17.1 C
Bhubaneswar
Saturday, December 28, 2024
Homeଓଡିଶାନରେଗା ଯୋଜନାରେ ଟଙ୍କା ହଡ଼ପ କରିବାରେ ସହଯୋଗ କରୁଛନ୍ତି ସରକାରୀ ବାବୁ

ନରେଗା ଯୋଜନାରେ ଟଙ୍କା ହଡ଼ପ କରିବାରେ ସହଯୋଗ କରୁଛନ୍ତି ସରକାରୀ ବାବୁ

ନବରଙ୍ଗପୁର(ଭୋଦେବ ଗୌଡ଼) – ଏମିତି ଚାଲିଛି ଲୁଟ୍ ତରାଜ , ଟଙ୍କା ହଡ଼ପ କରାଯାଇଥିବାର ଅଭିଯୋଗ ଆଣିଛନ୍ତି ଖୋଦ୍ ପଞ୍ଚାୟତ ବାସିନ୍ଦା l ଏ ହଡପ୍ କିମ୍ବା ଲୁଟ୍ କୌଣସି ଚୋର କି ଡକାୟତ କରିନାହାନ୍ତି l ଏ ଅଭିନବ ଲୁଟ୍ କରାଇଛନ୍ତି ସରକାରୀ ବାବୁ  l ଏ ଅର୍ଥ ଲୁଟ୍ ହେଇଛି ସରକାରୀ ପାଣ୍ଠିରୁ, ହେଲେ ଏ ଲୁଟ୍ ପାଟ ଏମିତି ରୂପରେ କରାଯାଇଛି, ଯାହାକି ଏ ସରକାରୀ ଅର୍ଥ ଲୁଟେରାଙ୍କ ଟେର ପାଇବା ତ ଦୂରର କଥା କାହାରି ନଜର କୁ ବି କେହି ଆସି ନଥିଲେ ଏମାନେ l ଏ ଘଟଣା ଟି ହେଉଛି ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଚନ୍ଦାହାଣ୍ଡିବ୍ଲକ ବେହେରାମୁଣ୍ଡା ଗ୍ରାମପଞ୍ଚାୟତ ର l ପ୍ରକାଶ ଥାଉକି ଉକ୍ତ ଗ୍ରାମ ପଞ୍ଚାୟତ ର ସାଲେଭଟା ଗାଁ ର ହିତାଧିକାରୀ ପୀତବାସ ମାଝୀ ଙ୍କ ନା ରେ ମନରେଗା ଯୋଜନାରେ କୁଅଁ ନ ଖୋଳାଇ ତାଙ୍କର ଏଜ ପୁରୁଣା କୂଅକୁ ଜେ.ଇ ବିନୋଦ ବେହେରା ଓ ଜି. ଆର.ଏସ୍ ଶୈଳବାଳା ବିଶୋୟୀ (ଅଞ୍ଜୁ) ବିଲ କରିବାରେ ସମ୍ପୂର୍ଣ୍ଣ ହାତ ରହିଥିବା ଗାଁ ବାସୀ ଅଭିଯୋଗ ଆଣିଥିବା ବେଳେ, ଖୋଦ୍ ନିଜେ ହିତାଧିକାରୀ ପୀତବାସ ମାଝୀ ପୁରୁଣା କୂଅକୁ ଅଳ୍ପ ଇଟା ଯୋଡ଼ି ଦୁଇ ଲକ୍ଷ କୋଡ଼ିଏ ହଜାର ଟଙ୍କା ବିଲ୍ କରି ଟଙ୍କା ପାଇଥିବା ସ୍ୱୀକାର କରିଛନ୍ତି l ଏହା ଜି ଆର୍ ଏସ୍ ଶୈଳବାଳା ବିଶୋୟୀ (ଅଞ୍ଜୁ) ଏବଂ ଜେ.ଇ ବିନୋଦ କୁମାର ବେହେରାଙ୍କ ଦୁର୍ନୀତି କୁ ପ୍ରଶୟ ଦେବା ଓ ସରକାରୀ ଅର୍ଥକୁ ହଡପ୍ କରିବା ର ଶଠତା ର କାରନାମା ଦାଣ୍ଡରେ ପଡି ହାଟରେ ଗଡୁଥିବା ଦେଖିବାକୁ ମିଳିଛି l ତେବେ ଜି ଆର୍ ଏସ୍ ମହାଶୟା ଜଣକ ତାହା ପୁରୁଣା କୂଅ ନୁହଁ ନୂଆଁ କୂଅ ବୋଲି ସତ୍ୟକୁ ସାମନା କରିବାକୁ ଡରି ମିଥ୍ୟାର ଆଶ୍ରୟ ନେଇଥିବା ବେଳେ ବେହେରାମୁଣ୍ଡାର ଗ୍ରାମ ପଞ୍ଚାୟତ ସରପଞ୍ଚ ଉକ୍ତ କୂଅ ଖନନକୁ ମିଥ୍ୟା ବୋଲି ଦର୍ଶାଇ ତାହା ଏକ ପୁରୁଣା କୂଅ ଓ ତାହାର ଉପରେ ତିନି ଚାରି ଫୁଟ୍ ଇଟା ଯୋଡ଼ି ଦେଇ ବିଲ୍ କରିଦେଇଛନ୍ତି ବୋଲି ବାର୍ତ୍ତାଳାପ ରେ ସୂଚନା ଦେଇଛନ୍ତି ତଥା ପୂର୍ବତନ ସରପଞ୍ଚ ମହମ୍ମଦ୍ ୟୁନୁସ ଙ୍କ ସହ ଗାଁ ବାସୀ ଏକ ଅଭିଯୋଗ ପତ୍ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଜିଲ୍ଲାପାଳ ନବରଙ୍ଗପୁର ଙ୍କୁ ଲେଖି ଜଣାଇଛନ୍ତି ଓ ବର୍ତ୍ତମାନ ପର୍ଯ୍ଯନ୍ତ ଆମ୍ଭର ଅଭିଯୋଗ ର କୌଣସି ପଦକ୍ଷେପ ନିଆଯାଇନାହିଁ ବୋଲି ଅଭିଯୋଗ ଆଣିଛନ୍ତି ଆହୁରି ମଧ୍ଯ ମନରେଗା ଯୋଜନାରେ ହୋଇଥିବା ବାବୁରିଆ ମୁଖ୍ୟ ରାସ୍ତାରୁ ଦଶହରା ଗୁଡ଼ି ରାସ୍ତା ଓ ବେଳମାଝୀ ଗୁଡ଼ାରୁ ନାହାଲ୍ ମୁଣ୍ଡା ରାସ୍ତା ସମେତ ବେହେରାମୁଣ୍ଡାର ପୋଖରୀ ଖନନ ର ବିନା କାମ ରେ ଡିମlଣ୍ଡ ମାରିବା ନେଇ ଅଭିଯୋଗ ଆସିଥିବା ବେଳେ ଉକ୍ତ ରାସ୍ତା କାମ ର ନିମ୍ନମାନ ଆମର କ୍ୟାମେରା ର ନଜରକୁ ଆସିଛି l ତଥା ପୂର୍ବତନ ସରପଞ୍ଚ ମହମ୍ମଦ୍ ୟୁନୁସ ଙ୍କ ସହ ଗାଁ ବାସୀ ପଚାଶ ହଜାର ଟଙ୍କା ମୋରମ୍ ପକାଇ ମାଟି କାମ ଦେଖାଇ ପାଞ୍ଚ ଲକ୍ଷ ଟଙ୍କା ବିଲ୍ କରି ଟଙ୍କା ଆତ୍ମସାତ୍ କରିଥିବା ନେଇ ଅଭିଯୋଗ ପତ୍ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଜିଲ୍ଲାପାଳ ନବରଙ୍ଗପୁର ଙ୍କୁ ଲେଖି ଜଣାଇଛନ୍ତି ଓ ବର୍ତ୍ତମାନ ପର୍ଯ୍ଯନ୍ତ ଆମ୍ଭର ଅଭିଯୋଗ ର କୌଣସି ପଦକ୍ଷେପ ନିଆଯାଇନାହିଁ ବୋଲି ମଧ୍ୟ ମହମ୍ମଦ୍ ୟୁନୁସ ଆମର ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି l ତେବେ ଏଭଳି ନିମ୍ନମାନର ରାସ୍ତା କାମକୁ ସମ୍ପୂର୍ଣ୍ଣ ବିଲ କରିବା ଓ ପୁରୁଣା କୂଅ କୁ ଅଳ୍ପ ଇଟା ତିନି ଚାରି ଫୁଟ୍ ଯୋଡ଼ିବା ଓ ପଲସ୍ତରା କରି ନୂଆ କୂଅ ଦର୍ଶାଇ ବିଲ୍ କରିବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ସାଧରଣରେ ଚର୍ଚା ହେଉଛି ଓ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରି ଦୁର୍ନୀତି ଗ୍ରସ୍ତ ଅଧିକାରୀ ଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି l ତେବେ ଏହି ଘଟଣାରେ ଜି ଆର୍ ଏସ୍, ନା ଜେ.ଇ ଦାୟୀ ନା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦାୟୀ ତାହା ତଦନ୍ତ ପରେ ଏହାର ପର୍ଦ୍ଦାଫାସ ହେବ ବୋଲି ଚର୍ଚ୍ଚା ହେଉଛି L

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking