୩୫ ଡିଗ୍ରୀ ଛୁଇଁଲା ୧୦ ସହର

ଭୁବନେଶ୍ୱର: ଖରା ଆରମ୍ଭ ନହଉଣୁ ଏବେଠୁ ଉତ୍ତପ୍ତ ହେଲାଣି ସହର । ବଢୁଛି ତାତି । ରାଜ୍ୟରେ ଅସହ୍ୟ ହେଲାଣି ଗରମ । ଆଜି ରାଜ୍ୟର ୧୦ଟି ସହରରେ ତାପମାତ୍ରା ୩୫ ଡିଗ୍ରୀ ଛୁଇଁଛି । ୩୮ ଡିଗ୍ରୀ ତାପମାତ୍ରା ସହ ଭୁବନେଶ୍ୱର ସବୁଠୁ ଉତ୍ତପ୍ତ ସହର ହୋଇଛି । ସେହିଭଳି ବାରିପଦାରେ ୩୬.୮, କଟକରେ ୩୬.୬, ନୟାଗଡରେ ୩୬.୫, ବଲାଙ୍ଗୀରରେ ୩୬.୪, ଅନୁଗୁଳରେ ୩୫.୭, ସମ୍ବଲପୁରରେ ୩୫.୩, ତାଳଚେର ଓ ଭବାନୀପାଟଣାରେ ତାପମାତ୍ରା ୩୫.୫ ଡିଗ୍ରୀ ରେକର୍ଡ କରାଯାଇଛି । ଚଳିତ ବର୍ଷ ଅସହ୍ୟ ଗରମ ହୋଇପାରେ ବୋଲି ଆକଳନ କରାଯାଉଛି ।  ଖୁବ ଶୀଘ୍ର ପାରଦ ୪୦ ଡିଗ୍ରୀ ସେଣ୍ଟିଗ୍ରେଡ୍ ଛୁଇଁବା ଆଶଙ୍କା ରହିଛି । ମିଳିଥିବା ସୂଚନା ମୁତାବକ , ୧୯୬୩ ଫେବ୍ରୁଆରି ୨୩ ତାରିଖରେ ଭୁବନେଶ୍ୱରର ପାରଦ ୪୨.୭ ଡିଗ୍ରୀ ସେଲସିଅସ୍ ରହିଥିବା ବେଳେ ୨୦୧୨ରେ ୪୦.୧, ୨୦୧୬ରେ ୪୦.୯, ୨୦୧୯ରେ ୩୯.୪ ଡିଗ୍ରୀ ସେଣ୍ଟିଗ୍ରେଡ୍ ରହିଥିଲା। ମାର୍ଚ୍ଚ ପହିଲାରୁ ତାତି ଆହୁରି ବଢ଼ିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

LEAVE A REPLY

Please enter your comment!
Please enter your name here