19.1 C
Bhubaneswar
Monday, November 18, 2024
Homeକରୋନାଆଗକୁ ମହାମାରୀ କରୋନାର ପ୍ରକୋପ ବଢିବ

ଆଗକୁ ମହାମାରୀ କରୋନାର ପ୍ରକୋପ ବଢିବ

ନୂଆଦିଲ୍ଲୀ : ଆଗକୁ ମହାମାରୀ କରୋନାର ପ୍ରକୋପ ବଢିବ । ଜୁନରେ ଶୀର୍ଷ ଛୁଇଁବ ସଂକ୍ରମଣ। ବଢିବ ମୃତ୍ୟୁସଂଖ୍ୟା । ଦିନକୁ ପାଖାପାଖି ୨୫୦୦ ଲେଖାଏଁ ଲୋକଙ୍କର ମୃତ୍ୟୁ ହେବ ବୋଲି ମେଡିକାଲ ଜର୍ଣ୍ଣାଲ ‘ଦ ଲାନସେଟ୍ ଏହି ଆକଳନ କରିଛି । ଭାରତରେ କରୋନାର ଦ୍ଵିତୀୟ ଲହର ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା କ୍ଷୀପ୍ର ଗତିରେ ବଢି ଚାଲିଛି । କିନ୍ତୁ ଆଗାମୀ ଜୁନରେ ଏହାର ପ୍ରଭାବ ଆହୁରି ଭୟାବହ ହେବ। ମେଡିକାଲ ଜର୍ଣ୍ଣାଲ ‘ଦ ଲାନସେଟ୍ ରିପୋର୍ଟ ଅନୁଯାୟୀ ପ୍ରତିଦିନ ବହୁ ସଂଖ୍ୟକ ଲୋକ ମୃତ୍ୟୁବରଣ କରିବେ । ଏପରିକି ମହାମାରୀ ଦିନକୁ ୧୭୦୦ରୁ ୨୫୦୦ ପର୍ଯ୍ୟନ୍ତ ଜୀବନ ନେଇପାରେ । କାରଣ ଏଥର ଭାଇରସରେ ଟିୟର-୨ ଓ ଟିୟର-୩ ଶ୍ରେଣୀ ଲୋକେ ବେଶି ସଂକ୍ରମିତ ହେଉଛନ୍ତି । ଯାହାଫଳରେ ୧୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସହରରେ ସ୍ଥିତି ଅଧିକ ଖରାପ୍ ରହିବ। କରୋନାର ପ୍ରଥମ ଲହରରେ ଅଧିକ ସଂଖ୍ୟକ ଜିଲ୍ଲା ପ୍ରଭାବିତ ହୋଇଥିଲା । ଏବେ ଦେଖାଯାଉଛି ୨ୟ ଲହରରେ କମ୍ ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ଅଧିକ ବଢିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking