇଁ ସଂରକ୍ଷିତ ରଖିବା ଉଚିତ୍ । ଯାହାଦ୍ୱାରା କରୋନା ସଂକ୍ରମିତଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ । ତେବେ ଦୁର୍ଭାଗ୍ୟ ଏ ସଂପର୍କରେ ସେ ସ୍ୱର ଉଠାଇବାର କିଛି ଦିନ ପରେ କରୋନାରେ ସଂକ୍ରମିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଡାକ୍ତର ପ୍ରଭାତ ନଳିନୀ ମହାନ୍ତି ହେଉଛନ୍ତି ଜଣେ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ । ଏ କ୍ଷେତ୍ରରେ ପ୍ରଭାତ ନଳିନୀଙ୍କ ବେଶ ନାଁ ରହିଛି । କରୋନାରେ ଆକ୍ରାନ୍ତ ହେବା ପରେ ସେ ଆରପାରିକୁ ଚାଲିଯାଇଛନ୍ତି ହେଲେ ତାଙ୍କର ଶେଷ ଟ୍ୱିଟ ଏବେ ଚର୍ଚ୍ଚାକୁ ଆସିଛି । ସେହି ଟ୍ୱିଟରେ ପ୍ରଭାତ ନଳିନୀ ଲେଖିଛନ୍ତି, ଫୁସଫୁସ ଅକାମୀ ହୋଇଯିବା କାରଣରୁ କରୋନାରେ ବହୁ ସଂଖ୍ୟାରେ ମୃତ୍ୟୁ ହେଉଛି ଏବଂ ତରବରିଆ ଭାବେ ମୃତଦେହ ସବୁକୁ ପୋଡ଼ି ଦିଆଯାଉଛି । ତେବେ ଉକ୍ତ ଶବଗୁଡିକର ପରୀକ୍ଷଣ କରାଯିବା ଦରକାର । ତେବେ ଯାଇ ମୃତ୍ୟୁର ଅସଲ କାରଣ ପାଖରେ ଚିକିତ୍ସା ବିଜ୍ଞାନ ପହଞ୍ଚିପାରିବ । କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବାବେଳେ ହସପିଟାଲ ବେଡରୁ ମଧ୍ୟ ରୋଗୀଙ୍କ କଥା ବୁଝୁଥିଲେ ପ୍ରଭାତ ନଳିନୀ ହେଲେ ତାଙ୍କର ମୃତ୍ୟୁ ପରେ ବି ପ୍ରଭାତ ନଳିନୀଙ୍କ ଏହି ଟ୍ୱିଟ ଅନେକ ଗୁରୁତ୍ୱ ରଖୁଛି ।

ଅନ୍ୟପଟରେ ସଂକ୍ରମଣ ଦୃଷ୍ଟିକୋଣରୁ କୋଭିଡ ରୋଗୀଙ୍କ ଶବ ବ୍ୟବଚ୍ଛେଦ କରାଯିବ ନାହିଁ । ଯାହାପାଇଁକି ଦେଶରେ କରୋନାରେ ମୃତ୍ୟୁବରଣ କରୁଥିବା ଆକ୍ରାନ୍ତଙ୍କ ଶବ ବ୍ୟବଚ୍ଛେଦ କରାଯାଉନାହିଁ ।ହେଲେ ଶବ ବ୍ୟବଚ୍ଛେଦ କଲେ କରୋନା ନେଇ ନୂଆ ଗବେଷଣାତ୍ମକ ତଥ୍ୟ ପଦାକୁ ଆସିବ । ରୋଗୀ ନୂଆ ଗୁଣାତ୍ମକ ଚିକିତ୍ସା ପାଇପାରିବେ । ବର୍ତ୍ତମାନ ଗବେଷଣା ଅଭାବରୁ କେବଳ ପୁରୁଣା ଢାଞ୍ଚାରେ ଚିକିତ୍ସା ଜାରି ରହିଛି । ସେଥିପାଇଁ ମୃତ୍ୟୁ ସଂଖ୍ୟା ବଢିବାର ଲାଗିଛି ବୋଲି ବରିଷ୍ଠ ସ୍ୱାସ୍ଥ୍ୟ ବିଶେଷଜ୍ଞମନେ ମତବ୍ୟକ୍ତ କରିଛନ୍ତି । ବିଦେଶରେ କରୋନା ଆକ୍ରାନ୍ତଙ୍କ ମରଶରୀର ଉପରେ ଗବେଷଣା କରାଯାଇ ନୂଆ ତଥ୍ୟ ହାସଲ କରାଯାଇଛି । ହେଲେ କେନ୍ଦ୍ର ସରକାରଙ୍କ ପ୍ରୋଟୋକଲ୍ ଅନୁସାରେ ଆମ ଦେଶରେ କରୋନା ମୃତକଙ୍କ ଶବ ବ୍ୟବଚ୍ଛେଦ ହୋଇପାରୁନାହିଁ । ଫଳରେ ଦେଶରେ ଆକ୍ରାନ୍ତଙ୍କୁ ଗୁଣାତ୍ମକ ଚିକିତ୍ସା ମିଳିପାରୁନଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଛି । କରୋନା ସଂକ୍ରମଣ ଓ ମୃତ୍ୟୁ କ୍ଷେତ୍ରରେ ଭାରତ ଏବେ ସମଗ୍ର ବିଶ୍ୱରେ ଶୀର୍ଷରେ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking