22.1 C
Bhubaneswar
Sunday, November 17, 2024
Homeବ୍ରେକୀଙ୍ଗଏସବିଆଇର ଏହି ଯୋଜନାରେ ପ୍ରତି ମାସରେ ୧୦୦୦ ଟଙ୍କା ଜମା କରି ପାଆନ୍ତୁ ୧.୫୯ ଲକ୍ଷ...

ଏସବିଆଇର ଏହି ଯୋଜନାରେ ପ୍ରତି ମାସରେ ୧୦୦୦ ଟଙ୍କା ଜମା କରି ପାଆନ୍ତୁ ୧.୫୯ ଲକ୍ଷ ରିଟର୍ଣ୍ଣ

ନୂଆଦିଲ୍ଲୀ : ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆପଣଙ୍କୁ ଏପରି ସୁଯୋଗ ଦେଉଛି, ଯେଉଁଥିରେ ଆପଣ ଭଲ ରିଟର୍ଣ୍ଣ ପାଇପାରିବେ। ବିଶେଷ କଥା ହେଉଛି ଏସବିଆଇର ଏହି ଯୋଜନାରେ ଆପଣ ପ୍ରତି ମାସରେ ମାତ୍ର ୧ ହଜାର ଟଙ୍କା ବିନିଯୋଗ କରି ୧ ଲକ୍ଷ ୫୯ ହଜାର ଟଙ୍କା ଫେରସ୍ତ ପାଇପାରିବେ ।  ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏହାର ଗ୍ରାହକମାନଙ୍କୁ ଭଲ ସୁଧ ହାର ପ୍ରଦାନ କରିଥାଏ । ଏସବିଆଇର ଅଫିସିଆଲ୍ ୱେବସାଇଟ୍ Sbi.co.in ଅନୁଯାୟୀ, ୩-୫ ବର୍ଷ ମଧ୍ୟରେ ଏସବିଆଇ ଏହାର ଆରଡି ଯୋଜନାରେ ବାର୍ଷିକ ୫.୩ ପ୍ରତିଶତ ସୁଧ ଦେଉଛି । କେବଳ ଏତିକି ନୁହେଁ, ଯଦି ଆପଣଙ୍କର ଆରଡି ସ୍କିମ୍ ୫ ବର୍ଷରୁ ଅଧିକ, ତେବେ ଏସବିଆଇ ୫.୪ ପ୍ରତିଶତ ହାରରେ ସୁଧ ଦେବେ । ଯଦି ଜଣେ ବରିଷ୍ଠ ନାଗରିକ ଆରଡି ଯୋଜନାରେ ବିନିଯୋଗ କରନ୍ତି, ତେବେ ତାଙ୍କୁ  .୮୦ ପ୍ରତିଶତ ହାରରେ ଅତିରିକ୍ତ ସୁଧ ଦେଇଥାଏ ଏସବିଆଇ । ଅର୍ଥାତ , ଏସବିଆଇ ୫ ବର୍ଷରୁ ଅଧିକ  ଆରଡି ଉପରେ ବରିଷ୍ଠ ନାଗରିକଙ୍କୁ ୬.୨ ପ୍ରତିଶତ ହାରରେ ସୁଧ ଦେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking