ଭୁବନେଶ୍ୱର: ଚଳିତ ମାର୍ଚ୍ଚରୁ ମେ’ ମାସ ପର୍ଯ୍ୟନ୍ତ ଓଡିଶାରେ ଭୀଷଣ ଖରା ହେବ । ପ୍ରବଳ ଖରା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ପବ୍ରଦାନ କରାଯାଇଛି । ଉତ୍ତର, ଉତ୍ତର-ପଶ୍ଚିମ ଭାରତରେ ଭୀଷଣ ଖରା ଅନୁଭୂତ ହେବ ବୋଲି ସୂଚନା ମିଳିଛି । ପୂର୍ବ ଛତିଶଗଡ, ପଶ୍ଚିମ ଓଡିଶାର କିଛି ଜିଲ୍ଲାରେ ଭୀଷଣ ଖରା ହେବ । କୋଙ୍କଣ, ଗୋଆ ଏବଂ ଉପକୂଳ ଆନ୍ଧ୍ରରେ ବି ପ୍ରବଳ ଖରା ହେବ । ସ୍ୱାଭାବିକ ସର୍ବୋଚ୍ଚ ଠାରୁ ତାପମାତ୍ରା ଅଧିକ ରହିବ ବୋଲି ପୂର୍ବନୁମାନ କରାଯାଇଛି ।
ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ବଢିଯିବ ତାପମାତ୍ରା । କିଛି ଜିଲ୍ଲାରେ ଦିନର ତାପମାତ୍ରା ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ସମ୍ଭାବନା ରହିଛି । ଖୋର୍ଦ୍ଧା, କଟକ, ଅନୁଗୁଳ, ବୌଦ୍ଧ, ଯାଜପୁର , କେନ୍ଦୁଝର, ମୟୁରଭଂଜ, ଭଦ୍ରକ, ନୟାଗଡ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ଜରୁରୀ କାମରେ ବାହାରକୁ ଯାଉଥିଲେ ସତର୍କ ରହିବାକୁ ଆଇଏମଡି ବିଭାଗ ପରାମର୍ଶ ଦେଇଛି ।