14.1 C
Bhubaneswar
Saturday, January 11, 2025
Homeବ୍ରେକୀଙ୍ଗପିଏଫ ଜମା ଉପରେ ସୁଧହାର ୮.୫ ପ୍ରତିଶତ

ପିଏଫ ଜମା ଉପରେ ସୁଧହାର ୮.୫ ପ୍ରତିଶତ

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫଓ)ର ଇପିଏଫ ଡିପୋଜିଟ ଉପରେ ୮.୫ ପ୍ରତିଶତ ସୁଧହାର ନିଷ୍ପତ୍ତି ହୋଇଛି । ଶ୍ରମ ଓ ରୋଜଗାର ମନ୍ତ୍ରୀ ସନ୍ତୋଷ ଗଙ୍ଗାବାର ଏନେଇ ସୂଚନା ପ୍ରଦାନ କରିଛନ୍ତି । ଅର୍ଥାତ ଚଳିତ ଆର୍ଥିକ ବର୍ଷରେ ପିଏଫ ସୁଧଦରରେ କୌଣସି ପରିବର୍ତନ କରାଯାଇନାହିଁ । ପିଏଫ ସବସ୍କ୍ରାଇବରଙ୍କୁ ପୂର୍ବ ଦରରେ ଜମା ଉପରେ ସୁଧ ମିଳିବ । କହିରଖୁଛୁ ଯେ, ଏପିଏଫଓର ସେଣ୍ଟ୍ରାଲ ବୋର୍ଡ ଅଫ୍ ଟ୍ରଷ୍ଟିଜର ଶ୍ରୀନଗରରେ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା, ଯେଉଁଥିରେ ଏହା ଘୋଷଣା କରାଯାଇଛି । ଗତ ବର୍ଷ କରୋନା ଭାଇରସ ମଧ୍ୟରେ ପ୍ରଥମରେ ଲୋକଙ୍କୁ ପିଏଫ ପଇସା ମିଳିନଥିଲା । ପୁଣି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୧ ଫେବୃୟାରୀରେ ଉପସ୍ଥାପିତ ହୋଇଥିବା ବଜେଟରେ ପିଏଫ ଉପରେ ହେବାକୁ ଥିବା ଆୟ ଉପରେ ଟ୍ୟାକ୍ସ ଛାଡ ସୀମାକୁ ସୀମିତ କରିବା ନେଇ ଘୋଷଣା କରିଥିଲେ । ଏମିତିରେ ଆଗାମୀ ଆର୍ଥିକ ବର୍ଷରେ ସରକାର କଣ ସୁଧହାର ରଖିବେ, ତା ଉପରେ ସମସ୍ତଙ୍କ ନଜର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking