ଢେଙ୍କାନାଳ : ଢେଙ୍କାନାଳ ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଦୁର୍ଗମ ଅଚଂଳ ଖରମୁଳରେ ସଡିପିଓ ସୁନନ୍ଦା ଦାଶଙ୍କ ଅଧ୍ୟକ୍ଷତାରେ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଚେତନା କାର୍ଯ୍ୟକ୍ରମରେ ଏନଏସି ଅଧ୍ୟକ୍ଷା ରିନା ବେହେରା, ହରିପ୍ରିୟା ଦାସ, ସବିତା ସେଠୀ ପ୍ରମୁଖ ଯୋଗଦାନ କରିଥିଲେ । ସିଡିପିଓ ଅଙ୍ଗନୱାଡି କେନ୍ଦ୍ରର ୩୦ ଜଣ ଶିଶୁଙ୍କ ସହିତ ଗ୍ରାମବାସୀମାନଙ୍କୁ କରୋନା ପ୍ରତିହତ ସଂପର୍କିତ ତାଲିମ ଦେଇ ସଚେତନ କରିବା ସହିତ ସାବୁନ୍, ମାସ୍କ ଓ ସାନିଟାଇଜର ବଂଟନ କରିଥିଲେ ।
ସମସ୍ତଙ୍କୁ ହାତ ଧୋଇବା, ସ୍ୱାସ୍ଥ୍ୟର ଯତ୍ନ ନେବା, ଠିକ୍ ଭାବରେ ମାସ୍କ ପିନ୍ଧିବା, ବିଶୁଦ୍ଧ ପାଣି ପିଇବା, ସାମାଜିକ ଦୁରତା ରକ୍ଷା କରିବା, ଘରେ ରହିବା, ସ୍ୱାସ୍ଥ୍ୟରେ ସାମାନ୍ୟ ଖରାପ ହେଲେ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଇତ୍ୟାଦି ନେଇ ସଚେତନ କରାଇଥିଲେ । ଛୋଟ ଶିଶୁମାନଙ୍କୁ ସାବୁନରେ ହାତ ଧୋଇବା ଶିଖାଇଥିଲେ । ସ୍ୱାସ୍ଥ୍ୟକର୍ମୀ ସବିତା ସେଠୀ ଶିଶୁ ମାନଙ୍କର ରକ୍ତହିନତା, ପୃଷ୍ଟି ହିନତା, ଥଣ୍ଡା, କାଶ ପାଇଁ ଔଷଧ, ଭିଟାମିନ ଆଦି ବଂଟନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଅଙ୍ଗନୱାଡି କର୍ମୀ ରଞ୍ଜିତା ପ୍ରଧାନ ଓ ହେଲପର ପୁଷ୍ପଲତା ପ୍ରଧାନ, ବିଜୟ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।