18.1 C
Bhubaneswar
Tuesday, November 19, 2024
Homeବ୍ରେକୀଙ୍ଗଆଜି ବ୍ୟବସାୟୀ ଓ ପରିବହନ ସଂସ୍ଥା ପକ୍ଷରୁ ୧୨ ଘଣ୍ଟିଆ ଭାରତ ବନ୍ଦ

ଆଜି ବ୍ୟବସାୟୀ ଓ ପରିବହନ ସଂସ୍ଥା ପକ୍ଷରୁ ୧୨ ଘଣ୍ଟିଆ ଭାରତ ବନ୍ଦ

ନୂଆଦିଲ୍ଲୀ : ଜିଏସ୍‌ଟି ଏବଂ ତୈଳଦର ବୃଦ୍ଧିକୁ ବିରୋଧ କରି ବ୍ୟବସାୟୀ ସଂଘ ଓ ପରିବହନ ସଂସ୍ଥାଗୁଡ଼ିକ ପକ୍ଷରୁ ମିଳିତ ଭାବେ ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ ପାଇଁ ଡାକରା ଦିଆଯାଇଛି । ନିଖିଳ ଭାରତ ବ୍ୟବସାୟୀ ମହାସଂଘ(ସିଏଆଇଟି), ଦ୍ରବ୍ୟ ଓ ସେବା କର(ଜିଏସ୍‌ଟି)ର ସମୀକ୍ଷା ଦାବି କରି ବନ୍ଦ ଡାକରା ଦେଇଛି । ଏହି ବନ୍ଦ ଡାକରାକୁ ଦେଶର ୪୦ ହଜାର ବ୍ୟବସାୟୀ ସଂଗଠନ ସମର୍ଥନ କରୁଛନ୍ତି ବୋଲି ବ୍ୟବସାୟୀ ମହାସଂଘ ଦାବି କରିଛି । ଏହି ପରିପ୍ରେକ୍ଷୀରେ ଦେଶର ପରିବହନ ସଂସ୍ଥାଗୁଡ଼ିକର ଶୀର୍ଷ ସଂଗଠନ ନିଖିଳ ଭାରତ ପରିବହନକାରୀ କଲ୍ୟାଣ ସଂଘ(ଏଆଇଟିଏଡବ୍ଲ୍ୟୁଏ) ଆନ୍ଦୋଳନରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛି । ଏଆଇଟିଡବ୍ଲ୍ୟୁଏ ପକ୍ଷରୁ ଇ-ୱେ ବିଲ୍ ପରିବର୍ତ୍ତେ ଇ-ଇନ୍‌ଭଏସ୍ ଲାଗୁ କରିବାକୁ ଏବଂ ଡିଜେଲ୍ ଦର ତୁରନ୍ତ ହ୍ରାସ କରାଯିବାକୁ ଦାବି କରାଯାଇଛି । ଏଆଇଟିଡବ୍ଲ୍ୟୁଏ ଆନ୍ଦୋଳନକୁ ସମର୍ଥନ କରୁଥିବାରୁ ଦେଶରେ ଲକ୍ଷ ଲକ୍ଷ ଟ୍ରକ୍‌ଗୁଡ଼ିକର ଚଳାଚଳ ବନ୍ଦ ରହିବ ।

ସିଏଆଇଟିର ମହାସଚିବ ପ୍ରବୀଣ ଖଣ୍ଡେଲ୍‌ୱାଲ୍ କହିଛନ୍ତି, ଶୁକ୍ରବାର ଦେଶର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଓ ମାର୍କେଟ୍ ବନ୍ଦ ରହିବ । ବିଭିନ୍ନ ରାଜ୍ୟରେ ବ୍ୟବସାୟୀମାନେ ଧାରଣା ଦେବେ । ଅନ୍ୟପକ୍ଷରେ ଏଆଇଟିଡବ୍ଲ୍ୟୁଏର ଜାତୀୟ ସଭାପତି ମହେନ୍ଦ୍ର ଆର୍ଯ୍ୟ କହିଛନ୍ତି, ସମସ୍ତ ପରିବହନ କମ୍ପାନୀକୁ ସେମାନଙ୍କର ଯାନଗୁଡ଼ିକର ଚଳାଚଳ ବନ୍ଦ ରଖିବାକୁ ଅନୁରୋଧ କରାଯାଇଛି । ସମସ୍ତ ପରିବହନ ଗୋଦାମ ଆଗରେ ପ୍ରତିବାଦମୂଳକ ବ୍ୟାନର୍ ଲଗାଯିବ । ଉଲ୍ଲେଖଯୋଗ୍ୟ ମହାରାଷ୍ଟ୍ର ଓ ହରିୟାଣାର ଟ୍ରକ୍‌ମାଲିକମାନେ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ବନ୍ଦରେ ସାମିଲ୍ ହେବେ କି ନାହିଁ ସ୍ଥିର କରିନଥିଲେ । ଏହି ବନ୍ଦ ଡାକରାର ଅଧିକ ପ୍ରଭାବ ପଞ୍ଜାବ ଓ ହରିୟାଣାରେ ପଡ଼ିବ ବୋଲି ଆଶା କରାଯାଉଛି । କାରଣ ସେଠାରେ ରାସ୍ତାଗୁଡ଼ିକୁ ଅବରୋଧ କରାଯିବା ସହ ଦୋକାନ ବଜାରଗୁଡ଼ିକ ବନ୍ଦ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking