24.1 C
Bhubaneswar
Friday, November 29, 2024
Homeଦେଶ ବିଦେଶଯୋଗୀଙ୍କୁ ପୁଣି ହତ୍ୟା ଧମକ

ଯୋଗୀଙ୍କୁ ପୁଣି ହତ୍ୟା ଧମକ

ନୂଆଦିଲ୍ଲୀ: ପୁଣି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ମାରିଦେବାର ଧମକ ।  ଉତ୍ତରପ୍ରଦେଶ କଣ୍ଟ୍ରୋଲ ରୁମର ହ୍ବାଟସଆପ ନମ୍ବରକୁ ଏହି ଧମକ ଆସିଛି। ତେବେ ଧମକ ରେ କୁହାଯାଇଛି ଯେ, ଚାରିଦିନ ଭିତରେ ଯାହା କରିବା କଥା ସବୁ କରିଦିଅ। ଏହି ଘଟଣା ସାମ୍ନାକୁ ଆସିବା ପରେ ଲକ୍ଷ୍ମୌ ସୁଶାନ୍ତ ଗୋଲଫ ସିଟି ଥାନାରେ ମାମଲା ରୁଜୁ କରାଯାଇଛି। ପୁଲିସ ଟିମକୁ ଆଲର୍ଟ କରି ଦିଆଯାଇଛି। ନମ୍ବର ଯାଞ୍ଚ କରି ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୁଲିସ ଛାନଭିନ ଆରମ୍ଭ କରି ଦେଇଛି।

ମିଳିଥିବା ସୂଚନା ମୁତାବକ,ଉତ୍ତରପ୍ରଦେଶ ପୁଲିସର ଜରୁରୀକାଳିନ ସେବା ପାଇଁ ଥିବା ୧୧୨ ହ୍ବାଟସଆପ ନମ୍ବରକୁ କେହି ଜଣେ ମେସେଜ କରି ହତ୍ୟା ଧମକ ଦେଇଥିଲା। ଏହି ଧମକରେ ଲେଖା ହୋଇଛି, ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ୫ଦିନ ଭିତରେ ସେ ହତ୍ୟା କରିବ। ତେଣୁ ଯେଉଁ କାମ ଅଛି ତାହାକୁ ସେ ଚାରିଦିନ ଭିତରେ ଶେଷ କରି ଦିଅନ୍ତୁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking