27.1 C
Bhubaneswar
Wednesday, November 27, 2024
Homeଦେଶ ବିଦେଶସିଏମ ଯୋଗୀ ଆଦିତ୍ୟନାଥଙ୍କ ଗସ୍ତ ପୂର୍ବରୁ ମନ୍ତ୍ରୀଙ୍କ ଭାଇ ଦେଲେ ଇସ୍ତଫା

ସିଏମ ଯୋଗୀ ଆଦିତ୍ୟନାଥଙ୍କ ଗସ୍ତ ପୂର୍ବରୁ ମନ୍ତ୍ରୀଙ୍କ ଭାଇ ଦେଲେ ଇସ୍ତଫା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଙ୍କ ସିଦ୍ଧାର୍ଥନଗର ଗସ୍ତ ର ଗୋଟିଏ ଦିନ ପୂର୍ବରୁ ବେସିକ ଶିକ୍ଷା ମନ୍ତ୍ରୀ ସତୀଶ ଦ୍ୱିବେଦୀ ଙ୍କ ଭାଇ ଅରୁଣ ଦ୍ୱିବେଦୀ ଆସିଷ୍ଟାଣ୍ଟ ପ୍ରଫେସର ପଦରୁ ଇସ୍ତଫା ଦେଇଛନ୍ତି । ଅରୁଣଙ୍କ ନିଯୁକ୍ତି ସିଦ୍ଧାର୍ଥ ବିଶ୍ୱବିଦ୍ୟାଳୟରେ ହେଡବ୍ଲୁଏସ କୋଟେରେ ହୋଇଥିଲା । ଏହି ନିଯୁକ୍ତିକୁ ନେଇ ବିପକ୍ଷ ବିରୋଧ କରୁଥିଲେ ଏବଂ ସତୀଶ ଦ୍ୱିବେଦୀଙ୍କ ସହିତ ବିଜେପି ସଂପୂର୍ଣ୍ଣ ଭାବରେ ବ୍ୟାକଫୁଟ ରହିଥିଲା ।
ଇସ୍ତଫା ଦେବା ପରେ ଅରୁଣ ଦ୍ୱିବେଦୀ କହିଥିଲେ, ‘ମୁଁ ଚାହୁଁନି ମୋ ପାଇଁ ମୋ ଭାଇଙ୍କ ଉପରେ ଆରୋପ ଲାଗୁ । ମୋ ପାଇଁ ମୋ ବଡ ଭାଇ ସତୀଶ ଦ୍ୱିବେଦୀଙ୍କ ସାମାଜିକ ଓ ରାଜନୈତିକ ସମ୍ମାନ ଠାରୁ ଅଧିକ ଆଉ କିଛି ନୁହେଁ ।  ସେ କହିଥିଲେ, ଏହି ନିଯୁକ୍ତି ପାଇଁ ମୁଁ ସମସ୍ତ ପ୍ରକ୍ରିୟା ସଂପୂର୍ଣ୍ଣ କରିଥିଲି ଏବଂ ଏଥିରେ ସତୀଶ ଦ୍ୱିବେଦୀଙ୍କ କିଛି ଭୂମିକା ନାହିଁ ‘।
ସତୀଶ ଦ୍ୱିବେଦୀ ସିଦ୍ଧାର୍ଥନଗର ଜିଲ୍ଲାର ହଟବା ସିଟରୁ ୨୦୧୭ରେ ପ୍ରଥମଥର ପାଇଁ ବିଧାୟକ  ହୋଇଛନ୍ତି । ସେ ସମାଜବାଦୀ ପାର୍ଟି ଶାସନକାଳରେ ବାଚସ୍ପତି ଥିବା ମାତା ପ୍ରସାଦ ପାଣ୍ଡେୟଙ୍କୁ ହରାଇଥିଲେ । ଯୋଗୀ ସରକାରରେ ତାଙ୍କୁ ରାଜ୍ୟ ମନ୍ତ୍ରୀ ବନାଗଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking