ବୈପାରିଗୁଡା – ପୁଲିସ ବାବୁଙ୍କ ଦବଙ୍ଗଗିରି , ଛୋଟିଆ ଘଟଣା ପାଇଁ ସ୍ୱାବଲମ୍ବୀ କର୍ମଚାରୀ କର୍ଣ୍ଣ ବୋଦା ଙ୍କୁ ଦେଲେ ନିସ୍ତୁକ ମାଡ ।ରାଜ୍ୟରେ କରୋନା ସଂକ୍ରମଣ କାୟବିସ୍ତାର କରି ଚାଲିଥିବା ବେଳେ ପୋଲିସ ଅଧିକାରୀଙ୍କୁ କରୋନା ଯୋଦ୍ଧା ଭାବରେ ସମ୍ମାନୀତ କରାଚାଲିଛି ।ଏପରି ସ୍ଥିତିରେ କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକରୁ ସାମନାକୁ ଆସିଛି ଅଭାବନୀୟ ଘଟଣା ।ମିଳିଥିବା ସୂଚନା ଅନୁଯାୟୀ ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଚନ୍ଦ୍ରପଡ଼ା ପଞ୍ଚାୟତ ର ଚନ୍ଦ୍ରପଡ଼ା ଗ୍ରାମର ଲକ୍ଷ୍ମଣ ବୋଦା ଙ୍କ ୩୩ବର୍ଷୀୟ ପୁଅ କର୍ଣ୍ଣ ବୋଦା ସ୍ୱାବଲମ୍ବୀ କର୍ମଚାରୀ ଭାବେ ପାଇପ ଲାଇନ ରେ କର୍ମଚାରୀ ଭାବେ କାର୍ଯ୍ୟ କରୁଛନ୍ତି ।ବିଡ଼ିଓ ଅଭିମନ୍ୟୁ କବି ଶତପଥୀ ଏବଂ ଚନ୍ଦ୍ରପଡ଼ା ସରପଞ୍ଚ ଅଭି ନାୟକଙ୍କ ନିର୍ଦ୍ଧେଶକ୍ରମେ ପ୍ରଧାନୀଗୁଡା ଠାରେ ଥିବା ନଳକୂପ ଓ ପାଇପ ଯୋଗେ ଜଳ ଯୋଗାଣ ପ୍ରକଳ୍ପ କୁ ତଦାରଖ କରି ଫେରୁଥିବା ସମୟରେ ସନ୍ଧ୍ୟା ୫ଟା ୧୫ମିନିଟ ସମୟରେ ଚନ୍ଦ୍ରପଡ଼ା ଛକ ନିକଟରେ କିଛି ପୋଲିସ ଅଧିକାରୀ ପୋଲିସ ପୋଷାକ ରେ ଏବଂ କିଛି ପୋଲିସ ସାଧାରଣ ପୋଷାକ ରେ ମତେ ହଠାତ ଗାଳି ଦେବା ସହ ପ୍ଲାଷ୍ଟିକ ପାଇପ ରେ ମାରିବା ଆରମ୍ଭ କରିଥିଲେ ।ଏହି ସମୟରେ ମୁଁ ଯେତେ ପାଟି କରି ମୁଁ ପାଇପ ଲାଇନ କର୍ମଚାରୀ ବୋଲି କହିଲି ଏବଂ ପରିଚୟ ପତ୍ର ପ୍ରଦାନ କଲେ ବି ପୋଲିସ ଅଧିକାରୀ ଜଣକ ନ ଶୁଣି ମତେ ବାଡେଇବାରେ ବ୍ୟସ୍ତ ବୋଲି କାନ୍ଦି କାନ୍ଦି କ୍ୟାମେରା ଆଗରେ ପ୍ରକାଶ କରିଛନ୍ତି ସ୍ୱାବଲମ୍ବୀ କାରିଗର କର୍ଣ୍ଣ ବୋଦା ।ମାଡ ଖାଇ ସେ ଗୁରୁତର ଅବସ୍ଥାରେ ତଳେ ପଡିଯାଇଥିଲେ ମଧ୍ୟ ତଳେ ପଡିଥିବା ଅବସ୍ଥାରେ ପୋଲିସ ଅଧିକାରୀ ତାଙ୍କୁ ଗୋଡ଼ରେ ଏବଂ ହାତରେ ନିର୍ଧୁମ ମାରିଥିବାର ଅଭିଯୋଗ କରିଛନ୍ତି ସ୍ୱାବଲମ୍ବୀ କାରିଗର ସଂଘ ର ସଭାପତି ସତ୍ୟପ୍ରିୟ ମଲ୍ଲିକ ପ୍ରକାଶ କରିଛନ୍ତି ।ଏ ପରି ବିନା ଦୋଷରେ ପୋଲିସ ଦ୍ୱାରା ମାଡ଼ ଖାଇଥିବାରୁ ଦୁଃଖ ରେ କ୍ଷଭ ପ୍ରକାଶ କରିଛନ୍ତି ଚନ୍ଦ୍ରପଡ଼ା ସରପଞ୍ଚ ଅଭି ନାୟକ ।ତେବେ ଘଟଣାକୁ ନେଇ ସ୍ୱାବଲମ୍ବୀ କର୍ମଚାରୀ କର୍ଣ୍ଣ ବୋଦା ଙ୍କୁ ଜିଲ୍ଲା ପୋଲିସ କଣ ନ୍ୟାୟ ପ୍ରଦାନ କରୁଛି ତାହା ଦେଖିବାକୁ ବାକି ରହିଲା ଯଦିଓ ନ୍ୟାୟ ପ୍ରଦାନ ନ ମିଳେ ତେବେ ଆଗାମୀ ଦିନରେ ବୈପାରିଗୁଡା ବ୍ଲକ ର ୨୦ଗୋଟି ପଞ୍ଚାୟତ ର ସମସ୍ତ ସ୍ଥାନକୁ ପାଇପ ଲାଇନ ଯୋଗାଣ ବନ୍ଦ କରାଯିବା ବୋଲି ସ୍ୱାବଲମ୍ବୀ କର୍ମଚାରୀ ସଙ୍ଘ ଚେତାବନୀ ଦେଇଛି ।
ରିପୋର୍ଟ – ବନଲତା ଲେଙ୍କା ।