25.1 C
Bhubaneswar
Tuesday, November 26, 2024
Homeପଶ୍ଚିମବଙ୍ଗ ନିର୍ବାଚନମୋଦିଙ୍କୁ ଏମିତି କହିଲେ ମମତା

ମୋଦିଙ୍କୁ ଏମିତି କହିଲେ ମମତା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ନୂଆ ଲେବର ଓ ନୂଆ ମନୋଭାବ ଦେଖିବାକୁ ମିଳିଛି । ବଙ୍ଗାଲରେ ମୁଖ୍ୟ ମୁକାବିଲା ଟିଏମସି ଓ ବିଜେପି ମଧ୍ୟରେ ହେବା ନେଇ ଚର୍ଚ୍ଚା ହେଉଛି । ଯଦି ସିଏମ ମମତା ବାନାର୍ଜୀଙ୍କ ନିର୍ବାଚନୀ ପ୍ରଚାରକୁ ଦେଖିବା ତେବେ, ଆଘାତ ପରେ ବି ସିଏମ ମମତା ବାନାର୍ଜୀ ପ୍ରଚାର କରୁଛନ୍ତି । ମମତାଙ୍କ ଅନୁସାରେ, ତାଙ୍କ ନିଜ ଅପେକ୍ଷା ଜନତାଙ୍କ କଷ୍ଟ ପାଇଁ ସେ ଚିନ୍ତିତ । ମମତା ନିଜ ଭାଷଣରେ ପିଏମ ମୋଦିଙ୍କ ଉପରେ ଖୁବ ବର୍ଷୁଛନ୍ତି । ପିଏମ ମୋଦି ମମତା ବାନାର୍ଜୀଙ୍କୁ ଦିଦି ଡାକନ୍ତି ଏବଂ ମମତା ମଙ୍ଗଳବାର ବାଙ୍କୁଡାରେ ନିର୍ବାଚନୀ ପ୍ରଚାର ସମୟରେ ପିଏମ ମୋଦିଙ୍କ ନୂଆ ନାମ ଦେଇଛନ୍ତି । ସମ୍ବୋଧିତ କରିବା ସମୟରେ ମମତା କହିଥିଲେ ଯେ, ବଙ୍ଗାଳବାସୀ ବିଜେପିକୁ ବାହାର ରାସ୍ତା ଦେଖାଇବେ । ଅନ୍ୟପଟେ ମୋଦିଙ୍କୁ ମମତା ମିଥ୍ୟା ବାବୁ ବୋଲି କହିଥିଲେ । ସେ କହିଥିଲେ ମିଥ୍ୟା ବାବୁ (ପିଏମ ମୋଦି) ବଙ୍ଗାଳ ଆସନ୍ତି ଏବଂ କିଛି ବି କହି ଚାଲି ଯାଆନ୍ତି । ତାଙ୍କ ଭାଷଣରେ କୌଣସି ପ୍ରକାର ସତ୍ୟତା ନାହିଁ । ପଶ୍ଚିମବଙ୍ଗ ଜନତାଙ୍କୁ ସବୁ ସତ ଜଣାଅଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking