ନୂଆଦିଲ୍ଲୀ: ତ୍ରିବେନ୍ଦ୍ର ସିଂ ରାବତ ଇସ୍ତଫା ଦେବା ପରେ ଉତ୍ତରାଖଣ୍ଡର ଗଢବାଲରୁ ବିଜେପି ସାଂସଦ ତୀରଥ ସିଂହ ରାବତ ରାଜ୍ୟର ଆଗାମୀ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ବେବୀ ରାନୀ, ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ତାଙ୍କୁ ବିଜେପି ବିଧାୟକ ଦଳ ବୈଠକରେ ପାର୍ଟିର ନେତା ଭାବରେ ଚୟନ କରାଯାଇଥିଲା ।
ଗଢବାଲର କଲଗୀଖଲ ବିକାଶଖଣ୍ଡରେ ୯ ଏପ୍ରିଲ ୧୯୬୪ ରେ ଜନ୍ମ ଗ୍ରହଣ କରିଥିବା ତୀରଥ ସିଂହ ରାବତ ଛାତ୍ର ଜୀବନରୁ ହିଁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସହ ଜଡିତ ଥିଲେ । ସେ ୧୯୯୭ରେ ପ୍ରଥମ ଥର ପାଇଁ ଉତ୍ତରପ୍ରଦେଶ ବିଧାନ ପରିଷଦର ସଦସ୍ୟ ଥିଲେ। ୨୦୧୩ ରୁ ୩୧ ଡିସେମ୍ବର ୨୦୧୫ ପର୍ଯ୍ୟନ୍ତ ଉତ୍ତରାଖଣ୍ଡ ବିଜେପିର ରାଜ୍ୟ ସଭାପତି ଥିଲେ। ୨୦୧୯ଲୋକସଭା ନିର୍ବାଚନରେ ଦଳ ତାଙ୍କୁ ଗରୱାଲ ଆସନରୁ ଛିଡା କରିଥିଲା ଏବଂ ସେ ଜିତିଥିଲେ ।