ଭୁବନେଶ୍ୱର : ରାଜ୍ୟରେ ଲକ୍ଡାଉନ୍ ଘୋଷଣା କଲେ ରାଜ୍ୟ ସରକାର । ମେ’ ୫ରୁ ୧୯ ପର୍ଯ୍ୟନ୍ତ ଲକ୍ଡାଉନ୍ ଘେଷଣା କରିଛନ୍ତି । ମେ’ ୫ ବୁଧବାର ସକାଳୁ ୧୯ ତାରିଖ ବୁଧବାର ସକାଳ ପର୍ଯ୍ୟନ୍ତ ରାଜ୍ୟରେ ୧୪ ଦିନ ପାଇଁ ଲକ୍ଡାଉନ୍ ଘୋଷଣା । ଲକଡାଉନ ବେଳେ ଲୋକେ କେବଳ ଚାଲି ଚାଲି ପରିବା ପାଇଁ ଯାଇପାରିବେ। ଘର ଠାରୁ ୫ଶହ ମିଟର ଦୂର ଯାଏ ଚାଲି ଚାଲି ପରିବା ଆଣିହେବ। କେବଳ ସକାଳ ୬ଟାରୁ ଦିନ ୧୨ଟା ଯାଏ ଚାଲି ଚା ଯାଇ ଲୋକେ ପରିବାପତ୍ର କିଣି ପାରିବେ। ରାଜ୍ୟରେ କରୋନା ଭୟାବହତା ବଢ଼ିବାରେ ଲାଗିଥିବାରୁ ସାଧାରଣ ଲୋକମାନେ ଏହାକୁ ବେଖାତିର୍ କରି ବିନା ମାସ୍କରେ ବୁଲାବୁଲି କଲେ । ଯାହା ଫଳରେ ଲକ୍ଡାଉନ୍ର ଆବଶ୍ୟକତା ଥିଲା । ରାଜ୍ୟସରକାରଙ୍କ ନିଷ୍ପତି ଫଳରେ ରାଜ୍ୟରେ ୧୪ଦିନ ପାଇଁ ଲକ୍ଡାଉନ୍ ଘୋଷଣା କରାଯାଇଛି । ଲକଡାଉନ ଅବଧି ମଧ୍ୟରେ ପୂର୍ବ ପରି ଶନିବାର ଓ ରବିବାର ସପ୍ତାହାନ୍ତ ସଟଡାଉନ ବଳବତ୍ତର ରହିବ। ଏନେଇ ଓଡ଼ିଶାର ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।
ରାଜ୍ୟରେ କରୋନା ମହାମାରୀ ପୁଣି ସକ୍ରିୟ ହେବାରେ ଲାଗିଛି । ୫ରୁ ୧୯ ତାରିଖ ଯାଏଁ ରାଜ୍ୟରେ ଲକଡାଉନ୍ ଜାରି ରହିବ । ଲକଡାଉନ ବେଳେ ସ୍ୱାସ୍ଥ୍ୟ ଓ ଜରୁରୀ ସେବା ଜାରି ରହିବ । ରାଜ୍ୟରେ ଆଜି ପୁଣି ୮ହଜାର ୧୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଗତକାଲି ୧୦ ହଜାର ୪୧୩ ଜଣ ନୂଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ଆଠ ହଜାର ପାର କରିଛି ସଂକ୍ରମିତଙ୍କ ସଂଖ୍ୟା । ତେବେ ସବୁଦିନ ପରି ଆଜି ବି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ୧୨୭୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ଏହା ସହ ସୁନ୍ଦରଗଡରୁ ୭୩୫, ଅନୁଗୁଳରୁ ୫୨୫, କଟକରୁ ୪୮୨, ସମ୍ବଲପୁରରୁ ୪୪୧, ବରଗଡରୁ ୩୯୦, ଝାରସୁଗୁଡାରୁ ୩୮୬, ନବରଙ୍ଗପୁରରୁ ୩୨୦, ପୁରୀରୁ ୩୦୬, ନୂଆପଡାରୁ ୨୬୪, ଷ୍ଟେଟ ପୁଲରୁ ୨୩୬, ସୁବର୍ଣ୍ଣପୁରରୁ ୨୦୭, ମୟୂରଭଞ୍ଜରୁ ୧୯୯, ବଲାଙ୍ଗିରରୁ ୧୯୮, ଯାଜପୁରରୁ ୧୯୪, ନୟାଗଡରୁ ୧୮୭, କଳାହାଣ୍ଡିରୁ ୧୭୪, ଗଞ୍ଜାମରୁ ୧୬୯, ରାୟଗଡାରୁ ୧୫୪, ଜଗତସିଂହପୁରରୁ ୧୪୯, ଭଦ୍ରକରୁ ୧୪୫, କୋରାପୁଟରୁ ୧୨୭, ଗଜପତିରୁ ୧୨୦, ବୌଦ୍ଧରୁ ୧୦୩, ଦେବଗଡରୁ ୧୦୧, ବାଲେଶ୍ୱରରୁ ୧୦୦, ଢେଙ୍କାନାଳରୁ ୮୬, କେନ୍ଦୁଝରରୁ ୭୫, କେନ୍ଦ୍ରପଡାରୁ ୭୦, କନ୍ଧମାଳରୁ ୬୧, ମାଲକାନଗିରିରୁ ୩୬ରୁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।