ନୂଆଦିଲ୍ଲୀ: କେନ୍ଦ୍ର ମାଧ୍ୟମିକ ଶିକ୍ଷା ବୋର୍ଡ କୋଭିଡ ୧୯ ସଂକଟ ମଧ୍ୟରେ ଦ୍ୱାଦଶ ବୋର୍ଡ ପରୀକ୍ଷା ଆୟୋଜିତ କରିବା ନିଷ୍ପତ୍ତି କୁ ରଦ୍ଦ କରିବାକୁ ଅପିଲ କରି ମଙ୍ଗଳବାର ଦ୍ୱାଦଶ ଶ୍ରେଣୀର ପ୍ରାୟ ୩୦୦ରୁ ଅଧିକ ଛାତ୍ର ଭାରତର ମୁଖ୍ୟ ନ୍ୟାୟଧୀଶ ଏନବି ରମନା ଙ୍କୁ ଏକ ଚିଠି ଲେଖିଛନ୍ତି । ସେମାନେ ଚିଠି ଲେଖି ପରୀକ୍ଷା ବାତିଲ୍ କରିବାକୁ ଦାବି କରିଛନ୍ତି ।
ମହାମାରୀ ର ଏଭଳି ଗମ୍ଭୀର ସ୍ଥିତି ମଧ୍ୟରେ ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ପାଇଁ ଅଫଲାଇନ ପରୀକ୍ଷା ବାତିଲ୍ କରିବା ଦାବି କରି , ସେମାନେ ଅଦାଲତଠାରୁ କେନ୍ଦ୍ର ସରକାର ସେମାନଙ୍କ ପାଇଁ ବିକଳ୍ପ ମୂଲ୍ୟାଙ୍କନ ଯୋଜନା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେବାକୁ କହିଛନ୍ତି ।
ତେବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରୀଆଲ ନିଶଙ୍କ କହିଥିଲେ, ଏ ସଂପର୍କରେ ଖୁବଶୀଘ୍ର ସାମୂହିକ ନିର୍ଣ୍ଣୟ ଜୁନ ୧ ରେ ନିଆଯିବ ।