27.1 C
Bhubaneswar
Thursday, March 28, 2024
Homeକରୋନା ଓଡିଶା୩୦୦ ଆରଟିପିସିଆର ଟେଷ୍ଟ ଓ ୧୦ଟି ଭେନ୍ଟିେଲେଟରେ ଚାଲିଛି ବଲାଙ୍ଗିର ର କରୋନା ଲଢେଇ

୩୦୦ ଆରଟିପିସିଆର ଟେଷ୍ଟ ଓ ୧୦ଟି ଭେନ୍ଟିେଲେଟରେ ଚାଲିଛି ବଲାଙ୍ଗିର ର କରୋନା ଲଢେଇ

ବଲାଙ୍ଗିର: ୩୦୦ ଆରଟିପିସିଆର ଟେଷ୍ଟ ଓ ୧୦ଟି ଭେନ୍ଟିେଲେଟରେ ଚାଲିଛି ବଲାଙ୍ଗିର ର କରୋନା ଲଢେଇ ବୋଲି ପ୍ରକାଶ କରିଛନ୍ତିି ବଲାଙ୍ଗିର ସାଂସଦ ଶ୍ରୀମତି ସଂଗୀତା ସିଂ ଦେଓ । ଆହୁରି ବଲାଙ୍ଗିର ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ବଢି ବଢି ଚାଲିଛି । ସଂକ୍ରମଣ ଚିହ୍ନଟ ପାଇଁ ଜିଲ୍ଲାରେ ଦୁଇ ଦୁଇଟି ଆରଟିପିିସିଆର ମେସିନ ରହିଛି । ଯାହାର ଦକ୍ଷତା ପ୍ରତିଦିନ ୧୦୦୦ ଟେଷ୍ଟ ର ରହିଛି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ, ସେ ମଧ୍ୟରୁ ବଲାଙ୍ଗିର ଜିଲ୍ଲାରୁ ପ୍ରତିଦିନ କେବଳ ୩୦୦ ଆରଟିପିସିଆର ଟେଷ୍ଟ କରାଯାଉଛି । ଅନ୍ୟ ୭୦୦ ଟେଷ୍ଟ ପଡୋଶୀ କଳାହାଣ୍ଡି ଓ ନୁଆପଡା ଜିଲ୍ଲା ପାଇଁ ସୁରକ୍ଷୀତ ରହୁଛି । ଯାଫଳରେ ବଲାଙ୍ଗିରବାସୀଙ୍କୁ ନିଜ ପାଳି ପାଇଁ ଅପେକ୍ଷା କରିବାକୁ ପଡୁଛି । ପଡୋଶି ଜିଲ୍ଲା ମାନଙ୍କୁ କରୋନା କାଳରେ ସାହାଯ୍ୟ କରାଯିବା ପ୍ରଶଂସନୀୟ କିନ୍ତୁ ବଲାଙ୍ଗିର ପାଇଁ ଅତିକମ ରେ ୫୦୦ ଟେଷ୍ଟ ସୁରକ୍ଷିତ ରଖିବା ଆବଶ୍ୟକ ବୋଲି ଆଜି ବଲାଙ୍ଗିର ସାଂସଦ ଶ୍ରୀମତି ସଂଗିତା ସିଂଦେଓ କହିଛନ୍ତି । ଆଜି ସ୍ଥାନୀୟ ଭୀମ ଭୌଇ ମେଡିକାଲ କଲେଜରେ କୋଭିଡ ସ୍ଥିତି ତଦାରଖ କରିବା ପାଇଁ ଆସିଥିବା ସମୟରେ ସେ ଆହୁରି କହିଛନ୍ତି ଯେ, ଭୀମ ଭୋଇ ମେଡିକାଲ କଲେଜକୁ ଗତ ଦର୍ଷ ୨୫ ଗୋଟି ଭାଣ୍ଟିଲେଟର ଯୋଗାଇ ଦିଆଯାଇଥିଲା । ସେ ମଧ୍ୟରୁ ଏବେ କେବଳ୧୦ ଗୋଟି କାର୍ଯ୍ୟକ୍ଷମ ଥିବା ବେଳେ ଅନ୍ୟ ୧୫ ଟି ଭେନ୍ଟିଲେଟରକୁ ସଂଯୋଗ କରାଯାଇନଥିବା ଗତକାଲି ଜିଲ୍ଲା ସ୍ୱାସ୍ଥ୍ୟସେବା ସ୍ଥିତି ସମୀକ୍ଷାରେ ଜଣା ପଡିଥିଲା । ସେହିପରି ଶହ ଶହ ଅକ୍ସିଜେନ ମାସ୍କ, ଅକ୍ସି ମିଟର ଗତ ବର୍ଷ ଆସିଥିବା ବେଳେ ଏବେ ହାତ ଗଣତି କିଛି ସାମଗ୍ରୀ ଥିବା ଆଶ୍ଚର୍ଯ୍ୟଜନକ । ଡାକ୍ତରକାନାରେ ରୋଗୀଙ୍କ ପାଇଁ ପାଣୀ ନାହିଁ , ପରିଜନଙ୍କ ପାଇଁ ଅପେକ୍ଷା ବ୍ୟବସ୍ଥା ନାହିଁ ଏପରି ସ୍ଥିତରେ ଜିଲ୍ଲାରେ କରୋନା ସହ ଲଢେଇ କିପରି ହେବ ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କର୍ତ୍ତୁପକ୍ଷଙ୍କୁ ପ୍ରସ୍ନ କରିଛନ୍ତି । ଏହି ଅବସରରେ ସାଂସଦ ସିଂ ଦେଓ ପାଟଣାଗଡରେ କରୋନା ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ତୁରନ୍ତ ପାଟଣାଗଡରେ ଏକ ୧୦ ଆଇସିୟୁ ଯୁକ୍ତ କୋଭୀଡ କେଆର ସେଣ୍ଟର କାଯ୍ୟକ୍ଷମ କରିବା ତଥା କୋରନା ସଂକ୍ରମଣ ଚିହ୍ନଟ ପାଇଁ ଜିଲ୍ଲା ର ସଦର ମହକୁମା ତଥା ପାଟଣାଗଡ ଓ ଟିଟିଲାଗଡ ଠାରେ ତିନୋଟି ସିଟି ସ୍କାନ ମେସିନର ବ୍ୟବସ୍ଥା କରିବା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଆଜିର ଏହି କାଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭୀମ ହସପିଟାଲ ସୁପରିସ୍ଟେଣ୍ଡେନ୍ଟ ମହେନ୍ଦ୍ର ନାୟକ, ବିଜେପିର ଅନନ୍ତ ଦାଶ,ଗୋପାଲଜୀ ପାଣୀଗ୍ରାହୀ, ଶ୍ରୀ ଭକ୍ତ ନାଏକ, ପ୍ରଦୀପ ବଂଶଲ, ସୁନିଲ ମିଶ୍ର ଓ ସାଂସଦ ପ୍ରତିନୀଧି ଦିନେଶ ଶମା ପ୍ରମୂଖ ଉପସ୍ଥିଥ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking