28.1 C
Bhubaneswar
Sunday, November 17, 2024
Homeଓଡିଶା୧୫ ଦମ୍ପତୀ ମାଓବାଦୀଙ୍କ ବିବାହ କରାଇଲା ପୋଲିସ ପ୍ରଶାସନ

୧୫ ଦମ୍ପତୀ ମାଓବାଦୀଙ୍କ ବିବାହ କରାଇଲା ପୋଲିସ ପ୍ରଶାସନ

ମାଲକାନଗିରି : ଫେବୃଆରୀ ମାସ ୧୪ ତାରିଖକୁ ସାରା ବିଶ୍ୱ ପାଳୁଛି ଭାଲେଣ୍ଟାଇନ ଡେ । ଭଲ ପାଇବା ବା ପ୍ରେମର ଦିନକୁ ଭାଲେଣ୍ଟାଇନ୍ ଡେ ଦିନ ଭାବେ ବୁଝା ଯାଇଥାଏ । ତେବେ ଏହି ଦିବସଟି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦାନ୍ତେୱାଡା ଜିଲ୍ଲା ପୁଲିସ ପାଇଁ କିଛି ଅଲଗା ଥିଲା । ମାଓ ସଙ୍ଗଠନର ହିଂସା ଛାଡି ମୁଖ୍ୟ ସ୍ରୋତରେ ଆସିଥିବା ଆତ୍ମ ସମର୍ପଣକାରୀ ମାଓବାଦୀଙ୍କୁ ବଞ୍ଚିବାର ନୂତନ ରାହା ଦେଖାଛିନ୍ତି ଛତିଶଗଡ ପୁଲିସ । ଦାନ୍ତେୱାଡାର କାରଲୀ ଠାରେ ବିବାହ ମଣ୍ଡପ ସୁସଜ୍ଜିତ କରାଯାଇ ବିବାହ କାର୍ଯ୍ୟ ସମ୍ପନ୍ନ କରାଯାଇଛି । ଦିନେ ଯେଉଁ ହାତରେ ବନ୍ଧୁକ ଥିଲା, ଆଜି ସେଇ ହାତରେ ଫୁଲ ମାଳା ଧରି ଏକ ବୈବାହିକ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେ ପୁଣି ଗୋଟିଏ ନୁହେଁ କି, ଦୁଇଟି ନୁହେଁ ପନ୍ଦର ପନ୍ଦର ଯୋଡିକୁ ଦନ୍ତେୱାଡ଼ା ପୁଲିସ ବୈବାହିକ ବନ୍ଧନରେ ବାନ୍ଧିଛି । ଛତିଶଗଡର ଦାନ୍ତେୱାଡା ଜିଲ୍ଲା ପୋଲିସର ଏହା ଏକ ନିଆର ପ୍ର୍ରୟାସ ଥିଲା । ବିବାହ ବେଳେ ଆଦିବାସୀ ସଂସ୍କୁତିର ଝଲକ ଦେଖିବାକୁ ମିଳିଥିଲା । ପାରମ୍ପାରିକ ବାଦ୍ୟଯନ୍ତ୍ରର ତାଳେ ତାଳେ ବିବାହ ବେଦୀ ଦୁଲୁକି ଉଠିଥିଲା । ଏଥିରେ ପୁଲିସ ଅଧିକାରୀ ଏବଂ କର୍ମଚାରୀମାନେ ବର କନ୍ୟ।।ଙ୍କ ପରିଜନ ସାଜି ବିବାହ ବନ୍ଧନରେ ବାନ୍ଧିଥିଲେ । ଦିନେ ଥିଲେ ମହିଳା ମାଓବାଦୀ ଆଜି ମୁଖ୍ୟ ସ୍ରୋତରେ ଫେରିଥିବା କନ୍ୟା । ପାରମ୍ପରୀକ ରିତିନିତି ସହ ଛତିଶଗଡ ଆଦିବାସୀ ସଂସ୍କୃତି ଏବଂ ପରମ୍ପରାକୁ ସମ୍ମାନ ଦେଇ ଏହି ବିବାହ ସମ୍ପୁର୍ଣ୍ଣ କରାଯାଇଥିଲା । ମାଓ ସଙ୍ଗଠନରେ ଭଲ ପାଇ ବିବାହ କରିବା ସମ୍ପୁର୍ଣ୍ଣ ମନା । ତେବେ ମୁଖ୍ୟ ସ୍ରୋତରେ ଫେରିଥିବା ମାଓବାଦୀଙ୍କ ଏହି ଅଧୁରା ସ୍ୱପ୍ନକୁ ପୁଲିସ ପୂରଣ କରିବାରେ ସଫଳ ହୋଇଛି । ଦାନ୍ତେୱାଡା ଏସ୍‌ପି ଅଭିଷେକ ପଲ୍ଲ୍ଲବଙ୍କ ଏଭଳି ପ୍ର୍ରୟାସଙ୍କୁ ବିଭିନ୍ନ ମହଲାରେ ପ୍ରସଂଶା କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking