18.1 C
Bhubaneswar
Monday, November 25, 2024
Homeଓଡିଶାପ୍ରେମିକ ଧୋକା ଦେବାରୁ ପ୍ରେମିକାର ଆତ୍ମହତ୍ୟା

ପ୍ରେମିକ ଧୋକା ଦେବାରୁ ପ୍ରେମିକାର ଆତ୍ମହତ୍ୟା

ବାଲେଶ୍ୱର : ପ୍ରେମିକ ଧୋକାଦେବାରୁ ପ୍ରେମିକା ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ ଆଣିଲେ ପ୍ରେମିକାର ପରିବାର । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା ଜଳଦା ପଞ୍ଚାୟତ ଅଧୀନ ତୁଟ ଗ୍ରାମରେ । ଘଟଣାରୁ ପ୍ରକାଶ ରବିବାର ବିଳମ୍ବିତ ରାତିରେ ତୁଟ ଗ୍ରାମର ଭରତ ଚରଣ ବେହେରାଙ୍କ ୨୩ବର୍ଷୀୟା ଝିଅ ସସ୍ମିତା ବେହେରା ଶୋଇବା ଘର ଫ୍ୟାନରେ ଏକ ଶାଢ଼ୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ପରିବାର ଲୋକେ ସସ୍ମିତା ଶୋଇବା ଘର ଫ୍ୟାନ୍‌ରେ ଝୁଲୁଥିବା ଦେଖିଥିଲେ । ସସ୍ମିତାକୁ ଉଦ୍ଧାର କରିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇସାରିଥିଲା ।

ଏ ନେଇ ପରିବାର ଲୋକେ ଖଇରା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଖଇରା ଥାନା ଏସ୍‌ଆଇ ଶ୍ୟାମସୁନ୍ଦର ବିନ୍ଧାଣୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ସୋର ମେଡିକାଲକୁ ପଠାଇଛନ୍ତି । ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ସସ୍ମିତା ଏକ ବର୍ଷ ହେବ ଖଇରା ଥାନା ମାଖନପୁର ପଞ୍ଚାୟତ ଅଧୀନ ଭାଟପଡ଼ା ଗ୍ରାମର ନିରଞ୍ଜନ ଶିଅଳଙ୍କ ପୁଅ ରତିକାନ୍ତ ଶିଅଳକୁ ଭଲପାଇ ଆସୁଥିଲେ । ହେଲେ ରତିକାନ୍ତ ପୂର୍ବରୁ ବିବାହ କରିଥିବା ସସ୍ମିତା ଜାଣିବା ପରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି । ପୁଲିସ ସସ୍ମିତାଙ୍କ ମୋବାଇଲ ଯାଞ୍ଚ କଲାପରେ ସେ ଭଲପାଉଥିବା ରତିକାନ୍ତ ସହିତ ହ୍ୱାଟ୍ସଆପରେ ଚାଟିଂ କରିଥିବା ଦେଖିବାକୁ ମିଳିଛି । ପୁଲିସ ଏ ନେଇ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛି । ତଦନ୍ତ ପରେ ଘଟଣାର ପ୍ରକୃତ ରହସ୍ୟ ଜଣାପଡ଼ିବ ବୋଲି ଖଇରା ପୁଲିସ ସୂଚନା ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking