33.1 C
Bhubaneswar
Monday, May 6, 2024
Homeଓଡିଶାଶ୍ରୀମନ୍ତିନୀ ଦ୍ୱିବେଦୀଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ

ଶ୍ରୀମନ୍ତିନୀ ଦ୍ୱିବେଦୀଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ

ଭୁବନେଶ୍ୱର/କଟକ/ନୂଆଦିଲ୍ଲୀ, .: ଶ୍ରୀମନ୍ତିନୀ ଦ୍ୱିବେଦୀଙ୍କର ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି | ପୃଥିବୀରେ ବହୁ ଦେଶର ଓଡ଼ିଆ ସମାଜର କର୍ମକର୍ତ୍ତା, ପ୍ରବାସୀ ଓଡ଼ିଆ ନେତ୍ରୁବର୍ଗ ଏବଂ ସମାଜର ବିବିଧ ଶ୍ରେଣୀର ଜନସାଧାରଣ ତାଙ୍କର ନିଧନରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି | ଗତ ୧୪ ତାରିଖରେ ତାଙ୍କର ମୃତ୍ୟୁ ଘଟିବା ପରଠୁ ସହସ୍ରାଧିକ ଶୋକବାର୍ତ୍ତା ପରିବାର ର ହସ୍ତଗତ ହେବାରେ ଲାଗିଛି | ବିଶିଷ୍ଟ ବ୍ୟକ୍ତିମାନେ ଶ୍ରୀମତୀ ଦ୍ୱିବେଦୀ ଜଣେ ନୀତିନିଷ୍ଠ, ଉଦାରଚିତ୍ତ ଓ ଆଦର୍ଶବନ୍ତ ମହିଳା ଥିଲେ ବୋଲି ଦର୍ଶାଇ, ତାଙ୍କର ଜୀବନ, ଦର୍ଶନ ଏବଂ ଜନହୀତକର ଯୋଗଦାନ ରୁ ଭବିଷ୍ୟତ ପିଢୀ ଶିକ୍ଷା ଓ ପ୍ରେରଣା ଲାଭ କରିବାକୁ ପରାମର୍ଶ ଦେଇଛନ୍ତି |

ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏକ ଶୋକବାର୍ତ୍ତାରେ ଶ୍ରୀମତୀ ଦ୍ୱିବେଦୀ ଜଣେ ପରୋପକାରୀ ଓ ଧର୍ମ ପରାୟଣା ମହିଳା ଭାବେ ବେଶ ପରିଚିତ ଥିଲେ ବୋଲି ଉଲ୍ଲେଖ କରିଛନ୍ତି | ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ଶ୍ରୀମନ୍ତିନୀ ଦ୍ୱିବେଦୀ ଜଣେ ଶାନ୍ତ, ସରଳ, ସ୍ନେହୀ, ମିଷ୍ଟଭାଷୀ ସ୍ୱଭାବର ମହିଳା ଥିଲେ ବୋଲି ଦର୍ଶାଇଛନ୍ତି | ଓଡିଶା ବିଧାନ ସଭା ର ବାଚସ୍ପତି ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ର, ଶ୍ରୀମତୀ ଶ୍ରୀମନ୍ତିନୀ ଦ୍ୱିବେଦୀ ତାଙ୍କର ଅତି ଘନିଷ୍ଠ ବନ୍ଧୁ ବରିଷ୍ଠ ସାମ୍ବାଦିକ କିଶୋର ଦ୍ୱିବେଦୀଙ୍କର ମା ଥିଲେ ଓ ଦ୍ୱିବେଦୀ ପରିବାର ସହିତ ତାଙ୍କର ବହୁ ଦିନରୁ ବ୍ୟକ୍ତିଗତ ସଂପର୍କ ରହିଥିବା ଦର୍ଶାଇ ମା’ ଙ୍କର ବିୟୋଗରେ ସେ ମର୍ମାହତ ବୋଲି ପ୍ରକାଶ କରିଛନ୍ତି | ଭାରତ ବର୍ଷର କମ୍ପଟ୍ରୋଲର ଅଡିଟର ଜେନେରାଲ ଗିରୀଶ ଚନ୍ଦ୍ର ମୁର୍ମୁ, ଶ୍ରୀମନ୍ତିନୀ ଦ୍ୱିବେଦୀଙ୍କର ବିଯୋଗର ଦୁଃଖଦ ଖବର ଶୁଣି ସେ ହୃଦୟ ଭରି ସମବେଦନା ଜ୍ଞାପନ କରୁଛନ୍ତି ବୋଲି ଉଲ୍ଲେଖ କରିଛନ୍ତି | ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଗଭୀର ଶୋକ ପ୍ରକାଶ କରି ଶ୍ରୀମତୀ ଦ୍ୱିବେଦୀଙ୍କର ଆତ୍ମାର ଶାନ୍ତି କାମନା କରିଛନ୍ତି | ପ୍ରଖ୍ୟାତ ଆଧ୍ୟାତ୍ମିକ ଗୁରୁ ଡ଼ଃ ଚନ୍ଦ୍ରଭାନୁ ଶତପଥୀ, ଶ୍ରିମନ୍ତିନୀଙ୍କର ଆତ୍ମାର ସତଗତି ସକାଶେ ସାଇ ବାବାଙ୍କର ଆଶୀର୍ବାଦ ଭିକ୍ଷା କରିଛନ୍ତି |

ଶୋକ ପ୍ରକାଶ କରିଥିବା ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ରାଜ୍ୟ ମନ୍ତ୍ରୀ ପ୍ରତାପ ଜେନା, ସାଂସଦ ସୁଜୀତ କୁମାର, ଲୋକ ସେବକ ମଣ୍ଡଳର ସଭାପତି ରାଜ କୁମାର, ପୂର୍ବତନ ସଭାପତି ଦୀପକ ମାଲବ୍ୟ, ଶୋଭନୀୟ ଆନ୍ଦୋଳନର ମୁଖ୍ୟ ଡ଼: ଅରୁନ୍ଧତୀ ଦେବୀ, ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ, ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ର,ଜଗନ୍ନାଥ ପଟ୍ଟନାୟକ, ପ୍ରାକ୍ତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ, ଭକ୍ତ ଚରଣ ଦାସ, ଅର୍କ କେଶରୀ ଦେଓ, ପ୍ରଦୀପ ମାଝୀ, ପ୍ରସନ୍ନ ପାଟଶାଣୀ,ପ୍ରଭାତ ସାମନ୍ତରାୟ, ନକୁଳ ନାୟକ, ରାମଚନ୍ଦ୍ର ହାଁସଦା, ସୁବାସ ନାୟକ, ରାଜ୍ୟ ହୋଉସିଂ ବୋର୍ଡ ର ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର, ବି.ଜେ.ଡିର ଜାତୀୟ ମୁଖପାତ୍ର ଏସ.ଏନ.ସାହୁ, ବି.ଜେ.ପି. ନେତା ତୁଳସୀ ଅଗ୍ରୱାଲ, ମୋ କଲେଜର ଅଧକ୍ଷ ଆକାଶଦାସ ନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଧର୍ମ ପତ୍ନୀ ମୃଦୁଳା ପ୍ରଧାନ, ପୂର୍ବତନ ରୋଟାରୀ ଗଭର୍ଣ୍ଣର ଅଜୟ ଅଗ୍ରୱାଲ, ଏମ.ଏସ ଦିଲ୍ଲୀର ପୂର୍ବତନ ନିର୍ଦେଶକ ଡ଼ଃ ରମେଶ ଚନ୍ଦ୍ର ଡେକା, ସମାଜର ସମ୍ପାଦକ ସୁଶାନ୍ତ ମହାନ୍ତି, ଆଇ.ଏମ. ଏସ.ର ନିର୍ଦେଶକ ପ୍ରଫେସର ଉପେନ୍ଦ୍ର ପାଢ଼ୀ, ବରିଷ୍ଠ ପ୍ରଶାସକଙ୍କ ମଧ୍ୟରେ କେନ୍ଦ୍ର ଅର୍ଥ ବିଭାଗ ସଚ୍ଚିବ ଦେବାଶିଷ ପଣ୍ଡା, ରାଜ୍ୟର ମୁଖ୍ୟ ଉନ୍ନୟନ କମିଶନର ପ୍ରଦୀପ ଜେନା, ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧକ୍ଷ ଅସୀତ ତ୍ରିପାଠୀ, ରାଜ୍ୟ ସଂସ୍କୃତି, ସୂଚନା ଓ ଲୋକ ସମ୍ପର୍କ ବିଭାଗରେ ପ୍ରମୁଖ ସଚ୍ଚିବ ବିଷ୍ଣୁପଦ ସେଠୀ, ଆୟକର ପ୍ରମୁଖ କମିଶନର ମନୋରଞ୍ଜନ ପାଣିଗ୍ରାହୀ, ଚ୍ଛବିଳେନ୍ଦ୍ର ରାଉତ, ଉପେନ୍ଦ୍ର ବେହେରା, ପ୍ରସନ୍ନ ହୋତା, ବିଶ୍ୱାସ ମେହଟ୍ଟା, ଏ.ଆର.ନନ୍ଦ, ସନ୍ତୋଷ ଷଡ଼ଙ୍ଗୀ, ମନୋଜ ସାହୁ, ପ୍ରବୋଧ ରାଉତ, ସୁରେଶ ମନ୍ତ୍ରୀ, ଏ.ପି.ପାଢ଼ୀ,ସଂଜୀବ ମିଶ୍ର, ସୁବାସ ଖୁଣ୍ଟିଆ,ନୀଳମାଧଵ ମହାନ୍ତି, ଚନ୍ଦ୍ରଶେଖର ପଣ୍ଡା, ବି.କେ.ମିଶ୍ର,ମଦନମୋହନ ସେଠୀ, ସି.ଏସ.ମହାପାତ୍ର, ସୀତାଂଶୁ କର, ସତ୍ୟାନନ୍ଦ ମିଶ୍ର, ଅଜିତ ତ୍ରିପାଠୀ, ଏସ.ଏନ.ତ୍ରିପାଠୀ, ସନ୍ଦୀପ ନାୟକ, ବି.ସି.ନାୟକ, ବି.ଏନ.ନାୟକ, ବିମ୍ବାଧର ପ୍ରଧାନ, ଅକ୍ଷୟ ରାଉତ, ଦେବଜୀତ ରଥ,ସଂଜୀବ ପାଟ୍ଟଯୋଶୀ,ଦେବେନ୍ଦ୍ର ମାଝୀ, କୃପାସିନ୍ଧୁ ମିଶ୍ର, ଅମିତାଭ ବର୍ମା, ପି.କେ.ମହାପାତ୍ର, ଦେବଦାସ ଛୋଟରାୟ,ଦେବୀ ପ୍ରସାଦ ଦାଶ, ଅରୁଣ ପଣ୍ଡା,ସଞ୍ଜୟ ପଣ୍ଡା, ଦେବ ଦାଶ, ପ୍ରଦୀପ ଦାସ, ଚିନ୍ମୟ ଆଚାର୍ଯ୍ୟ, ଯତୀନ୍ଦ୍ରନାଥ ସ୍ୱାଇଁ, ବ୍ରଜ ପଣ୍ଡା, ନିରୋଦ ସାହୁ, ଏ.ସି.ମିଶ୍ର, ସୁନୀଲ କୁମାର ଭାର୍ଗବ, ଅରବିନ୍ଦ ପାଢ଼ୀ, ଅନୁପ ପୂଜାରୀ, ଆର.କେ ମିଶ୍ର, ଟି.କେ.ସାହୁ,ସୁଶୀଲ ଦାସ, ଶ୍ରୀଦେବ ନନ୍ଦ, ପ୍ରସନ୍ନ କୁମାର ମିଶ୍ର, ପି.କେ.ସ୍ୱାଇଁ, ଏମ.ଅକ୍ଷୟ, ଜି.ଏସ.ପଟ୍ଟନାୟକ, ଅନୁପ ଶତପଥୀ, ଅମୀୟ ରାଉତ, ମୃତ୍ୟୁଞ୍ଜୟ ଷଡ଼ଙ୍ଗୀ, ସୁଜାତା ଚୌଧୁରୀ, ପି.ମହାନ୍ତି, ଶ୍ରୀ ଦୟାଲ, ରକ୍ଷକ ନାୟକ, ସିଦ୍ଧାର୍ଥ ପ୍ରଧାନ, ଗୋକୁଳ ଚନ୍ଦ୍ର ପତି, ଏସ.କେ.ରାଉତ, ଜଗଦୀଶ ମହାନ୍ତି, ବିଜୟ ନାୟକ, ଜୁଗଳ ମହାପାତ୍ର, ମୃତ୍ୟୁଞ୍ଜୟ ମହାପାତ୍ର, ଡ଼ଃ ତ୍ରିବିକ୍ରମ ପ୍ରଧାନ, ଅରୁଣ କୁମାର ରଥ,ବି.କେ.ପଣ୍ଡା, ବି.ବି.ପଟ୍ଟନାୟକ, ବି.ଧଳ, ସୁରେଶ ଚନ୍ଦ୍ର ପଣ୍ଡା, ପ୍ରଦୀପ୍ତ ସାହୁ, ଅରୁଣ କୁମାର ମିଶ୍ର ଓ ସୂର୍ଯ୍ୟମଣି ରାଉଳ ପ୍ରମୁଖ ଅନ୍ତର୍ଭୁକ୍ତ ଅଛନ୍ତି |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking