19.1 C
Bhubaneswar
Monday, November 25, 2024
Homeକରୋନାଦିଲ୍ଲୀରେ ଲାଗିଲା ଅଡ-ଇଭିନ୍ ଫର୍ମୁଲା

ଦିଲ୍ଲୀରେ ଲାଗିଲା ଅଡ-ଇଭିନ୍ ଫର୍ମୁଲା

ନୂଆଦିଲ୍ଲୀ: ଦେଶର ଅନେକ ସ୍ଥାନରେ ପୂର୍ବ ଅପେକ୍ଷା କମ୍ ପଜିଟିଭ ଚିହ୍ନଟ ହେଉଛନ୍ତି । ଏହାରି ମଧ୍ୟରେ ଲକଡାଉନ୍ କୋହଳ ନେଇ ରାଜଧାନୀ ଦିଲ୍ଲୀରୁ ଅଡ୍-ଇଭିନ୍ ଫର୍ମୁଲା ଲାଗୁ ହୋଇଛି । ଲକଡାଉନରେ କୋହଳ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଘୋଷଣା କରିଛନ୍ତି । ବର୍ତ୍ତମାନର ଲକଡାଉନ ସୋମବାର ସରୁଥିଲେ ବି ଲକଡାଉନ ସମ୍ପୂର୍ଣ୍ଣ ଉଠିବନିି । ଲକଡାଉନ ଜାରି ରହିବ କିନ୍ତୁ କଟକଣାକୁ କୋହଳ କରାଯିବ ବୋଲି କେଜରିୱାଲ କହିଛନ୍ତି । ତେବେ ଦିଲ୍ଲୀରେ ବଜାର ଓ ମଲ ଆଦି ଅଡ୍-ଇଭିନ୍ ଫର୍ମୁଲାରେ ଖୋଲା ହେବ । ନମ୍ବର ଅନୁଯାୟୀ ଦିନେ ଛାଡି ଦିନେ ଦୋକାନ ଓ ମଲ୍ ଖୋଲାଯିବ ।

ଅଡ ଇଭିନରେ ଦିନ ୧୦ଟାରୁ ରାତି ୮ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହିବ । ଏହା ସହ ଗଳି ଦୋକାନ, ଗୋଟି ଗୋଟିକିଆ ଦୋକାନ ସବୁଦିନ ଖୋଲିବ ବୋଲି ମୁଖ୍ୟମନ୍ତ୍ରୀ କେଜରିୱାଲ କହିଛନ୍ତି । ଏହା ସହ କେଜରିୱାଲ କହିଛନ୍ତି ଯେ, ‘ଦିଲ୍ଲୀରେ କରୋନା ସଂକ୍ରମଣ ଏବେ ନିୟନ୍ତ୍ରଣରେ ଅଛି । ସମ୍ଭାବ୍ୟ କରୋନାର ତୃତୀୟ ଲହର ପାଇଁ ଦିଲ୍ଲୀ ସରକାର ପ୍ରସ୍ତୁତ ହେଉଛନ୍ତି । ୨୫ଟି ଅକ୍ସିଜେନ୍ ଟ୍ୟାଙ୍କର କିଣାଯିବ, ୬୪ ପ୍ଲାଣ୍ଟ ସ୍ଥାପନ କରାଯିବ ।’

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking