ମାଲକାନଗିରି : ସାରା ବିଶ୍ୱ ପାଳୁଛି ଭାଲାଣ୍ଟାଇନ ଡେ। ଭଲ ପାଇବା ବା ପ୍ରେମର ଦିନ କୁ ଭଲାଣ୍ଟାଇନ ଦିନ ଭାବେ ବୁଝା ଯାଇଥାଏ। ଦନ୍ତେୱାଡା ପୋଲିସ ପାଇଁ କିଛି ଅଲଗା ଥିଲା।ମାଓ ସଙ୍ଗଠନ ର ହିଂସା ଛାଡ଼ି ମୁଖ୍ୟ ସ୍ରୋତ ରେ ଆସିଥିବା ଆତ୍ମସମର୍ପଣ ମାଓବାଦୀ ଙ୍କୁ ଜୀଇଁବାର ରାହା ଦେଖାଇଛନ୍ତି ଛତିଶଗଡ଼ ପୋଲିସ। ଯେଉଁ ହାତରେ ବନ୍ଧୁକ ଥିଲା ସେଇ ହାତରେ ଗୋଲାପ ଫୁଲ ଧରାଇ ଏକ ବୈବାହିକ ବନ୍ଧନ ରେ ବାନ୍ଧିଛି ଛତିଶଗଡ଼ ପୋଲିସ । ସେ ପୁଣି ଗୋଟିଏ ନୁହେଁ କି ଦୁଇଟି ନୁହେଁ ପନ୍ଦର ପନ୍ଦର ଯୋଡି କୁ ବୈବାହିକ ବନ୍ଧନ ରେ ବାନ୍ଧିଲା ଦନ୍ତେୱାଡା ପୋଲିସ।ଭଲାଣ୍ଟାଇନ ଦିନ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ର ଦନ୍ତେୱାଡା ଜିଲ୍ଲା ପୋଲିସ ର ଏହା ଏକ ନିଆରା ପ୍ରୟାସ ଥିଲା। ବିବାହ ବେଳେ ଆଦିବାସି ସଂସ୍କୃତି ର ଝଲକ ଦେଖିବାକୁ ମିଳିଥିଲା।ପାରମ୍ପରିକ ବାଜାରେ ଦୁଲୁକୁଛି ବିବାହ ବେଦୀ।
ଦିନେ ଥିଲା ମହିଳା ମାଓବାଦୀ ଆଜି ମୁଖ୍ୟ ସ୍ରୋତ ରେ ଫେରିଥିବା କନିଆ। ପାଦରେ ଅଳତା ନାଲି ଶାଢ଼ୀ ପିନ୍ଧି ସଜେଇ ହୋଇଛି ନୂଆ କନିଆ। ସବୁ ରୀତିନୀତି ପରମ୍ପରା ଛତିଶଗଡ଼ ଆଦିବାସୀ ସଂସ୍କୃତି ଏବଂ ପରମ୍ପରା କୁ ସମ୍ମାନ ଦେଇ ଏହି ବିବାହ ସମ୍ପର୍ଣ୍ଣ କରାଯାଇଥିଲା। ମାଓ ସଙ୍ଗଠନ ରେ ଭଲ ପାଇ ବିବାହ କରିବା ସମ୍ପୂର୍ଣ୍ଣ ମନା। ତେଣୁ ପୁରୁଷ ହେଉ କି ମହିଳା ନକ୍ସଲ କୁ ନସବନ୍ଦୀ କରିଥାନ୍ତି ମାଓ ସଙ୍ଗଠନ ।ତେବେ ମୁଖ୍ୟ ସ୍ରୋତରେ ଫେରିଥିବା ମାଓବାଦୀ ଙ୍କ ଏହି ଅଧୁରା ସ୍ୱପ୍ନ କୁ ପୂରଣ କରିଛନ୍ତି ଦନ୍ତେୱାଡା ପୋଲିସ। ପୋଲିସ ଅଧିକାରୀ ଏବଂ କର୍ମଚାରୀ ସାଜିଛନ୍ତି ବର କନିଆ ଙ୍କ ପରିଜନ। ଦନ୍ତେୱାଡା ର କାରଲୀ ଠାରେ ବିବାହ ମଣ୍ଡପ ସୁସଜ୍ଜିତ ହୋଇ ବିବାହ ସମ୍ପର୍ଣ୍ଣ କରାଯାଇଛି। ଦନ୍ତେୱାଡା SP ଅଭିଷେକ ପଲ୍ହବ ଙ୍କ ଏଭଳି ପ୍ରୟାସ ଙ୍କୁ ବିଭିନ୍ନ ମହଲରେ ବେଶ ପ୍ରଶଂସା କରିଛନ୍ତି l