ବଲାଙ୍ଗିର- ଭାଇରାଲ ପୋଷ୍ଟ ଉପରେ ଆଜି ନିଜର ପ୍ରତିକ୍ରିୟା ରଖି ବଲାଙ୍ଗିର ସାଂସଦ ଶ୍ରୀମତି ସଂଗୀତା ସିଂଦେଓ କହିଛନ୍ତି ଯେ, ମୁଁ ଜନମଙ୍ଗଳ ପାଇଁ କାମ କରେ । ଯେଉଁଠି ମୋର ଆବଶ୍ୟକତା ଅନୁଭବ ସେଇଠି ପହଞ୍ଚି ସ୍ଥିତି ସୁଧାରିବାକୁ ଚେଷ୍ଟା କରେ । ଲୋକ ଦେଖାଣିଆ କାମ ଉପରେ ବିଶ୍ୱାସ କରେ ନାହିଁ । ଆବଶ୍ୟକତା ଅନୁସାରେ ମୁଁ ମୋର ସାରା ସଂସଦୀୟ କ୍ଷେତ୍ର ବୁଲି ଲୋକଙ୍କ ସୁବିଧା ଅସୁବିଧା ବୁଝି ତାହାର ସମାଧାନ ପାଇଁ କାମ କରିଛି । ନିୟମିତ ଭାବେ ଟେଲିଫୋନ ଯୋଗେ ବଲାଙ୍ଗିର ଓ ସୋନପୁର ର ଜିଲ୍ଲାପାଳଙ୍କୁ ସ୍ଥିତି ପଚାରି ବୁଝୁଛି । ଏହାକୁ ମୁଁ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିନାହିଁ । ସାମଜିକ ଗଣମାଧ୍ୟମରେ ମୋର କାମର ପ୍ରଚାର ପ୍ରସାର ମୋର ଲକ୍ଷ ନୁହଁ । କିଛି ଲୋକ ଗଣ ମାଧ୍ୟମରେ ଅଯଥା ପୋଷ୍ଟ କରୁଛନ୍ତି । ସମାଲୋଚନା ସ୍ୱାଗତ ଯୋଗ୍ୟ । କିନ୍ତୁ ଅଯଥା ମୋର ଛବି ବିଗାଡିବାକୁ ଚେଷ୍ଟା ନକରି ସେମାନେ ପ୍ରକୃତ ସମସ୍ୟା ଲୋକଲୋଚନକୁ ଆଣିଲେ ଏହା ସମାଜ ପ୍ରତି ସହାୟକ ହେବ ବୋଲି ଶ୍ରୀମତି ସିଂଦେଓ ନିଜ ପ୍ରତିକ୍ରିୟା ରଖିଛନ୍ତି । ଏଠାରେ ପ୍ରକାଶ ଥାଉକି, କିଛି ଦିନ ତଳେ ବଲାଙ୍ଗିର ସାଂସଦ ନିଖୋଜ ଥିବା ନେଇ ଏକ ପୋଷ୍ଟ ଫେସବୁକରେ ବାଇରାଲ ହୋଇଥିଲ।। ଏହି ପୋଷ୍ଟରେ କରୋନା ଆସିଲା ଦିନଠୂଁ ସାଂସଦ ନିଖୋଜ ଥିବା ଅଭିଯୋଗ କରିବା ସହ ତାଙ୍କ ପତ୍ତା ମିଳିଲେ ଯୋଗାଯୋଗ କରିବା ପାଇଁ କୁହାଯାଇଥିଲା । ଏହି ପୋଷ୍ଟରେ ବିଭିନ୍ନ ଲୋକ ନିଜର ମତାମତ ରଖିବା ସହ କରୋନା କାଳରେ ଶ୍ରୀମତି ସିଂଦେଓଙ୍କ ଅନୁପସ୍ଥିତିକୁ ନେଇ ସମାଲୋଚନା କରିଥିଲେ । ତେବେ ଏହି ପୋଷ୍ଟ ଭାଇରାଲ ହେବା ପରେ ଜିଲ୍ଲା ବିଜେପି ମାହୋଲରୁ ମଧ୍ୟ ପ୍ରତିକ୍ରିୟା ପ୍ରକାସ ପାଇଥିଲା । ପରେ ପରେ ସାଂସଦ ସଦଳ ବଳ ଗତ କାଲି ଜିଲ୍ଲା କରୋନା ସ୍ଥିତି ଉପରେ ସମୀକ୍ଷା କରିବା ସହ ବିଭିନ୍ନ ଚିନ୍ତାଜନକ ତଥ୍ୟ ଗଣମାଧ୍ୟମ ନଜରକୁ ଆଣିଥିଲେ । ଆଜି ସକାଳୁ ମେଡିକାଲ କଲେଜ ପହଞ୍ଚି ବ୍ୟବସ୍ଥା ର ତଦାରଖ କରିଛନ୍ତି । ଅନ୍ୟପକ୍ଷରେ ସାମାଜିକ ଗଣ ମାଧ୍ୟମରେ ଟ୍ରୋଲ ହେବା ପରେ ସାଂସଦଙ୍କ ଆଖି ଖୋଲିଥିବା ବେଳେ ଏବେ ସେ ଘନ ଘନ ସମୀକ୍ଷା ଆରମ୍ଭ କରିବା ସହ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ କୋର୍ଟକୁ ବଲ ଫିଙ୍ଗି ସଫା ବାହାରିଯିବା ପାଇଁ ଚେଷ୍ଟା କରୁଛନ୍ତି ବୋଲି ବିରୋଧି ମତବ୍ୟକ୍ତ କରିଛନ୍ତି ।