ରାଉରକେଲା: ଦକ୍ଷିଣ ରାଉରକେଲା ସାରନଗରୀ ସ୍ଥିତ କନଷ୍ଟ୍ରକସନ କଲୋନୀ ଏ-୪ରେ ଦୀର୍ଘ ୩୫ ବର୍ଷ ଧରି ବସବାସ କରୁଥିବା ମନୋଜ ଜେନାଙ୍କ ଧର୍ମପତ୍ନୀ ଗୀତାଜଂଳି ଜେନା(୫୯)ଙ୍କ ପରଲୋକ ହୋଇ ଯାଇଛି । ସେ ଜଣେ ମେଳାପି ତଥା ଧର୍ମ ପରାୟଣା ମହିଳା ଥିଲେ । ସେ ସ୍ଥାନୀୟ ଅଂଚଳରେ ବେଶ ଜଣାଶୁଣା ଥିଲେ । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ଜ୍ୟେଷ୍ଠ ପୁତ୍ର ପ୍ରିୟବ୍ରତ ଜେନା ମୁଖାଗ୍ନୀ ଦେଇଥିବା ବେଳେ, କନିଷ୍ଠ ପୁତ୍ର ବିଶ୍ୱଜିତ ଜେନା ଓ ଅନ୍ୟ ବନ୍ଧୁ ପରିଜନ ବେଦବ୍ୟାସ ଶ୍ମଶାନ ଘାଟରେ ଉପସ୍ଥିତ ରହି ଅନ୍ତେଷ୍ଟି କ୍ରିୟାରେ ଉପସ୍ଥିତ ଥିଲେ । ସ୍ୱର୍ଗତା ଗୀତାଜଂଳିଙ୍କ କନିଷ୍ଠ ଭ୍ରାତା ସୁବୋଧ ନାୟକ ଜଣେ ମିଡ଼ିଆ କର୍ମୀ ଥିବା ବେଳେ, ଜ୍ୟେଷ୍ଠ ଭ୍ରାତା ବିଭୁ ନାୟକ କେନ୍ଦ୍ର ସରକାର ଅଧିନସ୍ଥ ଜୀବନ ବୀମା ନିଗମରେ କାର୍ଯ୍ୟରତ ଅଛନ୍ତି ।