18.1 C
Bhubaneswar
Wednesday, January 8, 2025
Homeପଶ୍ଚିମବଙ୍ଗ ନିର୍ବାଚନଜଙ୍ଗଲମହଲରୁ ମମତା ବାନାର୍ଜୀଙ୍କୁ ଲାଗିପାରେ ଆଉ ଏକ ଝଟକା !

ଜଙ୍ଗଲମହଲରୁ ମମତା ବାନାର୍ଜୀଙ୍କୁ ଲାଗିପାରେ ଆଉ ଏକ ଝଟକା !

ନୂଆଦିଲ୍ଲୀ: ଚାରିପଟୁ ସମସ୍ୟା ମଧ୍ୟରେ ଘେରି ହୋଇ ରହିଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଜଲଦି ଆଉ ଏକ ଝଟକା ଲାଗିପାରେ । ତୃଣମୂଳ କଂଗ୍ରେସର ସଂସ୍ଥାପକ ସଦସ୍ୟ ଶିଶିର ଅଧିକାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ରାଲିରେ ବିଜେପିରେ ସାମିଲ ହୋଇପାରନ୍ତି । ଶିଶିର ଅଧିକାରୀ ତୃଣମୂଳ କଂଗ୍ରେସର ବାଗୀ ବିଧାୟକ , ମନ୍ତ୍ରୀ ଏବଂ ନନ୍ଦୀଗ୍ରାମରୁ ଭାରତୀୟ ଜନତା ପାର୍ଟିର ଆଶାୟୀ ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ପିିତା । ଶୁଭେନ୍ଦୁ ଅଧିକାରୀ ଭାଜପାରେ ସାମିଲ ହେବା ପରେ ଶିଶିର ଅଧିକାରୀଙ୍କୁ ତୃଣମୂଳ କଂଗ୍ରେସ ଦୂରେଇ ରଖିଛି । କେନ୍ଦ୍ରୀୟ ମନ୍ତ୍ରୀ ଓ ଅନେକ ଥର ସାସଂଦ ରହିଥିବା ଶିଶିର ଅଧିକାରୀଙ୍କୁ ତୃଣମୂଳର ବୈଠକରେ ମଧ୍ୟ ଆମନ୍ତ୍ରିତ କରାଯାଉନାହିଁ । କିଛି ଦିନ ପୂର୍ବରୁ ମମତା ବାନାର୍ଜୀଙ୍କ ନନ୍ଦୀଗ୍ରାମରେ ଯେତେବେଳେ ରାଲି ହୋଇଥିଲା, ସେତେବେଳେ ତାଙ୍କୁ ମଧ୍ୟ ଡକାଯାଇନଥିଲା । ଏମିତିକି ମମତା ବାନାର୍ଜୀ ନନ୍ଦିଗ୍ରାମରୁ ନିର୍ବାଚନ ଲଢିବେ, ଏହା ଘୋଷଣା ପୂର୍ବରୁ ଶିଶିରଙ୍କ ଠାରୁ ପରାମର୍ଶ ମଧ୍ୟ ନିଆଯାଇନଥିଲା । ତୃଣମୂଳ କଂଗ୍ରସର ଏମିତି ବ୍ୟବହାର ପାଇଁ ଶିଶିର ଖୁବ କ୍ଷୁବ୍ଧ ଅଛନ୍ତି । ଅନ୍ୟପଟେ ତୃଣମୂଳ କଂଗ୍ରେସର ବଡ ନେତାମାନେ ଶିଶର ଅଧିକାରୀଙ୍କୁ ଲଗାତର ଭାବେ ଟାର୍ଗେଟ କରୁଛନ୍ତି । ଜଙ୍ଗଲମହଲର ସବୁଠୁ ବରିଷ୍ଠ ନେତାଙ୍କ ମଧ୍ୟରେ ଶିିଶିର ନିଜ ଦଳର ନେତାଙ୍କ ଏମିତି ବ୍ୟବହାରରେ ଅସନ୍ତୁଷ୍ଟ ଅଛନ୍ତି । ମମତା ବାନାର୍ଜୀ ମଧ୍ୟ ଏମିତି ଲୋକଙ୍କୁ ଅଟକାଉନାହାନ୍ତି । ଏଥିପାଇଁ କୁହାଯାଉଛି ଶିଶିର ମଧ୍ୟ ନିଜ ଦୁଇ ପୁଅଙ୍କ ନିଷ୍ପତ୍ତି ନେବା ପାଇଁ ମନ ବଳାଇସାରିଛନ୍ତି । ସୂଚନା ଅନୁସାରେ, ୨୦ ମାର୍ଚ୍ଚରେ ପୂର୍ବ ମେଦିନିପୁରର କାନ୍ଥୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲି ସମୟରେ ଶିଶିର ଅଧିକାରୀ ବିଜେପିରେ ସାମିଲ ହୋଇପାରନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking