ଭୁବନେଶ୍ୱର: ମହିଳା ଓ ଶିଶୁ ବିକାଶ ବିଭାଗର ୫ଟି ଅନଲାଇନ ସେବା ଲୋକାର୍ପିତ ହୋଇଛି । ୫ଟି ଅନଲାଇନ ସେବାର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ମହିଳା ଓ ଶିଶୁମାନଙ୍କୁ ତ୍ୱରିତ ଓ ଗୁଣାତ୍ମକ ସେବାରେ ସହାୟକ ହେବ । ମହିଳା ସଶକ୍ତିକରଣ ଓ ଶିଶୁମାନଙ୍କ କଲ୍ୟାଣକୁ ଅଗ୍ରାଧିକାର ପାଇଁ ପଦକ୍ଷେପ ନିଆଯିବ । ୫ ଗୋଟି ସେବା ଗୁଡ଼ିକ ହେଲା ଇ-କଳିକା, ମୋ ଛତୁଆ ଆପ୍, ଇ-ମାନଦେୟ ପୋର୍ଟାଲ, ମମତା ଆପ୍ ଏବଂ ମୋ ଶିଶୁ ପୋର୍ଟାଲ । ରାଜ୍ୟ ସରକାରଙ୍କର ଏହି ସବୁ କାର୍ଯ୍ୟକ୍ରମ ଯେପରି ଅଧିକ ଦକ୍ଷତାର ସହିତ ଲୋକଙ୍କ ପାଖରେ ପହଞ୍ଚି ପାରିବ ସେ ଦିଗରେ ରାଜ୍ୟ ସରକାର ବିଶେଷ ଯତ୍ନବାନ ଅଛନ୍ତି ଏବଂ ବୈଷୟିକ ଜ୍ଞାନକୌଶଳ ଏହି ଉପକ୍ରମକୁ ବିଶେଷ ସୁଗମ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆଜି ଲୋକାର୍ପିତ ୫-ଟି ଅନଲାଇନ୍ ସେବା, ପରିବର୍ତ୍ତିତ ପରିସ୍ଥିତିରେ ହିତାଧିକାରୀଙ୍କୁ ଗୁଣାତ୍ମକ ସେବା ଯୋଗାଇବାରେ ସଫଳ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।